ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଏବଂ ୮ ମିଜାଇଲ୍ ଖସାଇଲା ଭାରତ

Published By : Rasmita Pradhan | May 9, 2025 9:35 AM

ନୂଆଦିଲ୍ଲୀ, ୦୯/୦୫ : LOC ଏବଂ IBରେ ଡ୍ରୋନ୍ ହମଲାକୁ ଭାରତର କଡ଼ା ଜବାବ। ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଏବଂ ୮ ମିଜାଇଲ୍ ଖସାଇଲା ଭାରତ। L-70 ଗନ୍‌, ZU-23MM ଗନ୍, ସିଲକା ସିଷ୍ଟମ ଏବଂ ଅନ୍ୟ ଉନ୍ନତ କାଉଣ୍ଟର-UAS ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏହି ସବୁ ଡ୍ରୋନ୍ ଗୁଡ଼ିକୁ ନଷ୍ଟ କରିଛି ଭାରତୀୟ ସେନା। ସେହିପରି ପୋଖରାନ, ଆରଏସ୍‌ପୁରା, ଅରନିଆ, ସତବରୀ ଏବଂ ସାମ୍ବାରେ S-400 ଯୋଗେ ପାକିସ୍ତାନର ମିଜାଇଲ୍ ଖସାଇଲା ଭାରତ। ଏହା ସହ ପାକିସ୍ତାନର ୨ଟି ଫାଇଟର୍ ଜେଟ୍‌ FJ-17କୁ ମାରି ଖସାଇଛି ଭାରତ।  

ସୂଚନାନୁଯାୟୀ, ଗୁରୁବାର ପାକିସ୍ତାନୀ ସେନା ଉଧମପୁର, ସାମ୍ବା, ଜମ୍ମୁ, ଅଖନପୁର, ନଗରୋଟା ଏବଂ ପଠାନକୋଟ ଭଳି ସମ୍ଵେଦନଶୀଳ ସ୍ଥାନକୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ କରିଥିଲା। ଭାରତୀୟ ସେନା ପାକିସ୍ତାନକୁ ତା ଭାଷାରେ ଜବାବ ଦେଇଛି। ପାକିସ୍ତାନର ଡ୍ରୋନ୍ ହମ୍‌ଲାକୁ ପ୍ରଭାବୀ ଢଙ୍ଗରେ ବିଫଳ କରିଛି। ଶୁକ୍ରବାର ସକାଳେ ମଧ୍ୟ ପାକିସ୍ତାନ ଜାମ୍ମୁରେ ଫାଇରିଂ କରୁଛି। ଏଲଓସିରେ ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ କରୁଛି। ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରର ସବୁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଏହି ଖବରଟିକୁ ପଢନ୍ତୁ-ଅପରେସନ୍ ସିନ୍ଦୁରରେ ନୂଆ ମୋର୍ଚ୍ଚା ଖୋଲିଲା ନୌସେନା; କରାଚୀ ବନ୍ଦରକୁ କଲା ଟାର୍ଗେଟ୍

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.