ଭୁବନେଶ୍ୱର, ୨୫।୪: ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଉପରେ କାମ କରୁଥିବା ଭୁବନେଶ୍ୱରସ୍ଥିତ ୱାଇଲ୍ଡ ଲାଇଫ୍ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଘରଚଟିଆ ଗଣନା କରାଯାଇଛି । ୨୦୨୫- ୨୬ରେ ରାଜ୍ୟରେ ମୋଟ ୮୩,୫୭୬ଟି ଘରଚଟିଆଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରେ ସୋନପୁରରେ ସର୍ବାଧିକ ୩୦ହଜାର ଚଟିଆ ରହିଥିଲେ । ସର୍ଭେରୁ ଜଣାପଡ଼ିଛି, ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚଟିଆଙ୍କ ସଂଖ୍ୟା ବହୁତ କମ୍ । ପଶ୍ଚିମ ଓଡ଼ିଶାରେ ଅଧିକ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରମୋଦ ଧଳ କହିଛନ୍ତି ।
ତେବେ ମୟୂରଭଞ୍ଜ, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ା, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସର୍ଭେ ହୋଇଥିଲା । ଗଞ୍ଜାମରୁ ଡ. ସ୍ଥିତଧି ରଥ, ସାଗର କୁମାର ପାତ୍ର, ମୟୂରଭଞ୍ଜର ଦେବାଶିଷ ମହନ୍ତ, କୋରାପୁଟରୁ ସୁଶାନ୍ତ କୁମାର ପଣ୍ଡା, ଝାରସୁଗୁଡ଼ାରୁ ଶୁଭମ୍ ରାଉତ, ଖୋର୍ଦ୍ଧାରୁ ରଞ୍ଜନ ପାତ୍ର, ସମ୍ବଲପୁରରୁ ସୁବ୍ରତ କୁମାର ନାଥ ସର୍ଭେରେ ଅଂଶଗ୍ରହଣ କରିଥିବା ବେଳେ ବଲାଙ୍ଗିରରୁ ଶୁଭ୍ରାଂଶୁ ମିଶ୍ର, ଶ୍ୟାମା ନାଏକ, ଅରିନ୍ଦମ ପରିଚ୍ଛା, ସୁଧୀର ମିଶ୍ର, ବିକି ନାଗ, ସୋନପୁରରୁ ଜ୍ୟୋତିରାଦିତ୍ୟ ପିକାନୀ ପଣ୍ଡା, ଆଇନଜୀବୀ ଶ୍ୟାମାପ୍ରସାଦ ମିଶ୍ର, ଦିନେଶ ମିଶ୍ର, ବିନିକାରୁ ଦେବାଶିଷ ସୁବୁଧି ସର୍ଭେ ପରିଚାଳନାରେ ସହଯୋଗ କରିଥିଲେ ।
ଆହୁରି ପଢ଼ନ୍ତୁ... ଶିଙ୍ଗରେ କଚାଡ଼ିଦେବାରୁ ମାଲିକଙ୍କ ପ୍ରାଣ ଚାଲିଗଲା, ପଶ୍ଚାତାପରେ ଲୁହ ଝରାଇ ଦାନା ଛୁଉଁନି ମୁଗେଇ