ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫୁଟ୍‌ବଲ୍‌ ମ୍ୟାଚ୍‌ ହେଲା କାଳ; ରେଫରୀଙ୍କ ବିବାଦୀୟ ନିଷ୍ପତ୍ତିରୁ ଆରମ୍ଭ ହୋଇଥିଲା ହିଂସାକାଣ୍ଡ, ୧୦୦ ମୃତ

Published By : Swapna Ray | December 2, 2024 1:30 PM

ନୂଆଦିଲ୍ଲୀ, ୨।୧୨: ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିବାକୁ ଖଚାଖଚ ଭିଡ଼ ଜମିଥିଲା । ଠିକ୍ ଏତିକି ବେଳେ ଆରମ୍ଭ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ପିଟାପିଟି ହୋଇଥିଲେ ଗ୍ୟାଲେରୀରେ ବସିଥିବା ଦର୍ଶକ । ହିଂସାକାଣ୍ଡ ଏତେ ଉଗ୍ର ରୂପ ନେଇଥିଲା ଯେ, ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ । 

ଗିନି ଜେରେକୋରରେ ରବିବାର ଏକ ଫୁଟବଲ୍ ମ୍ୟାଚ ଚାଲିଥିଲା । ମ୍ୟାଚ୍ ବେଳେ ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ଉପରେ ଆରମ୍ଭ ହୋଇଥିଲା ଯୁକ୍ତତର୍କ । ଫଳରେ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାହା ପରେ ଉତ୍ତ୍ୟକ୍ତ ଲୋକ ଅଚାନକ ପଡ଼ିଆ ଭିତରକୁ ପଶି ଆସିଥିଲେ । ଦେଖୁ ଦେଖୁ କିଛି ସମୟ ମଧ୍ୟରେ ଅଣାୟତ୍ତ ହୋଇଥିଲା ସ୍ଥିତି । ଆରମ୍ଭ ହୋଇ ଥିଲା ହିଂସାତ୍ମକ ସଂଘର୍ଷ । ଷ୍ଟାଡିୟମ୍‌ରେ ଥିବା ଦର୍ଶକ ପରସ୍ପର ସହ ପିଟାପଟି ହୋଇଥିଲେ । ଏହି ରକ୍ତାକ୍ତ ସଙ୍ଘର୍ଷ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓଟିର ସତ୍ୟାସତ୍ୟ ସ୍ପଷ୍ଟ ଜଣାପଡ଼ିନାହିଁ । ଫୁଟବଲ ପଡ଼ିଆରେ ଶତାଧିକ ଲୋକେ ଏଣେ ତେଣେ ଦୌଡିବାର ଦେଖିବାକୁ ମିଳିଛି । ଏଥିସହ ରାସ୍ତା ଉପରେ କୁଢ଼ କୁଢ଼ ମୃତଦେହ ପଡ଼ିଥିବା ବେଳେ ଲୋକେ ପରସ୍ପରକୁ ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରି ଏନଜେରେକୋର ପୁଲିସ ଷ୍ଟେସନରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ନିଆଁ ଲାଗିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହସ୍ପିଟାଲରେ ଶହଶହ ମୃତଦେହ ପଡ଼ିରହିଛି । ଏପରିକି ଜେରେକୋର ହସ୍ପିଟାଲର ଶବଗୃହରେ ମୃତଦେହ ରଖିବାକୁ ଜାଗାର ଅଭାବ । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ୍ ଗିନିର ଜୁଣ୍ଟା ନେତା ମାମାଦି ଡୋମ୍ବୁୟାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଟୁର୍ନାମେଣ୍ଟର ଅଂଶ ଥିଲା । ଯିଏ ୨୦୨୧ରେ ଆକ୍ରମଣ ପୂର୍ବକ କ୍ଷମତା ଦଖଲ କରି ନିଜକୁ ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.