ଶ୍ରୀନଗର,୨୩ /୦୪: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣର ସେହି କ୍ରୁର ରାକ୍ଷସଙ୍କ ସ୍କେଚ୍ ସାମ୍ନାକୁ ଆସିଛି । ସୁରକ୍ଷା ଏଜେନ୍ସି ପକ୍ଷରୁ ପହଲଗାମ ହମଲାରେ ସଂମ୍ପୃକ୍ତ ୩ ଜଣ ଆତଙ୍କୀଙ୍କ ସ୍କେଚ୍ ଜାରି କରାଯାଇଛି । ଅସିଫ୍ ଫୋଜି, ସୁଲେମାନ୍ ଶା ଓ ଅବୁ ତଲ୍ଲାରର ସ୍କେଚ୍ ଜାରି ହୋଇଛି । ଯେଉଁମାନେ ପହଲଗାମରେ ରକ୍ତର ନଦୀ ବୁହାଇଛନ୍ତି । ନୀରିହ ଲୋକଙ୍କ ଉପରେ ଗୁଳି ଚଳାଇଥିଲେ ।
ସ୍କେଚ ଜାରି ହୋଇଥିବା ୩ ଆତଙ୍କୀ ପ୍ରାୟ ୨୦ ମିନିଟ୍ ଧରି ଏକ-୪୭ରୁ ଗୁଳି ଚଳାଇଥିଲେ । ପହଲଗାମର ଲୋକପ୍ରିୟ ବୈସରନ୍ ଘାଟିରେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ସେନା ପୋଷାକ ପିନ୍ଧି ଧର୍ମ ପଚାରି ନୀରିହ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ କରଥିରେ । ସେପଟେ ଆତଙ୍କୀ ଆକ୍ରମଣ ପରେ କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ । ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କାଶ୍ମୀରରେ ଭୟଙ୍କର ଆକ୍ରମଣକୁ ନିନ୍ଦା କରିଛି ବିଶ୍ୱ ।
ଅଧିକ ପଢନ୍ତୁ...Terrorist Attack: ପ୍ରତିଶୋଧ ନେବ ଭାରତ, ପାକିସ୍ତାନର ଛାତି ଧଡ଼ଧଡ଼, POKରେ ହାଇ ଆଲର୍ଟ
ଜମ୍ମୁ-କାଶ୍ମୀରେ ପହଲଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଛି । ଦେଶକୁ ସ୍ତବ୍ଦ କରି ଦେଇଛି ଏହି ଆକ୍ରମଣ । ସେନା ପୋଷାକ ପିନ୍ଧି ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କବାଦୀ । ଏଥିରେ ୨୮ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ସେମାନଙ୍କ ମଧ୍ୟରେ ମଧ୍ୟରେ ରହିଛନ୍ତି ଜଣେ ନୌସେନା ଓ ଆଇବି ଅଫିସର। ପୁଲୱାମା ପରେ ଏହା ସବୁଠୁ ବଡ଼ ଧରଣର ହମଲା। ଆକ୍ରମଣ ନେଇ ନିଜକୁ ଦାୟୀ କରିଛି ଏଲଇଟିର ଶାଖା ଟିଆର୍ଏଫ୍ । ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଗୃହମନ୍ତ୍ରୀ ଅମିତ୍ ଶାହ ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିଛନ୍ତି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ପୀଡ଼ିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି ଶାହା । ପହଲଗାମରୁ କଡ଼ା ଚେତାବନୀ ଦେଇ ଗୃହମନ୍ତ୍ରୀ କହିଛନ୍ତି, ''ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ । ଦୋଷୀକୁ କୌଣସି ପରିସ୍ଥିତିରେ ଛଡା ଯିବ ନାହିଁ ।''
ସେପଟେ ଜମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା ହୋଇଛି । ପହଲଗାମ ଆତଙ୍କୀ ଆକ୍ରମଣ ଖବର ପାଇ ସାଉଦି ଗସ୍ତ ଅଧାରୁ ଫେରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଆଜି ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ସମ୍ୱନ୍ଧୀୟ କ୍ୟାବିନେଟ ବୈଠକ ବସିବ । ଆତଙ୍କୀକୁ ଜବାବ ଦେବାକୁ ବୈଠକରେ କଠୋର ପଦକ୍ଷେପ ନିଆଯିବା ନେଇ ଆଲୋଚନା ହୋଇପାରେ ।