ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ପଦ୍ମପୁର ନୂଆସାହି ବଧୁ ହତ୍ୟାକାଣ୍ଡ ମାମଲା; ଅଭିଯୁକ୍ତ ସ୍ୱାମୀକୁ ହେଲା ଆଜୀବନ କାରାଦଣ୍ଡ

Published By : Soubhagya Ranjan | May 27, 2025 11:10 PM

ଗୁଣପୁର,୨୭।୦୫: ରାୟଗଡ଼ା ଜିଲ୍ଲା ଗୁଣପୁର ଏଡିଜେଙ୍କ କୋର୍ଟରେ ପଦ୍ମପୁର ନୂଆ ସାହିରେ ଘଟିଥିବା ଏକ ବଧୁ ହତ୍ୟାକାଣ୍ଡ ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ସ୍ୱାମୀ ହୃଷିକେଶ ସାହୁକୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଏଡିଜେ ଦେବଦତ୍ତ ପଟ୍ଟନାୟକ। ଏହି ମାମଲାରେ ଥିବା ଅନ୍ୟ ଅଭିଯୁକ୍ତ ଯଥା ହୃଷିକେଶର ଭାଇ ତ୍ରିନାଥ ସାହୁ, ବଡ଼ ଭଉଣୀ ବିଜୟ ଲକ୍ଷ୍ମୀ ସାହୁ ଏବଂ ସାନ ଭଉଣୀ ନମିତା ସାହୁ ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋସରେ ଖଲାସ କରିଛନ୍ତି । ଅଭିଯୁକ୍ତ ମାନଙ୍କ ମା' ଜାଡ଼ି ସାହୁ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇସାରିଛି । 

ଅଭିଯୁକ୍ତ ମାନଙ୍କ ପାଇଁ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ଏବଂ ସରକାରଙ୍କ ପକ୍ଷରୁ ରାଜେନ୍ଦ୍ର ପ୍ରସାଦ ସାହୁ ମାମଲା ପରିଚାଳନା କରିଥିଲେ ।  ମାମଲାରୁ ଜଣାଯାଏ ୨୦୨୦ ଜାନୁୟାରୀ ୨୭ ତାରିଖରେ ସନ୍ଧ୍ୟାରାଣୀ ସାହୁଙ୍କୁୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭଉଣୀ ଗୀତା ସାହୁ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ । ସନ୍ଧ୍ୟାଙ୍କ ସ୍ୱାମୀ ହୃଷିକେଶ ଏକ ଟାଙ୍ଗିଆରେ ତାଙ୍କୁ ହତ୍ୟା କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପଦ୍ମପୁର ପୋଲିସ ହୃଷିକେଶଙ୍କ ସମେତ ୫ ଜଣଙ୍କ ନାମରେ ଦଫ। ୪୯୮(କ),୩୦୨,୩୦୪(କ), ୩୪ ଆଇପିସି ସହ ୪ ଡିପି ଅଧିନରେ ମାମଲା ରୁଜୁ କରିଥିଲେ । ଏହି ଘଟଣା ପରେ ମୂଖ୍ୟ ଅଭିଯୁକ୍ତ ହୃଷିକେଶ ସାହୁ ଫେରାର ହୋଇଯାଇଥିଲା । ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । 

୨୦୨୦  ଅକ୍ଟୋବର ୨୦ ତାରିଖରେ ହୃଷିକେଶକୁ ପୋଲିସ ଗିରଫ କରିଥିଲା । ମୋଟ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ୨୦୨୦ ମେ ୨୨ରେ ପୋଲିସ ଚାର୍ଜ ସିଟ୍ ଦାଖଲ କରିଥିଲେ । ବିଚାର ସମୟରେ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ହୃଷିକେଶକୁ ମଧ୍ୟବର୍ତ୍ତି କାଳୀନ ଜାମିନ ମିଳିଥିଲା । ଜାମିନର ଅବଧି ସରିବା ପରେ ସେ ଗୁଣପୁର ଜେଲ ହାଜତରେ ବିଚାରଧିନ କଏଦୀ ଭାବରେ ରହି ଆସୁଥିଲା । ତେବେ ଅନ୍ୟ ଅଭିଯୁକ୍ତ ମାନେ ନିୟମିତ ଜାମିନ ପାଇଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏଡିଜେ ଦେବଦତ୍ତ ପଟ୍ଟନାୟକ ଅଭିଯୁକ୍ତ ହୃଷିକେଶକୁ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟ ମାନଙ୍କୁ ଖଲାସ କରିଥିଲେ । ହୃଷିକେଶଙ୍କ ନାମରେ କେବଳ ୩୦୨ ରେ କୋର୍ଟ ଦୋଷି ସାବ୍ୟସ୍ତ କରିଥିଲେ । ଅନ୍ୟ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅନ୍ୟମାନେ ଖଲାସ ହୋଇଥିଲେ । ହତ୍ୟା ମାମଲାରେ ହୃଷିକେଶଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.