ଭୁବନେଶ୍ବର,୩୦/୦୩:OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଏକାଧିକ ସ୍ଥାନରେ ଚଢାଉ ହୋଇଥିବା ବେଳେ ଆଜି ଭିଜିଲାନ୍ସ ଦେବାଶିଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏହା ମଧ୍ୟ ପଢନ୍ତୁ- ଭିଜିଲାନ୍ସ ପଞ୍ଝାରେ OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର,ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ
ଶନିବାର OWSSB(ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ) ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାାନ୍ସ ଚଢାଉ ହୋଇଥିଲା । ତାଙ୍କ ଘଲ ସମେତ ଏକକଳୀନ ୭ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଖୋର୍ଦ୍ଧା ଜଟଣୀ ସ୍ଥିତ ଘର, ଭୁବଗନେଶ୍ୱରର ଆଇଗିଣିଆ ସ୍ଥିତ ଏକ ଭଡ଼ା ଘର, ଜଟଣା ସ୍ଥିତ ଦୁଇ ମହଲା ବିଶିଷ୍ଟ ଘର, ଜଟଣୀ ସ୍ଥିତ ଆଉ ଏକ ତିନି ମହଲା ବିଶିଷ୍ଟ ନିର୍ମାଣାଧୀନ ଘର, ବନଦୁର୍ଗା ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୁଇଟି ଦୋକାନ, କଟକ ଚୌଦ୍ୱାର ସ୍ଥିତ ସମ୍ପର୍କୀୟଙ୍କ ଘର ଏବମ ଭୁବନେଶ୍ୱର ସ୍ଥିତ ତାଙ୍କ ଅଫିସ୍ରେ ଏକକାଳୀନ ଚଢାଉ କରିଥିଲା ଭିଡିଲାନ୍ସ ଟିମ୍ । ଏହି ଚଢାଉରେ ୨୦୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ ହୋଇଥିଲା । ଏହି ଚଢାଉୃରେ ୭ ଡିଏସପି, ୯ ଇନ୍ସପେକ୍ଟର, ୧୦ ଏଏସଆଇ, ସାମିଲ ଥିଲେ ।