ଭୁବନେଶ୍ୱର ୧୦/୦୨: ଧାନ ଉଠାଣ ସମସ୍ୟା ନେଇ ମିଲର ଆସୋସିଏସନ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ । ସିଏସ୍ ଅନୁ ଗର୍ଗଙ୍କ ପ୍ରତିଶ୍ରୁତି ପରେ ଧାନ ଉଠାଣ ଜାରି ରହିବ ବୋଲି କହିଲେ ମିଲର ଆସୋସିଏସନ ସଭାପତି । ମାତ୍ର କେନ୍ଦ୍ର ଚାଉଳ ଉଠାଉନଥିବାରୁ ଧାନ ଉଠାଣରେ ସାମାନ୍ୟ ବିଳମ୍ବ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଏ ବାବଦରେ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି । ଆଲୋଚନା ଚାଲିଛି ଖୁବଶୀଘ୍ର ଚାଉଳ ଉଠିବ । ତେଣୁ ତାହା ପରେ ଧାନ କିଣା ତ୍ୱରାନ୍ୱିତ ହେବ । ଏହାସହ ବିଗତ ୨ ବର୍ଷର ଦାବି ଯେମିତିକି ଚାଉଳ ଉଠିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି । ମିଲିଙ୍ଗ ଚାର୍ଜସ ବୃଦ୍ଧି ପାଇଁ ଆମର ଦାବି ରହିଛି । ମୁଖ୍ୟ ଶାସନ ସଚିବଙ୍କୁ ସମସ୍ତ ମିଲର୍ସଙ୍କ ଡାଟା ପ୍ରଦାନ କରିଛୁ । ଏ ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି ଆଶା ରଖିଛି । ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗତ ବର୍ଷଠୁ ଅଧିକ ଧାନ ଉଠିଛି । ଟାର୍ଗେଟ୍ ପୂରଣ ହେବା ଯାଏ ସମସ୍ତ ଧାନ ଉଠିବ ବୋଲି ମିଲର ଆସୋସିଏସନର ସଭାପତି କହିଛନ୍ତି ।
ଆହୁରି ପଢ଼ନ୍ତୁ :- ମଦ ପିଇ ସ୍କୁଲକୁ ଝୁଲି ଝୁଲି ଆସିଲେ ସାର୍, ଟେକି ନେଇ ବାହାରେ ଛାଡ଼ିଲେ ଯୁବକ