ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମୁସଲମାନ ଦୁର୍ବଳ ଅନୁଭବ କରୁଛନ୍ତି, ପହଲଗାମ୍‌ ଆକ୍ରମଣ ପିଏମ୍‌ ମୋଦୀଙ୍କ ପାଇଁ ଏକ ସନ୍ଦେଶ: ରବର୍ଟ ଭଦ୍ରା

Published By : Tapas Panda | April 23, 2025 5:24 PM

Image Courtesy: ANI

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ‘ଏହା ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବାର୍ତ୍ତା, କାରଣ ମୁସଲମାନମାନେ ଦୁର୍ବଳ ଅନୁଭବ କରୁଛନ୍ତି।’ ଏହି ସମ୍ବେଦନଶୀଳ ସମୟରେ ଭଦ୍ରାଙ୍କ ଏହି ବୟାନ ଦେଶବାସୀଙ୍କୁ ଚକିତ କରିଛି । ରବର୍ଟ ଭଦ୍ରା କହିଛନ୍ତି, ‘ମୁଁ ମର୍ମାହତ ଏବଂ ଏହି ଆତଙ୍କବାଦୀ କାର୍ଯ୍ୟରେ ମୃତ ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।’

ସେ କହିଛନ୍ତି ଯେ, ସରକାର ଅଧିକାଂଶ ସମୟରେ ହିନ୍ଦୁତ୍ୱର କଥା କହୁଛନ୍ତି । ଏଥିପାଇଁ ସଂଖ୍ୟାଲଘୁ ଅସୁରକ୍ଷିତ ଓ ଚିନ୍ତିତ ଅନୁଭବ କରୁଛନ୍ତି । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ପହଲଗାମ୍ ଆତଙ୍କୀ ଆକ୍ରମଣ ପଛର କାରଣ ଉପରେ ନିଜ ମତ ଦେଇଛନ୍ତି । ଭଦ୍ରା କହିଛନ୍ତି ଯେ, ଯଦି ଆତଙ୍କୀ ଆକ୍ରମଣର ବିଶ୍ଲେଷଣ କରିବା ତେବେ ବୁଝିପାରିବା ଯେ ଯଦି ସେମାନେ (ଆତଙ୍କବାଦୀ) ଲୋକଙ୍କ ପରିଚୟ ଦେଖି ହତ୍ୟା କରୁଛନ୍ତି, ତେବେ ଏପରି କାହିଁକି କରୁଛନ୍ତି ? ଏହା ଏଥିପାଇଁ କାରଣ ଆମ ଦେଶରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନର ରେଖା ଟଣାଯାଇଛି ।

ସେ ଆହୁରି କହିଛନ୍ତି, ‘ ଆତଙ୍କୀ ସଂଗଠନ ଅନୁଭବ କରୁଥାଇପାରନ୍ତି ଯେ, ମୁସଲମାନଙ୍କ ପାଇଁ ହିନ୍ଦୁ ଅସୁବିଧା ସୃଷ୍ଟି କରୁଛନ୍ତି । ପରିଚୟ ଦେଖିବା ଓ ପରେ ହତ୍ୟା କରିବା, ଏହା ପିଏମ୍ ମୋଦୀଙ୍କ ପାଇଁ ଏକ ସନ୍ଦେଶ । କାରଣ ମୁସଲମାନ ଓ ସଂଖ୍ୟାଲଘୁ ଦୁର୍ବଳ ଅନୁଭବ କରୁଛନ୍ତି ।’

ପହଲଗାମ ଆତଙ୍କବାଦୀ ଆକ୍ରମଣ ମଙ୍ଗଳବାର ଦିନ ପ୍ରାୟ ୨.୩୦ ସମୟରେ ହୋଇଥିଲା। ଆତଙ୍କବାଦୀମାନେ ଆଖପାଖ ପାହାଡ଼ରୁ ଓହ୍ଲାଇ ଆସି ର୍ଯ୍ୟଟକମାନଙ୍କୁ ସେମାନଙ୍କ ପରିଚୟ ପଚାରିଥିଲେ। ସେମାନେ ମହିଳା ଏବଂ ପିଲାମାନଙ୍କୁ ଗୋଟିଏ ପାର୍ଶ୍ୱରେ ଏବଂ ପୁରୁଷମାନଙ୍କୁ ଅନ୍ୟ ପାର୍ଶ୍ୱରେ ରଖିଥିଲେ। ଏହା ପରେ ଆତଙ୍କବାଦୀମାନେ AK 47 ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀମାନେ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ଗୁଳି ଚଳାଇଥିଲେ, ଯେଉଁଥିରେ ୨୬ରୁ ଅଧିକ ଲୋକଙ୍କ ର ମୃତ୍ୟୁ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.