ନୂଆଦିଲ୍ଲୀ,୦୩/୦୩; ଗୋଟିଏ ପଟେ ଭୟଙ୍କର ହେଉଛି ଆମେରିକା-ଇରାନ ଯୁଦ୍ଧ । ସେପଟେ ଆଉ ଦୁଇ ଦେଶ ମଧ୍ୟରେ ବଢୁଛି ଉତ୍ତେଜନା । ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ତୀବ୍ର ହେଉଛି ଲଢେଇ । ତାଲିବାନ ପ୍ରହାରରରେ ଥରହର ପାକିସ୍ତାନ । ଗତକାଲି ପାକିସ୍ତାନର ନୁରଖାନ ଏୟାରବେସ୍‌କୁ ଛାରଖାର କରିବା ପରେ ତାଲିବାନ ଡୁରାଣ୍ଡ ରେଖାରେ ୨ ପାକିସ୍ତାନୀ ପୋଷ୍ଟ କବଜା କରିଛି । ରାୱଲପିଣ୍ଡିର ନୁର ଖାନ ଏୟାରବେସ ଏବଂ କ୍ୱେଟା ମୁଖ୍ୟାଳୟ ଉପରେ ଗତକଲି ଡ୍ରୋନ ଆକ୍ରମଣ କରି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ବହୁତ କ୍ଷତି ପହଞ୍ଚାଇଥିଲା ଆଫଗାନ । ଆଫଗାନର ଇସଲାମିକ ଏମିରେଟ୍ସର ସେନା କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡାକ୍ ଏବଂ ଶୋରାବାକ୍ ଜିଲ୍ଲାରେ ପ୍ରସିଦ୍ଧ ଡୁରାଣ୍ଡ ରେଖା ନିକଟରେ ପାକିସ୍ତାନୀ ସାମରିକ ପୋଷ୍ଟ କରିଛି ।

ଆଫଗାନିସ୍ତାନର ତାଲିବାନ ଶାସକ ଡୁରାଣ୍ଡ ରେଖା ପାଖରେ ଦୁଇଟି ପ୍ରମୁଖ ସାମରିକ ପୋଷ୍ଟର ନିୟନ୍ତ୍ରଣ ହାସଲ କରି ପାକିସ୍ତାନକୁ ଆଉ ଏକ ଝଟକା ଦେଇଛି । ଟୋଲୋ ନ୍ୟୁଜ୍ ରିପୋର୍ଟ କରିଛି ଯେ,  ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ସୈନ୍ୟମାନେ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡାକ୍ ଏବଂ ଶୋରାବାକ୍ ଜିଲ୍ଲାରେ ପାକିସ୍ତାନୀ ପୋଷ୍ଟଗୁଡ଼ିକୁ ଦଖଲ କରିଛନ୍ତି । ଏହି ଅଞ୍ଚଳ ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ବିବାଦର ଉତ୍ସ ହୋଇଆସିଛି ।  ଏହି ସଦ୍ୟତମ ଦଖଲ ଇସଲାମାବାଦର ଚିନ୍ତା ବଢାଇ ଦେଇଛି । ତାଲିବାନର ଆକ୍ରମଣ ଦର୍ଶାଉଛି ଯେ ସେମାନେ ଆଉ କେବଳ ପ୍ରତିରକ୍ଷାମୂଳକ ନୁହଁନ୍ତି, ବରଂ ଏକ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରି ପାକିସ୍ତାନ ଭିତରକୁ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି ।


ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି- ତାଲିବାନ ଆକ୍ରମଣ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ସାମ୍ନାକୁ ଆଣିଛି । ଡୁରାଣ୍ଡ ରେଖାରେ ପାକିସ୍ତାନ ହାରୁଥିବା ବେଳେ, ଦେଶ ଭିତରେ ସାମରିକ ମୁଖ୍ୟାଳୟ ଉପରେ ଗୁଳିମାଡ଼ କରାଯାଉଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ,ତାଲିବାନ ଏବେ ପାକିସ୍ତାନକୁ ଆଲୋଚନା ଟେବୁଲକୁ ଆସିବାକୁ ବାଧ୍ୟ କରିବା ପାଇଁ ପାକିସ୍ତାନର ରଣନୈତିକ ସ୍ଥାନଗୁଡ଼ିକୁ ବାଛି ବାଛି ଟାର୍ଗେଟ କରୁଛନ୍ତି । ଏହି ଆକ୍ରମଣ ପରେ, ସମଗ୍ର ପାକିସ୍ତାନରେ ଏକ ହାଇଆଲର୍ଟ ଜାରି କରାଯାଇଛି ।
​​​​​​​

ଏହା ବି ପଢନ୍ତୁ...ଭାରତ ଦେଇଥିବା କ୍ଷତ ଶୁଖିନି ତାଲିବାନର ବଡ଼ ହମ୍ଲା, ପାକିସ୍ତାନର ନୁର ଖାନ ଏୟାରବେସ୍ ଛାରଖାର   

କହି ରଖୁଛି କି, ଗତକାଲି ତାଲିବାନ ପାକିସ୍ତାନର ରାୱଲପିଣ୍ଡିର ନୁର ଖାନ ଏୟାରବେସକୁ ଟାର୍ଗେଟ କରିଥିବା ଦାବି କରିଥିଲା । ପାକିସ୍ତାନ ସେନାର ଏକାଧିକ ଠିକଣା ଉପରେ ଆଫଗାନିସ୍ତାନ ହମଲା କରିଛି । ରାୱଲପିଣ୍ଡିର ନୁର୍ ଖାନ ଏୟାର ବେସ୍ ଉପରେ ତାଲିବାନ ଡ୍ରୋନ୍ ମାଡ କରିଥିଲା । ଆକ୍ରମଣରେ ନୁର୍ ଖାନ ଏୟାରବେସ୍ ଛାରଖାର ହୋଇଛି । ଅପରେସନ୍ ସିନ୍ଦୂରରେ ଭାରତ ନୁର୍ ଖାନ ଏୟାରବେସକୁ ଧ୍ୱଂସ କରିଥିଲା । ଭାରତର ପ୍ରଚଣ୍ଡ ପ୍ରହାର ପରେ ତାଲିବାନର ଏହି ବଡ ହମଲା କରିଥିଲା । କ୍ବେଟାରେ ଥିବା ସେନା ଡିଭିଜନର ମୁଖ୍ୟାଳୟ ଉପରେ ବି ହମ୍‌ଲା କରିଥିଲା । ଭାରତ ଦେଇଥିବା କ୍ଷତ ଶୁଖିନଥିବା ବେଳେ ଆଫଗାନିସ୍ତାନ ପ୍ରହାରରେ ଦୋହଲିଯାଇଛି ପାକିସ୍ତାନ ।