ନୂଆଦିଲ୍ଲୀ,୦୬/୦୮: ଏଣିକି ଘର ବି ଭଡ଼ାରେ ଦେବ ଓୟୋ। ଓୟୋ ବେଲଭିଲା ମାଧ୍ୟମରେ ଅଷ୍ଟ୍ରେଲୀୟ ସ୍ୱଳ୍ପକାଳୀନ ଭଡ଼ା ପରିଚାଳନା ଷ୍ଟାର୍ଟଅପ୍
ମେଡକମ୍ଫିକୁ  କିଣିଛି। ଯାହା OYOକୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ନିଜର ଭ୍ୟାକେସନ ହୋମ୍  ବ୍ୟବସାୟକୁ ବିସ୍ତାର କରିବାରେ ସାହାଯ୍ୟ କରିବ। କିନ୍ତୁ ଓୟୋ ଏହି କମ୍ପାନିକୁ କିଣିବା ପରେ ମଧ୍ୟ ମେଡକମ୍ଫି ଏକ ସ୍ୱାଧୀନ ବ୍ରାଣ୍ଡ ଭାବରେ କାର୍ଯ୍ୟ ଜାରି ରଖିବ।

ମେଡକମ୍ଫି୨୦୧୫ ମସିହାରେ Quirin Schweighofer ଏବଂ Sabrina Bethunin ଦ୍ୱାରା ଆରମ୍ଭ କରାଯାଇଥିଲା। ଏହି କମ୍ପାନୀ ଅଷ୍ଟ୍ରେଲିଆରେ ୧,୨୦୦ ରୁ ଅଧିକ ସମ୍ପତ୍ତି ପରିଚାଳନା କରେ ଏବଂ  ଭଡା ପାଇଁ ପରିଚାଳନା ସେବା ମଧ୍ୟ ପ୍ରଦାନ କରେ। ଏହାର ସିଡନୀ, ମେଲବୋର୍ଣ୍ଣ, ବ୍ରିସବେନ, ପର୍ଥ ଏବଂ ଆଡିଲେଡରେ କାର୍ଯ୍ୟାଳୟ ଅଛି।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହାର ମୋଟ ବୁକିଂ ମୂଲ୍ୟ  ୬୦ ନିୟୁତ ଆମେରିକୀୟ ଡଲାରରେ ପହଞ୍ଚିଛି। 

ଲିଙ୍କଡିନରେ ଏକ ପୋଷ୍ଟରେ, ଶ୍ୱାଇଘୋଫର ଲେଖିଛନ୍ତି, ଏହା ଆନୁଷ୍ଠାନିକ ଯେ  ମେଡ଼କମ୍ପିକୁ ଓୟୋ ଦ୍ୱାରା ଅଧିଗ୍ରହଣ କରାଯାଇଛି। ଆମେ CheckMyGuest,Belvilla ଏବଂ G6 ଭଳି  ବ୍ରାଣ୍ଡ ସହିତ ଓୟୋ ପରିବାରରେ ଯୋଗଦେବା ପାଇଁ ଅତ୍ୟନ୍ତ ଉତ୍ସାହିତ।  OYO ପ୍ରତିଷ୍ଠାତା ଏବଂ ସିଇଓ ରିତେଶ ଅଗ୍ରୱାଲ ଅଧିଗ୍ରହଣ ଉପରେ ଖୁସି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ସେ ଏକାଠି କାମ କରିବାକୁ ଉତ୍ସାହିତ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି କାରବାରରେ ୧.୯ ନିୟୁତ ଆମେରିକୀୟ ଡଲାରର ଆଗୁଆ ଇକ୍ୱିଟି ଏବଂ ୯.୬ ନିୟୁତ ଆମେରିକୀୟ ଡଲାରର ସ୍ଥଗିତ ଷ୍ଟକ୍ ଅନ୍ତର୍ଭୁକ୍ତ, ଯେଉଁଥିରେ ନଗଦ ଅଂଶ ମଧ୍ୟ ଅନ୍ତର୍ଭୁକ୍ତ।