ସିଂଘିଯୁବା, ୧୫/୦୬ : ବର୍ଷାରେ ମଣ୍ଡିରେ ଭିଜିଲା ଧାନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ମଣ୍ଡିରେ ପଡ଼ିଥିବା ଚାଷୀଙ୍କ ଧାନ ଭିଜିଯାଇଥିବା ଅଭିଯୋଗ ହୋଇଛି । ମଣ୍ଡିରେ ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ସବୁ ପଡ଼ି ରହିଥିବା ବେଳେ ବର୍ଷା ଧାନକୁ ଓଦା କରିଦେଇଛି । ତେବେ ବର୍ଷା ଭିଜା ଧାନର ଗୁଣବତା ନଷ୍ଟ ହେବା ସହ ମିଲରଙ୍କ କଟନି ଛଟନିର ଶିକାର ହୋଇପାନ୍ତି ଚାଷୀ । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।
ସୁଚନା ଅନୁସାରେ ସିଂଘିଯୁବା ମଣ୍ଡି ଉପରେ କମିରା, ଖଇରମାଲ, ଅସୁରଗଡ଼, କଦଲୀପାଲି, ପାପୀ ,ଜାମପାଳି ଆଦି ଗାଁର ପାଖାପାଖି ୭୦୦ଶହରୁ ଉଦ୍ଧ୍ୱର୍ ଚାଷୀ ନିର୍ଭର କରନ୍ତି । ପ୍ରଥମେ ଚାଷୀ ଟୋକନ ସମସ୍ୟା ନେଇ ଚିନ୍ତାରେ ଥିବା ବେଳେ ଏବେ ବର୍ଷାରେ ଧାନ ଓଦା ହୋଇ ମଣ୍ଡିରେ ହଜାର ହଜାର କ୍ଵିଣ୍ଟାଲରୁ ଊର୍ଦ୍ଧ୍ବ ଧାନପଡ଼ି ରହିଛି । ଚାଷୀ ମାନେ ପାଖାପାଖି ସପ୍ତାହେ ହେଲା ମଣ୍ଡିରେ ଧାନ ରଖି ଜଗି ବସିଥିଲେ ମଧ୍ୟ ମିଲର ଓ ପୋକ୍ସ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧାନ ଉଠାଣରେ ମନ୍ଥର ହୋଇଥିବା ଅଭିଯୋଗ ହୋଇଛି ।