ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ଫସିଛନ୍ତି ହଜାରେ ପର୍ଯ୍ୟଟକ ; ରେସ୍କ୍ୟୁ ଅପରେସନ ଜାରି

Published By : Prameya | April 25, 2025 5:32 PM

ନୂଆଦିଲ୍ଲୀ : ସିକ୍କିମ୍‌ର ଉଚ୍ଚ ହିଲ୍‌ଷ୍ଟେସନ ଲାଚେନ ଓ ଲାଚୁଙ୍ଗରେ ପ୍ରାୟ ୧୦୦୦ ପର୍ଯ୍ୟଟକ ଫସି ରହିଛନ୍ତି। ଗୁରୁବାର ଠାରୁ ଲଗାତାର ପ୍ରବଳ ବର୍ଷା କାରଣରୁ ହୋଇଥିବା ଭୂସ୍ଖଳନ ଯୋଗୁଁ ଏହି ସ୍ଥିତି ସୃଷ୍ଟି ଉପୁଜିଛି। ଭୂସ୍ଖଳନ କାରଣରୁ ଅନେକ ସଡ଼କ କ୍ଷତିଗ୍ରସ୍ତ ହୋଇଛି, ଯେଉଁଥି ପାଇଁ ଅନେକ ଗାଡ଼ି ଫସି ରହିଛନ୍ତି। ଆଜି ଅନେକ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି। ଭୂସ୍ଖଳନରେ ଚୁଙ୍ଗଥାଙ୍ଗରୁ ଲାଚେନ ଯାଉଥିବା ସଡ଼କରେ ମୁନ୍ସିଥାଙ୍ଗ ନିକଟରେ ସ୍ଥିତି ଖରାପ ହୋଇ ଯାଇଛି। ଚୁଙ୍ଗଥାଙ୍ଗରୁ ଲାଚୁଙ୍ଗ ଯାଇଥିବା ସଡ଼କରେ ଲିମା ନିକଟରେ ଅନେକ ସ୍ଥାନରେ ସଡ଼କ କ୍ଷତିଗ୍ରସ୍ତ ହୋଇ ଯାଇଛି। 

ପାଖାପାଖି ୨୦୦ଗାଡ଼ିରେ ଯାତ୍ରା କରୁଥିବା ପର୍ଯ୍ୟଟକ ଗୁରୁବାର ସଡ଼କରେ ଫସି ରହିଥିଲେ। ସେମାନଙ୍କୁ ଗୁରୁବାର ରାତିରେ ହିଁ ପୁଲିସ ଷ୍ଟେସନ, ଗୁରୁଦ୍ୱାରା , ଆଇଟିବିପି କ୍ୟାମ୍ପ ଓ ସ୍ଥାନୀୟ ଘର ଗୁଡ଼ିକରେ ଆଶ୍ରୟ ଦିଆ ଯାଇଛି। ପୁଲିସ ଅଧିକାରୀ କହିଛନ୍ତି , ଶୁକ୍ରବାର ସକାଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଏବଂ ସେ ଗାଙ୍ଗଟକ୍‌ ଅଭିମୁଖେ ପ୍ରସ୍ଥାନ କରିଛନ୍ତି। ହେଲେ ଯେଉଁ ପର୍ଯ୍ୟଟକ ଗୁରୁବାର ବା ଏହା ପୂର୍ବରୁ ହିଁ ଲାଚେନ ଓ ଲାଚୁଙ୍ଗରେ ପହଞ୍ଚି ଥିଲେ , ସେ ଏବେ ବି ଫସି ରହିଛନ୍ତି। ଅଧିକାରୀ କହିଛନ୍ତି, ଗୁରୁବାର ରାତିରେ ସୂଚନା ମିଳିଛି ଯେ, ଲାଚେନ-ଚୁଙ୍ଗଥାଙ୍ଗ ସଡ଼କରେ ମୁନ୍ସିଥାଙ୍ଗ ଓ ଲାଚୁଙ୍ଗ-ଚୁଙ୍ଗଥାଙ୍ଗ ସଡକରେ ଲେମାରେ ବଡ଼ ଭୂସ୍ଖଳନ ହୋଇଛି। ଏହାକୁ ଦେଖି ଶୁକ୍ରବାର ପାଇଁ ଉତ୍ତର ସିକ୍କିମର ସବୁ ଯାତ୍ରା ପରମିଟ୍‌କୁ ରଦ୍ଦ କରି ଦିଆ ଯାଇଛି, ଯେଉଁଥିରେ ପୂର୍ବରୁ ଜାରି କରାଯାଇ ଥିବା ପରମିଟ୍‌ ମଧ୍ୟ ସାମିଲ ଅଛି।

ଜିଲ୍ଲା ପ୍ରଶାସନ ଟୁର୍‌ ଅପରେଟରଙ୍କୁ ନିର୍ଦ୍ଦେଶ ଜାରି କରି ଦେଇଛି। ଏଥିରେ କୁହାଯାଇଛି ଯେ, ସେ ଶୁକ୍ରବାର କୌଣସି ବି ପରିସ୍ଥିତିରେ ପର୍ଯ୍ୟଟକଙ୍କୁ ଉତ୍ତର ସିକ୍କିମ ପଠାନ୍ତୁ ନାହିଁ । ଲାଚେନ ଓ ଲାଚୁଙ୍ଗ ଭଳି ସ୍ଥାନ ଗୁଡ଼ିକରେ ହୋଟେଲ ସଂପୂର୍ଣ୍ଣ ବୁକ୍ ଅଛି। ଲାଚେନର ସ୍ଥାନୀୟ ଲୋକେ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ବିକଳ୍ପ ଭାବେ କାଠର ପୋଲ ତିଆରି କରିଛନ୍ତି। ୩ ଅକ୍ଟୋବର ୨୦୨୩ରେ ତିସ୍ତା ନଦୀରେ ଗ୍ଲାସିୟର ହ୍ରଦ ଫାଟିବାରୁ ବନ୍ୟା ଆସିଥିଲା। ଏଥିରେ ଲାଚେନ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା। ଲାଚେନ ପାଖାପାଖି ଦେଢ ବର୍ଷ ଯାଏ ଯୋଗାଯୋଗରୁ ବିଚ୍ଛିନ୍ନ ରହିଥିଲା। ଚଳିତ ବର୍ଷ ମାର୍ଚ୍ଚରୁ ପର୍ଯ୍ୟଟନ ସିଜନ ଆରମ୍ଭ ହୋଇଛି। ଏଥିରେ ଲାଚେନର ଟୁର୍‌ ଅପରେଟର ଓ ହୋଟେଲ ମାଲିକମାନେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିରେ ଖୁବ୍‌ ଖୁସି ହୋଇ ଥିଲେ , ହେଲେ ତାଜା ଘଟଣା ପୁଣି ଥରେ ଚିନ୍ତା ଠିଆ କରି ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.