ନୂଆଦିଲ୍ଲୀ, ୧୭/୧୨ : ଇଭି ଇଣ୍ଡଷ୍ଟ୍ରି ପାଇଁ ଖାସ୍ ଥିଲା ୨୦୨୪। ବିଶେଷ କରି ମାର୍କେଟ୍ ନେଇଥିଲା ଇଲେକ୍ଟ୍ରିକ୍ ଟୁ-ହ୍ଵିଲର। ବଜାରରେ ଓଲୋ ସ୍କୁଟର ଦବଦବା ଜାହିର କରିଥିବା ବେଳେ ପରେ ଏହି କ୍ରମରେ ସାମିଲ ହୋଇଥିଲେ ଟିଭିଏସ୍ ଆଇକ୍ୟୁବ୍ ଏବଂ ବଜାଜ ଚେତକ ଇଭି। ତଥାପି ଚଳିତ ବର୍ଷ ବଜାରରେ ନମ୍ଵର ୱାନ୍ ରହିଛି ଓଲା। ଏହି କ୍ୟାଲେଣ୍ଡର ଇୟରରେ କମ୍ପାନୀ ୪ ଲକ୍ଷ ୟୁନିଟ୍ ରିଟେଲ୍ ସେଲ୍‌ସ୍ ପାର୍ କରିଛି। ଯାହାଫଳରେ କମ୍ପାନୀ ଏବେ ଦେଶର ନଂ ୧ ଇଭି କମ୍ପାନୀ ହୋଇପାରିଛି। 

୨୦୨୪ ଡିସେମ୍ଵର ୧୫ ସୁଦ୍ଧା ଲ୍ୟାଟେଷ୍ଟ ହ୍ଵିକିଲ୍ ଡାଟା ମୁତାବକ, ଓଲା ୪,୦୦,୦୯୯ ୟୁନିଟ୍ ବିକ୍ରି କରିଛି। CY2023 ତୁଳନାରେ କମ୍ପାନୀ ୫୦ ପ୍ରତିଶତ ଅଧିକ ବିକ୍ରି କରିଛି। କମ୍ପାନୀ ଚଳିତ ବର୍ଷ ଏକ୍ସଟ୍ରା ୧,୩୨,୩୭୧ ୟୁନିଟ୍ ବିକ୍ରି କରିଛି। ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ଦେଶରେ ବିକ୍ରି ହୋଇଥିବା ୨.୬୨ ମିଲିୟନ ଇଲେକ୍ଟିକ୍ ଟୁ-ହ୍ଵିଲର ମଧ୍ୟରୁ ବଜାରରେ ଓଲାର ଭାଗ ୩୦ ପ୍ରତିଶତ ରହିଛି। ଡିସେମ୍ଵର ୨୦୨୧ରୁ ବିକ୍ରି ଆରମ୍ଭ କରିଥିବା ଓଲା ଇଲେକ୍ଟ୍ରିକ୍ ୨୦୨୪ ଡିସେମ୍ଵର ମଧ୍ୟରେ ୭୭୭,୧୧୮ ୟୁନିଟ୍ ବିକ୍ରି କରିଛି। ଯାହାକି ଭାରତର ଯେକୌଣସି e2W OEM ପାଇଁ ସବୁଠୁ ବଡ଼ ବିକ୍ରି।