ନୂଆଦିଲ୍ଲୀ,୧୯।୫: ଗତ କିଛି ବର୍ଷ ହେବ ଭୁଶୁଡି ପଡିଛି ପାକିସ୍ତାନ ଆର୍ଥିକ ସ୍ଥିତି। ଦେଶର ଲକ୍ଷାଧିକ ଲୋକଙ୍କ ଉପରେ ରହିଛି ଅନାହାର ବିପଦ। ଜାତିସଂଘର ଏକ ରିପୋର୍ଟରୁ ଏହା ଜଣାପଡିଛି। ନିକଟରେ ଜାତିସଂଘ ନିଜ ରିପୋର୍ଟରେ କହିଛନ୍ତି, ଦେଶର ପ୍ରାୟ ୧.୧ କୋଟି ଅର୍ଥାତ ୧୧ ମିଲିୟନ ଲୋକ ଲୋକ ଅନାହାରର ସାମନା କରୁଛନ୍ତି। ବହୁ ଅଞ୍ଚଳରେ ଖାଦ୍ୟଶସ୍ୟର ପ୍ରବଳ ଅଭାବ ରହିଛି। ଲୋକେ ଅକାଳ ଭଳି ସ୍ଥିତିଠାରୁ ବାସ୍ ଗୋଟେ ପାଦ ଦୂରରେ ଅଛନ୍ତି।
ଉଲ୍ଲେଖନୀୟ ଯେ, ଜାତିସଂଘର ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ୍ (FAQ) ଗତ ଶୁକ୍ରବାର ନିଜର ଗ୍ଲୋବାଲ ରିପୋର୍ଟ ଅନ୍ ଫୁଡ୍ କ୍ରାଇସିସ୍ ୨୦୨୫ ଜାରି କରିଥିଲା। ରିପୋର୍ଟରେ ପାକିସ୍ତାନରେ ଖାଦ୍ୟ ଅସୁରକ୍ଷାକୁ ନେଇ ଏକ ଭୟାବହ ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ କୁହାଯାଇଛି ବେଲୁଚିସ୍ତାନ, ସିନ୍ଧ ଓ ଖୈବର ପଖତୁନଖ୍ବା ଭଳି ସଂଘର୍ଷ ପ୍ରଭାବିତ ଓ ଗରିବ ଅଞ୍ଚଳରେ ସ୍ଥିତି ଖୁବ୍ ଦୟନୀୟ ରହିଛି। ରିପୋର୍ଟ ଅନୁସାରେ, ୧.୧ କୋଟି ଲୋକ ଗମ୍ଭୀର ଖାଦ୍ୟ ଅସୁରକ୍ଷାର ସାମନା କରୁଛନ୍ତି, ଯାହାଙ୍କ ଭିତରେ ପ୍ରାୟ ୧୭ ଲକ୍ଷ ଏଭଳି ଅଛନ୍ତି ଯାହାଙ୍କୁ FAQ ଜରୁରୀକାଳୀନ ସ୍ଥିତି ରୂପରେ ଦେଖିଥାଏ, ଅର୍ଥାତ ଅକାଳଠାରୁ ଗୋଟେ ପାଦ କମ୍ ଦୂର।
ରିପୋର୍ଟର ଅନ୍ୟ ଦିଗକୁ ନେଇ ଯଦି କଥା ହେବା ତେବେ ଗ୍ରାମୀଣ ଜିଲ୍ଲାର ୬୮ ଟି କ୍ଷେତ୍ର ଗରିବ ଓ ଦଶକ ଧରି ରାଜନୈତିକ ଉପେକ୍ଷାରେ ପ୍ରଭାବିତ ହୋଇଛି। ବହୁ ସ୍ଥାନରେ ଭୟାବହ ବନ୍ୟା ଏହି ଅଞ୍ଚଳର ପ୍ରାୟ ୨୨% ଜନସଂଖ୍ୟା ଅନାହାରରେ ପ୍ରଭାବିତ ହୋଇଛନ୍ତି। ବେଲୁଚିସ୍ତାନ ଓ ସିନ୍ଧର ଦକ୍ଷିଣ ପ୍ରାନ୍ତରେ କୁପୋଷଣ ମଧ୍ୟ ଏକ ବଡ଼ ଚିନ୍ତାର କାରଣ ପାଲଟିଛି।