ପେଶାୱର,୨୨/୧୨: ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖତୁନଖ୍ୱା ପ୍ରଦେଶରେ ଏକ ଚେକ୍‌ ପୋଷ୍ଟ ଉପରେ ଆତଙ୍କୀମାନେ ଆକ୍ରମଣ କରିଛନ୍ତି ।  ଏଥିରେ ୧୬ ଜଣ ସୈନ୍ୟ ପ୍ରାଣ ହରାଇଥିଲା  ବେଳେ ଅନ୍ୟ ୮ ଜଣ ଗୁରୁତର ଆହତ  ହୋଇଛନ୍ତି । ଆଫଗାନିସ୍ତାନ ସୀମାକୁ ଲାଗିଥିବା ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାର  ମାକିନସ୍ଥିତ ଲିଟା ସର ଚେକ୍‌ପୋଷ୍ଟ  ଉପରେ ଏହି ଆକ୍ରମଣ ହୋଇଛି । ପ୍ରାୟ  ଦୁଇଘଣ୍ଟା ଧରି ଆତଙ୍କବାଦୀ ଓ ସୈନ୍ୟଙ୍କ  ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା ।  ଆତଙ୍କୀମାନେ ଉକ୍ତ ପୋଷ୍ଟରେ ନିଆଁ  ଲଗାଇ ଦେଇଥିଲେ । ଫଳରେ ସେଠାରେ  ଥିବା ୱେରଲେସ ଉପକରଣ, ଦସ୍ତାବିଜ  ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ  ହୋଇଯାଇଛି । ଆକ୍ରମଣରେ ୩୦ରୁ  ଅଧିକ ଆତଙ୍କବାଦୀ ସାମିଲ ଥିଲେ ।  ଆକ୍ରମଣ ପରେ ସେମାନେ ପଳାଇଥିଲେ ।  ସେମାନଙ୍କୁ ଧରିବା ଲାଗି ସେନା ପକ୍ଷରୁ  ତଲାସୀ ଆରମ୍ଭ କରାଯାଇଛି।