ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଲିଙ୍କ୍ ଖୋଜୁଛି କ୍ରାଇମବ୍ରାଞ୍ଚ; ଭବାନୀପଟଣାରୁ ଆଉ ଜଣେ ଶିକ୍ଷକ ଗିରଫ

Published By : Harapriya Sethi | August 1, 2025 11:41 AM

ଭବାନୀପାଟଣା,୦୧/୦୮: ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି । ଶୁକ୍ରବାର ୩ ଜଣଙ୍କୁ କ୍ରାଇମବ୍ରାଞ୍ଚ୍ ନେଇଥିବା ବେଳେ କଳାହାଣ୍ଡିରୁ ମଧ୍ୟ ଜଣେ ପ୍ରଧାନ ଶିକ୍ଷକଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଗୁରୁବାର ଭବାନୀପାଟଣା ବ୍ଲକ୍ ଭେଜିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି । ପ୍ରଧାନ ଶିକ୍ଷକ ଶ୍ରୀଖମାରି ଏକ୍ସ କ୍ୟାଡ଼ର ସଂଘର ସମ୍ପାଦକ ଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାରେ ଗିରଫଦାରୀ ସଂଖ୍ୟା ୭କୁ ବଢ଼ିଲା ଓ ଗିରଫ ଶିକ୍ଷକଙ୍କ ସଂଖ୍ୟା ୫ ହେଲା । 

ସେହିପରି ସ୍ପେଶାଲ୍‌ ଓଟିଇଟି ପ୍ରଶ୍ନ  ଲିକ୍‌ ଘଟଣାରେ ତଦନ୍ତକାରୀ କ୍ରାଇମ୍‌ବ୍ରାଞ୍ଚ୍‌କୁ ଆହୁରି କିଛି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ହିଁ ପ୍ରଶ୍ନପତ୍ର  ପ୍ରଘଟ ହୋଇଥିଲା ସ୍ପଷ୍ଟ ହେଉଛି । ପ୍ରଶ୍ନପତ୍ର ବିକ୍ରି କରିଥିବା ବୋର୍ଡ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ୍‌ ମହାରଣା ବୋର୍ଡ ଉପସଭାପତିଙ୍କ ଲାପ୍‌ଟପ୍‌ରୁ ପେନ୍‌ ଡ୍ରାଇଭ୍‌ରେ ପ୍ରଶ୍ନ ଚୋରି କରି ନେଇ ଥିଲ। ପରେ ପରୀକ୍ଷା ନିୟନ୍ତ୍ରକ (କଣ୍ଟ୍ରୋଲର୍‌)ଙ୍କ ପ୍ରକୋଷ୍ଠରେ  ଥିବା କମ୍ପ୍ୟୁଟରରେ ଟାଇପ୍‌ କରିଥିଲା । ଇଂରାଜୀରେ ଲେଖା ପ୍ରଶ୍ନକୁ ଓଡ଼ିଆରେ ଅନୁବାଦ କରି ତାହାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ମୁନାଫା କମାଇଥିଲା । ବୋର୍ଡରୁ ଚାଲାଣ ହୋଇଥିବା ପ୍ରଶ୍ନକୁ  ଶିକ୍ଷକଙ୍କର ଏକ ନେଟୱର୍କ ବିକ୍ରି କରିଥିଲେ  ସେତିକିବେଳେ ଏହା ଭାଇରାଲ୍‌ ହୋଇଥିଲା ।  - ଏସବୁ କଥା ପ୍ରଶ୍ନ ଚୋରି ଓ ପ୍ରଘଟ ଘଟଣାର କିଙ୍ଗ୍‌ପିନ୍‌ ଜିତନ୍‌ ମହାରଣା ସ୍ୱୀକାର କରିବା ପରେ ବୋର୍ଡ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଓ  କର୍ମଚାରୀଙ୍କ ଉପରେ କ୍ରାଇମ୍‌ବ୍ରାଞ୍ଚ୍‌ର ସନ୍ଦେହ ବଢ଼ିଛି ।  

ଏମିତିକି ବୋର୍ଡର ଜଣେ ମହିଳା  କର୍ମଚାରୀଙ୍କର ଏ ପୂରା କାରବାରରେ ସମ୍ପୃକ୍ତି  ଥିବା ନେଇ ଆଭାସ ପାଇବା ପରେ କ୍ରାଇମ୍‌ବ୍ରାଞ୍ଚ୍‌  ଟିମ୍‌ ସମ୍ପୃକ୍ତ ମହିଳାଙ୍କୁ ଦୁଇ ଦିନ ହେଲା ଜେରା  ଚଳାଇଛନ୍ତି । ସେହିପରି କୋରାପୁଟ ସମେତ  ରାଜ୍ୟର ଅନ୍ୟ କେତେକ ସ୍ଥାନରୁ ୩ ଜଣ ସରକାରୀ ସ୍କୁଲ୍‌ ଶିକ୍ଷକଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ର ଆଉ  ଏକ ଟିମ୍‌ ଉଠାଇ ଆଣିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.