ପ୍ରମୂଖ ଖବର
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ୟୁପିରେ ଆଉଟସୋର୍ସରେ ଥିବା ମହିଳା କର୍ମଚାରୀଙ୍କୁ ମଧ୍ୟ ମିଳିବ ମାତୃତ୍ୱ ଛୁଟି , ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି

Published By : Prameya | March 17, 2025 10:46 PM

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆଉଟସୋର୍ସରେ ଥିବା ମହିଳା କର୍ମଚାରୀଙ୍କୁ ମଧ୍ୟ ମିଳିବ ମାତୃତ୍ୱ ଛୁଟି (ମ୍ୟାଟରନିଟି ଲିଭ୍‌)। ଏହି ସୁବିଧା ଯୋଗୀ ସରକାର ଦେବାକୁ ଯାଉଛନ୍ତି। ଏବେସୁଦ୍ଧା ଏମିତି ମହିଳା କର୍ମୀଙ୍କୁ ଏହି ସୁବିଧା ମିଳୁନାହିଁ। ଆଉଟସୋର୍ସ କର୍ମୀଙ୍କ ନିଯୁକ୍ତିରେ ପ୍ରସ୍ତୁତ ହେବାକୁ ଥିବା ନୂଆ ନୀତିରେ ଏହାର ପ୍ରାବଧାନ କରାଯାଉଛି।  

ଉଲ୍ଲେଖନୀୟ ଯେ,  ରାଜ୍ୟ ସରକାର ଆବଶ୍ୟକତା ଆଧାରରେ ବିଭାଗ ଗୁଡ଼ିକରେ ଆଉଟସୋର୍ସ କର୍ମିଙ୍କୁ ରଖିବାର ସୁବିଧା ଦେଇଛନ୍ତି। ରାଜ୍ୟରେ ଏମିତି ପାଖାପାଖି ୧.୯୨ ଲକ୍ଷ କର୍ମୀ ଥିବା କୁହାଯାଉଛି। ଏହି କର୍ମୀଙ୍କୁ ନିଯୁକ୍ତି ପାଇଁ ଏବେସୁଦ୍ଧା କୌଣସି ବିଶେଷ ନୀତି ନାହିଁ। ଏହି କାରଣରୁ ଏମିତି କର୍ମିଙ୍କୁ ରଖିବା ପାଇଁ ସବୁ ବିଭାଗର ନିଜ ନିଜର ଅଲଗା ଅଲଗା ନିୟମ ଓ ମାନଦଣ୍ଡ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏମିତି କର୍ମିଙ୍କ ନିଯୁକ୍ତି ପାଇଁ ନୂଆ ନୀତି ଗଠନ କରାଇବାକୁ ଚାହାନ୍ତି। ଏହି କର୍ମିଙ୍କ ନିଯୁକ୍ତି ପାଇଁ ଉତ୍ତର ପ୍ରଦେଶ ଆଉଟସୋର୍ଟ ସେବା ନିଗମ ଗଠନ କରାଯାଉଛି।

ଉକ୍ତ ନିଗମ ମାଧ୍ୟମରେ ଆଉଟସୋର୍ସ କର୍ମିଙ୍କ ନିଯୁକ୍ତି ଭବିଷ୍ୟତରେ କରାଯିବ। ଏହାସହ ନିଯୁକ୍ତି ପାଇଁ ଚାକିରି ସର୍ତ୍ତ ଓ ତାଙ୍କୁ ଦିଆଯିବାକୁ ଥିବା ଲାଭକୁ ମଧ୍ୟ ନୀତିରେ ସାମିଲ କରାଯାଉଛି। ବିଶେଷକରି ମହିଳା କର୍ମିଙ୍କୁ ଏମିତି ସୁବିଧା ଦିଆଯିବ, ଯେଉଁଥିରେ ଚିକିତ୍ସା ଜନିତ ଉପଚାର ବେଳେ ତାଙ୍କର ଦରମା କଟିବ ନାହିଁ। ମହିଳାଙ୍କୁ ଦୁଇଟି ପିଲା ଜନ୍ମ ହେବାରେ ୬ମାସ ଅର୍ଥାତ୍‌ ୧୮୦ ଦିନର ମାତୃତ୍ୱ ଛୁଟି ଦିଆଯିବ। ଛୁଟି ବେଳେ ତାଙ୍କର ପଇସା କଟାଯିବ ନାହିଁ।

ଏହା ସହ ରୋଗାଗ୍ରସ୍ଥ ସ୍ଥିତିରେ ୯୧ ଦିନ ଯାଏ ୭୦ ପ୍ରତିଶତ ପେମେଣ୍ଟ ଯୁକ୍ତ ଛୁଟି ଦିଆଯିବ। ଅସାଧ୍ୟ ରୋଗ ହେବାରେ ୧୨୪ରୁ ୩୦୯ ଦିନର ୮୦ ପ୍ରତିଶତ ପେମେଣ୍ଟ ଯୁକ୍ତ ଛୁଟି ଦିଆଯିବ। ମିସକାରେଜ୍‌ ହେବାରେ ୪୨ ଦିନର ଛୁଟି ଦିଆଯିବ। କର୍ମଚାରୀ ବା ତାଙ୍କ ପରିବାରର ସଦସ୍ୟଙ୍କ ଇଏସଆଇ ମାଧ୍ୟମରେ ଚିକିତ୍ସାର ସୁବିଧା ଦିଆଯିବ। ଇଏସଆଇରେ ରାଜ୍ୟର ୧୪ ଜିଲ୍ଲାରେ ୫୭ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ରହିଛି। ଏହାସହ କର୍ମଚାରୀଙ୍କ ଚାକିରି ବେଳେ ମୃତ୍ୟୁ ହେଲେ ୧୫୦୦୦ ହଜାର ଟଙ୍କା ଅନ୍ତିମ ସଂସ୍କାର ପାଇଁ ତାଙ୍କ ପରିବାରକୁ ଦିଆଯିବ। 

ପ୍ରସ୍ତାବିତ ନିଗମ ଓ ଆଉଟସୋର୍ଟ କର୍ମିଙ୍କ ନିଯୁକ୍ତି ପାଇଁ ସବୁ ବିଭାଗ ଠାରୁ ପ୍ରସ୍ତାବ ମଗା ଯାଉଛି। ସବୁ ବିଭାଗ ଦ୍ୱାରା ଏବେ ଏହା ଉପରେ ପ୍ରସ୍ତାବ ଦେବା ଆରମ୍ଭ ହୋଇଛି ଏବଂ ତାଙ୍କ ଦ୍ୱାରା ଦିଆଯାଉ ଥିବା ଭଲ ପ୍ରସ୍ତାବ ଗୁଡ଼ିକୁ ଏଥିରେ ମଧ୍ୟ ସାମିଲ କରାଯିବ। ବିଶେଷକରି ସେହି ବିଭାଗ ଗୁଡ଼ିକରୁ ଯାହାଙ୍କ ପାଖରେ ସର୍ବାଧିକ ଆଉଟସୋର୍ଟ କର୍ମି ଅଛନ୍ତି। ଏଥିରେ ନଗର ବିକାଶ ବିଭାଗ ପ୍ରମୁଖ ଅଛି। ନଗର ବିକାଶ ବିଭାଗରେ ଆଉଟସୋର୍ସରେ ଖୁବ୍‌ ସଂଖ୍ୟାରେ ମହିଳା ସଫେଇ କର୍ମଚାରୀଙ୍କୁ ରଖାଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.