ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପହଲଗାମ୍ ଆକ୍ରମଣ ପରେ ଏବେ ଭାରତର ପ୍ରତିଶୋଧ ଭୟରେ ପାକିସ୍ତାନ, ହାଇଆଲର୍ଟରେ ପାକ୍ ଆର୍ମୀ

Published By : Harapriya Biswal | April 23, 2025 5:33 PM

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ହୋଇଥିବା ଆତଙ୍କୀ ହମଲାକୁ ନେଇ ସାରା ଦେଶରେ ଉତ୍ତେଜନା। ଏହି ଆକ୍ରମଣରେ ଏ ପର୍ଯ୍ୟନ୍ତ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୧୭ ଜଣ ଆହତ ହୋଇଛନ୍ତି। ଏହା ମଧ୍ୟରେ ପାକିସ୍ତାନ ସେନା ନିଜ ପଟୁ ଲାଇନ୍ ଅଫ୍ କନଟ୍ରୋଲରେ ହାଇ ଆଲର୍ଟ ଜାରି କରିଦେଇଛି।  

ପାକିସ୍ତାନୀ ସେନା ଚଳିତ ବର୍ଷ ଏପର୍ଯ୍ୟନ୍ତ  ଜମ୍ମୁ-କଶ୍ମୀର ରେ ୩ ଥର ଅସ୍ତ୍ରବିରତି ଉଲଂଘନ କରିଛି। ଏହି ସମୟ ମଧ୍ୟରେ ଭାରତୀୟ ସେନା ସହ ସଂଘର୍ଷରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଇଣ୍ଟେଲିଜେନ୍ସ ସୁତ୍ର ଅନୁସରେ, ଏଲଓସି ନିକଟରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ୪୨ ଟେରୋରିଷ୍ଟ ଲଞ୍ଚ ପ୍ୟାଡ୍‌ ଆକ୍ଟିଭ ରହିଛି। ଏହି ଲଞ୍ଚପ୍ୟାଡ୍‌ରେ ୧୧୦ ରୁ ୧୩୦ ଆତଙ୍କୀ ରହିଛନ୍ତି। କେବଳ କାଶ୍ମୀର ଘାଟିରେ ୭୦ ରୁ ୭୫ ଆତଙ୍କୀ ଏବଂ ଜମ୍ମୁ ରଜୌରୀରେ ୬୦ ରୁ ୬୫ ଆତଙ୍କୀ ଆକ୍ଟିଭ ଅଛନ୍ତି। ଏହି ସମସ୍ତେ ପାକିସ୍ତାନୀ ଆତଙ୍କୀ। 

ଏହି ଆତଙ୍କୀ ସଂଗଠନରେ ପାକିସ୍ତାନ କେବଳ ୪ ସ୍ଥାନୀୟ ଯୁବକଙ୍କୁ ଭର୍ତ୍ତି କରିଛି। ଭାରତୀୟ ସୁରକ୍ଷାବଳ ପ୍ରତି ୫ ଦିନରେ ଜଣେ ଆତଙ୍କୀକୁ ମାରୁଛି। ଏପର୍ଯ୍ୟନ୍ତ ନିହତ ୭୫ ଆତଙ୍କବାଦୀଙ୍କ ମଧ୍ୟରେ ଅଧିକାଂଶ ବିଦେଶର ଥିଲେ। ତାଙ୍କ ଭିତରୁ ୧୭ ଆତଙ୍କୀ ଏଲଓସିରେ ଅନୁପ୍ରବେଶ ବେଳେ ନିହତ ହୋଇଛନ୍ତି। ସେଭଳି ୨୬ ଆତଙ୍କୀ ସେନାର ଅପରେସନ୍ ବେଳେ ନିହତ ହୋଇଛନ୍ତି। ବର୍ତ୍ତମାନର ରେକର୍ଡ ଅନୁସାରେ, ଜମ୍ମୁର ୫ ଜିଲ୍ଲା, ଉଦ୍ଧମପୁର, କଠୁଆ, ଡୋଡା ଓ ରାଜୌରୀରେ ୪୨ ବେଆଇନ ସ୍ଥାନୀୟ ଆତଙ୍କୀ ନିହତ ହୋଇଛନ୍ତି। ଘାଟିର କଥା ଯଦି ହେବା ତେବେ ବାରମୂଳା, ବାନ୍ଦିପୋରା, କୁପଓ୍ବାରା ଓ କୁଲଗାମ୍‌ ଜିଲ୍ଲାରେ ବିଦେଶୀ ଆତଙ୍କୀଙ୍କୁ ମାରିବାରେ ସଫଳତା ମିଳିଛି। ଜମ୍ମୁ ଓ କାଶ୍ମୀରର ୯ ଜିଲ୍ଲାରୁ ବାରାମୂଳାରେ ସର୍ବାଧିକ ଆତଙ୍କୀଙ୍କୁ ମାରିବାରେ ସଫଳତା ମିଳିଥିଲା। ବାରାମୂଳାରେ ସବୁଠାରୁ ଅଧିକ ବିଦେଶୀ ଆତଙ୍କୀ ଉରି ସେକ୍ଟରର ସବୁରା ନାଲା ଅଞ୍ଚଳରେ ନିହତ ହୋଇଥିଲା। ସେଭଳି କିଛି ବାରାମୂଳାର ଚକ୍ ଟପ୍ପର ଓ ବାନ୍ଦିପୋରା ଅଞ୍ଚଳରେ ନିହତ ହୋଇଥିଲେ। ଏଥିରୁ ଜଣାପଡୁଛି ଜମ୍ମୁ-କଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କ ସଂଖ୍ୟା ଖୁବ୍ ହ୍ରାସ ଘଟିଛି। ଏହି କାରଣରୁ ଏବେ କେବଳ ପାକିସ୍ତାନୀ ଆତଙ୍କୀ ଆକ୍ଟିଭ ଅଛନ୍ତି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.