ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଜେନେରେଟର ବ୍ଲାଷ୍ଟ ପରେ ଏହି ଦେଶରେ ହୋଇଗଲା ପୁରା ବ୍ଲାକଆଉଟ୍, ପାନୀୟ ଜଳ ଅଭାବରେ ଲୋକେ ଡହଳ ବିକଳ

Published By : Harapriya Biswal | March 16, 2025 6:50 PM

ନୂଆଦିଲ୍ଲୀ,୧୬।୩: ମଧ୍ୟ ଆମେରିକୀୟ ଦେଶ ପାନାମାରେ ରବିବାର ପୁରା ଦେଶରେ ବ୍ଲାକଆଉଟ୍ ହୋଇଯାଇଛି। ରିପୋର୍ଟ ଅନୁସାରେ, ଲା ଚୋରେରା ଥର୍ମୋଇଲେକ୍ଟ୍ରିକ୍ ପାୱାର ପ୍ଲାଣ୍ଟରେ ଏକ ଜେନେରେଟର ବିସ୍ଫୋରଣ ହେବା ପରେ ଦେଶବ୍ୟାପୀ ବ୍ଲାକଆଉଟ୍ ହୋଇଛି। ବିସ୍ଫୋରଣ ଯୋଗୁଁ ଜେନେରେଟର ଭିତରେ ନିଆଁ ଲାଗିଯାଇଥିଲା। ବିଜୁଳି ଯୋଗଣ ପାଇଁ ଖୁବ୍‌ ଚେଷ୍ଟା ଚାଲିଛି।

ରାଷ୍ଟ୍ରପତି ଜୋସ୍ ରାଉଲ୍ ମୁଲିନୋ ମଧ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜେନେରେଟର ବିସ୍ଫୋରଣ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଇନଷ୍ଟିଚ୍ୟୁଟ୍ ଅଫ୍  ଆକ୍ୱିଡକ୍ଟସ୍ ଆଣ୍ଡ୍ ସିୱର୍ସ (IDAAN) କହିଛି ବ୍ଲାକଆଉଟ୍ କାରଣରୁ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରଭାବିତ ହୋଇଛି। ଏହି କାରଣରୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ମୁଲିନୋ X ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ରାଜଧାନୀ ପାନାମା ସିଟିର ଦକ୍ଷିଣ-ପଶ୍ଚିମରେ ଏକ ପ୍ରତିଷ୍ଠାନରେ ଏହି ବିସ୍ଫୋରଣ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.