ଭୁବନେଶ୍ୱର,୦୨/୦୧: ଓଡ଼ିଶାରେ ଡବଲ୍ ଡେକର ବସ୍। ବ୍ରହ୍ମପରରେ ପହଞ୍ଚିଲା ଡବଲ ଡେକର ବସ୍। ଗତ ୨୯ ତାରିଖରୁ ଦୁଇଟି ବସ୍ ମୁମ୍ବାଇରୁ ଓଡ଼ିଶା ଅଭିମୁଖେ ବାହାରିଥିଲା। ସନ୍ଧ୍ୟା ସୁଦ୍ଧାର ଭୁବନେଶ୍ବରରେ ଆସିଛି ପହଞ୍ଚିବ। ଆସନ୍ତା ୬ରେ ଡ଼ବଲ୍ ଡେକର ବସ୍ର ଶୁଭାରମ୍ଭ ହେବ। ଯାହା ଭୁବନେଶ୍ୱର-କଟକ-ପୁରୀରେ ମଧ୍ୟରେ ଗଡ଼ିବ।
ଓଡ଼ିଶାରେ ପହଞ୍ଚିଲା ଡବଲ୍ ଡେକର ବସ୍। ବସ୍ରେ ଓଡ଼ିଶା କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ପ୍ରବାସୀଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ଏହି ବସ୍ରେ ଯାତ୍ରା କରିବେ । କ୍ୟାପିଟାଲ ଅର୍ବାନ ରିଜିଅନ ଟ୍ରାନ୍ସପର୍ଟ (କ୍ରୁଟ) ପକ୍ଷରୁ ଭୁବନେଶ୍ୱର-କଟକ-ପୁରୀରେ ଡବଲ ଡେକର ବସ୍ ଚଳାଇବାକୁ ଯୋଜନା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ମୋଟ୍ ୫ଟି ବସ୍ ଆସିବାକୁ ଥିବା ବେଳେ ଡିସେମ୍ବର ୨୯ ତାରିଖ ଠାରୁ ୨ଟି ବସ୍ ଓଡ଼ିଶା ଅଭିମୁଖେ ବାହାଥିଲା। ଯାହ ବର୍ତ୍ତମାନ ବ୍ରହ୍ମପୁରରେ ପହଞ୍ଚିଛି। ସନ୍ଧ୍ୟା ସୁଦ୍ଧାର ରାଜଧାନୀରେ ପହଞ୍ଚିବ।
ବସ୍ ରଙ୍ଗ ଗେରୁଆ ରହିଛି । ବସ୍ର ଆଗ ଭାଗରେ ବଡ଼ କୋଣାର୍କ ଚକ୍ର ରହିଛି । ମଧ୍ୟରେ ଧଉଳି ଶାନ୍ତିସ୍ତୂପ, ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟ ରହିଛି । ସେହିପରି ବାଲିଯାତ୍ର ପଡ଼ିଆ ଗେଟ୍ର ଫଟୋ ଏହି ବସ୍ରେ ରହିଛି । ବସ୍ ଭୁବନେଶ୍ୱରରେ ପହଞ୍ଚିବା ପରେ ଏହାକୁ ପରୀକ୍ଷାମୂଳକ ଭାବେ ଚଲାଯିବ । ପରେ ବସକୁ ୬ ତାରିଖରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବସରେ ମୋଟ୍ ୬୭ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି ।