ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଭୋକ ଉପାସରେ ଆଖିବୁଜିଲା ଓଟ, ଅସହାୟ କରି ଛାଡ଼ି ଚାଲିଯାଇଥିଲା ମାଲିକ

Published By : Manoj | August 25, 2025 9:26 AM

କୁତ୍ରା,୨୫/୦୮: ଓଟଟି ସାରା ଜୀବନ ମାଲିକର ସେବାରେ ନିଜକୁ ହଜାଇ ଦେଇଥିଲା । ମାଲିକକୁ ରୋଜଗାର ଦେଇ ଆସୁଥିଲା । ଅସୁସ୍ଥ ହେବା ପରେ ମାଲିକ ତାକୁ ଛାଡ଼ି ଦେଇ ଚାଲିଗଲା । ଲଗାତର ଭାବେ ବର୍ଷାରେ ଭିଜି ଭିଜି ଭୋକ ଉପାସରେ ମାଲିକର ଆସିବା ବାଟକୁ ଚାହିଁ ରହି ଆଖିରୁ ଲୁହ ଗଡ଼ାଉଥିଲା । ଶେଷରେ କୁତ୍ରା ବ୍ଲକ ଅନ୍ତର୍ଗତ ତେଲିଘଣା ଆମ୍ବ ବଗିଚାରେ ବନ୍ଧା  ହୋଇଥିବା ରୋଗିଣା ଓଟଟି ଆଖି ବୁଜିଦେଇଛି । ଅଞ୍ଚଳର ପଶୁପ୍ରେମୀ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ।  

ଗତ ଗୁରୁବାର ଦିନରୁ ବୁଢ଼ା ଓ ଅସୁସ୍ଥ ଓଟ ଗଛରେ ବାନ୍ଧି ମାଲିକ ଛାଡ଼ିଦେଇ ଯାଇଥିଲା । ଲଘୁଚାପ ବର୍ଷାରେ ଭିଜିଲା । ଭୋକ ଓ ରୋଗରେ ଦୁର୍ବଳ ହୋଇଯାଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ ପ୍ରାଣୀ ଚିକିତ୍ସକ ଦଳ ପଠାଇ ଓଟଟିର ଚିକିତ୍ସା କରିଥିଲେ । ଓଟ  ମରିଯାଇଥିବା ସ୍ଥାନୀୟ ଲୋକେ ଆଜି ସକାଳୁ ଦେଖିବାକୁ ପାଇଥିଲେ । ପ୍ରାଣୀ ଚିକିତ୍ସକ ଦଳ ପହଞ୍ଚି ଶବ ବ୍ୟବଚ୍ଛେଦ  କରିଥିବା ବେଳେ ବ୍ଲକ ପ୍ରଶାସନ ଓ କନ୍ଦେଇମୁଣ୍ଡା  ସରପଞ୍ଚଙ୍କ ସହାୟତାରେ ତାକୁ ଆମ୍ବ ବଗିଚାରେ ହିଁ ଜେସିବିରେ ଗାତ ଖୋଳି ପୋତି ଦିଆଯାଇଛି । ଏବେ  ଏହି ଘଟଣା ଦେଶର ପ୍ରାଣୀ ସୁରକ୍ଷା ଆଇନ ଉପରେ ପ୍ରଶ୍ନ ଉଠାଇଛି । ନିରୀହ ପ୍ରାଣୀ ଉପରେ ହୋଇଥିବା ନିର୍ଦ୍ଦୟତା  ଏବଂ ମାଲିକଙ୍କ ନିଷ୍ଠୁର ବ୍ୟବହାର ଜଳଜଳ କରି ଦିଶୁଛି ।  ପ୍ରଶାସନ ଓ ପ୍ରାଣୀ ସୁରକ୍ଷା ବିଭାଗ ଦୋଷୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.