ଭୁବନେଶ୍ବର,୪।୩ : ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି ବୃନ୍ଦାବନ ମହୋତ୍ସବ ୨୦୨୬ । ପ୍ରଖ୍ୟାତ ସଙ୍ଗୀତଜ୍ଞ ପଦ୍ମଶ୍ରୀ ହରିହରନଙ୍କ ଜାଦୁଗରି କଣ୍ଠରୁ ଗଜଲ ଶୁଣିବାକୁ ପାଇଥିଲେ ଉପସ୍ଥିତ ସଙ୍ଗୀତ ପ୍ରେମୀ। ରାଧେ କ୍ରୀଷ୍ଣାଙ୍କ ହୋଲି ଖେଳର ଚମତ୍କାର ବର୍ଣ୍ଣନା ଗଜଲ୍ ମାଧ୍ୟମରେ କରିଥିଲେ ମ୍ୟୁଜିକଲ ଆଇକନ୍ ପଦ୍ମଶ୍ରୀ ହରିହରନ । କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାଶିଆ ଉପସ୍ଥିତ ଥିଲେ।

ମ୍ୟୁଜିକଲ ଆଇକନ୍ ପଦ୍ମଶ୍ରୀ ହରିହରନଙ୍କ କଣ୍ଠରେ ରାଧା କୃଷ୍ଣଙ୍କ ହୋଲି ଖେଳର ଅଦ୍ଭୁତ ବର୍ଣ୍ଣନା । ଆଜି ହୋଲି ଆଉ ଏହି ବିଶେଷ ମୁହୂର୍ତ୍ତରେ ରବିନ୍ଦ୍ର ମଣ୍ଡପରେ ଉପସ୍ଥିତ ସବୁ ସଙ୍ଗୀତ ପ୍ରେମୀ ଲିଜେଣ୍ଡରି ମ୍ୟୁଜିଶିଆନଙ୍କ କଣ୍ଠରୁ ସୁନ୍ଦର ଓ ଚମତ୍କାର ଗଜଲ୍ ସଙ୍ଗୀତ ଶୁଣିବାକୁ ପାଇଥିଲେ। ରସିଆ ତୁ ଆଯା କାହ୍ନା ନଦୀଆ କିନାରେ ଗଜଲ୍ ରୁ ଆରମ୍ଭ କରିଥିଲେ ହରିହରନ । ଏହାପରେ ନଦୀଆ କିନାରେ ମୋରା କାହ୍ନା ପରିବେଷଣ କରି ପୁଣି ସମସ୍ତଙ୍କ ହୃଦୟ ଜିଣିଥିଲେ। ନଦୀଆ କିନାରେ ପର ଏସି ହୋଲି ନା ଖେଲୋ କହ୍ନେୟାରେ... ଭରି ପିଚକାରୀ ମାରେ ମୁଖ ପର ମାରତ ହେ ଏବଂ ଲୋଗ କେହେତେ ହେଁ ଅଜନବି ଭଳି ଗୋଟିଏ ପରେ ଗୋଟିଏ ସର୍ବ ଆଦୃତ ଗଜଲ୍ ପରିବେଷଣ କରିଥିଲେ ହରିହରନ। କେବଳ ଏତିକି ନୁହେଁ ମୋରେ ଅପନେ ହି ରଙ୍ଗ ମେ ରଙ୍ଗ ଦୋ ଏବଂ କାସ୍ ଏସା କୋଇ ମଞ୍ଜର ହୋତା.... ମେରେ କାନ୍ଧେ ପେ ତେରା ସର୍ ହୋତା... ଗଜଲ୍ କୁ ଉପସ୍ଥିତ ସଙ୍ଗୀତ ପ୍ରେମୀଙ୍କ ସୁରେ ସୂରେ ହରିହରନ ଗାଇ ଭାରି ଆନନ୍ଦିତ ହୋଇଥିଲେ। ୮୦ ଦଶକରେ ହରି ପ୍ରସାଦ ଚୌରାଶିଆ ଙ୍କ ମୁଜିକ କମ୍ପୋଜ୍ ରେ ସୁପରହିଟ ସଙ୍ଗୀତ ୟେ ଲମ୍ଭେ ୟେ ପଲ୍ ବର୍ଷୋ ୟାଦ୍ କରେଙ୍ଗେ ଗାଇଥିଲେ। ଏହାପରେ ରୋଜା ରୋଜା ସଙ୍ଗ ଆଉ ଶେଷରେ ୧୯୯୫ ରେ ବମ୍ବେ ମୁଭି ର ତୁ ହି ରେ ସଙ୍ଗ ସମସ୍ତଙ୍କ ଫର୍ମାଇସରେ ଗାଇଥିଲେ ହରିହରନ। ୨୦୨୬ ର ହୋଲିର ଏହି ଶୁଭସନ୍ଧ୍ୟାକୁ ନିଜ ଜାଦୁଗରି କଣ୍ଠରେ ଅବିସ୍ମରଣୀୟ କରିଦେଇଥିଲେ ପଦ୍ମଭୂଷଣ ହରିହରନ।

ହରିହରନଙ୍କ ସୁପର ଶୋ ପୂର୍ବରୁ ବୃନ୍ଦାବନ ଗୁରୁକୂଳ ର ଛାତ୍ର ମାନେ ଚମତ୍କାର ସାମୁହିକ ବଂଶୀ ବାଦନ ପରିବେଷଣ କରିଥିଲେ। ଛାତ୍ରମାନେ ନିଜେ କମ୍ପୋଜ କରିଥିବା ମ୍ୟୁଜିକ୍ ସମସ୍ତଙ୍କୁ ଶୁଣାଇଥିଲେ। ଏହାପରେ ହରିପ୍ରସାଦ ଚୌରାଶିଆଙ୍କ ଦ୍ଵାରା ସର୍ବଭାରତୀୟ ସ୍ତରରେ ଅମିତାଭ ବଚନ ଗାଉଥିବା ପପୁଲାର ହୋଲି ସଙ୍ଗୀତ ରଙ୍ଗ ବରସେ ଭିଗେ ଚୁନେରିଆ ମ୍ୟୁଜକ ବଜେଇ ଥିଲେ ବଂଶୀ ବାଦକ ଛାତ୍ର ମାନେ। ବୃନ୍ଦାବନ ଗୁରୁକୂଳ ପକ୍ଷରୁ ହରି ପ୍ରସାଦ ଚୌରାଶିଆ ହରିହରନଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ହରିହରନଙ୍କ ଟିମ୍କୁ ସମ୍ବର୍ଦ୍ଧିତ କରିଥିଲେ ବିଶାଳ ଦେବ। ଆଇଟିଇଆର ନିର୍ଦ୍ଦେଶକ ମାନସ ମଲିକ୍ ଓ ପ୍ରତିଷ୍ଠିତ ବ୍ୟବସାୟୀ ଇଞ୍ଜିନିୟର ପ୍ରଶାନ୍ତ ଆଚାର୍ଯ୍ୟ ଙ୍କୁ ମଧ୍ୟ ବୃନ୍ଦାବନ ଗୁରୁକୂଳ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ମିଶି ବୃନ୍ଦାବନ ଗୁରୁକୂଳ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ।