ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Pakistan: ବିବାଦରେ ଛନ୍ଦିହେଲେ ପାକିସ୍ତାନି ଅଲରାଉଣ୍ଡର ଆମିର ଜମାଲ; ୧.୪ ମିଲିୟନ ପାକିସ୍ଥାନି ଟଙ୍କା ଜୋରିମାନା ଲଗାଇଲା ପିସିବି

Published By : Bijay Swain | March 17, 2025 10:05 PM

Image courtesy: msn

ନୂଆଦିଲ୍ଲୀ: ବିବାଦରେ ଛନ୍ଦିହେଲେ ପାକିସ୍ତାନର ଅଲରାଉଣ୍ଡର ଆମିର ଜମାଲ। ଖବର ମୁତାବକ ଅକ୍ଟୋବର ୨୦୨୪ ରେ ଇଂଲଣ୍ଡ ବିପକ୍ଷରେ ଏକ ଘରୋଇ ଟେଷ୍ଟ ମ୍ୟାଚ୍ ସମୟରେ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ(PCB)ର ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ୧.୪ ମିଲିୟନ ପାକିସ୍ଥାନି ଟଙ୍କା ଜୋରିମାନା ଲଗାଇଛି ପିସିବି। ତେବେ ଜମାଲ ଖେଳ ଶେଷ ହେବା ପରେ ଏକ ସାକ୍ଷାତକାର ଦେବା ସମୟରେ ତାଙ୍କ ଟେଷ୍ଟ କ୍ୟାପରେ '୮୦୪' ନମ୍ବର ପ୍ରଦର୍ଶନ କରିଥିଲେ। ଯାହା ସିଧାସଳଖ ପାକିସ୍ତାନର ରାଜନୈତିକ ମାମଲାରେ ଜମାଲଙ୍କ ସମର୍ଥନକୁ ଦର୍ଶାଉଥିଲା ବୋଲି ଅଭିଯୋଗ ହୋଇଛି। 

ସୂଚନା ମୁତାବକ, ଅମିର ଜମାଲଙ୍କ ଟୋପିରେ ଲେଖାଥିବା '୮୦୪' ନମ୍ବର ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥନରେ ଏକ ରାଜନୈତିକ ବିବୃତ୍ତି ଭାବରେ ଗ୍ରହଣ କରାଯାଇଛି। ଇମ୍ରାନ ଖାନଙ୍କୁ ପାକିସ୍ତାନର ସର୍ବକାଳୀନ ମହାନ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। କାରଣ ସେ ୧୯୯୨ ମସିହାରେ ଦେଶକୁ ପ୍ରଥମ ଏବଂ ଏକମାତ୍ର କ୍ରିକେଟ ବିଶ୍ୱକପ୍ ଟାଇଟଲ ଜିତିବାରେ ସାହାଯ୍ୟ କରିଥିଲେ। ଅନେକ ଆଧୁନିକ ଖେଳାଳି ତାଙ୍କୁ ଜଣେ ହିରୋ ବୋଲି ମାନିଥାନ୍ତି। କିନ୍ତୁ ବର୍ତ୍ତମାନ ସେ ବିଭିନ୍ନ ମାମଲାରେ ଛନ୍ଦି ହୋଇ ପାକିସ୍ତାନି ଜେଲରେ ସଜା କାଟୁଛନ୍ତି। ଏଣୁ ତାଙ୍କୁ ସମର୍ଥନ କରିବା ପାଇଁ ତାଙ୍କ ସମର୍ଥକମାନେ '୮୦୪' ନମ୍ୱରର ବ୍ୟବହାର କରୁଛନ୍ତି। କାରଣ ପାକିସ୍ତାନରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ଇମ୍ରାନ ରହୁଥିବା ଜେଲରେ ତାଙ୍କ ବ୍ୟାଚ ନମ୍ୱର ହେଉଛି '୮୦୪'। ଏଣୁ ଜମାଲଙ୍କୁ ଏହି ରାଜନୈତିକ ସମର୍ଥନରେ ଭାଗନେଇଥିବା ଅଭିୟୋଗରେ ପିସିବି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପିସିବି ଜମାଲଙ୍କ ଏହି କାର୍ଯ୍ୟକୁ କଡା ନିନ୍ଦା କରିବା ସହ ଏଥିରେ ବୋର୍ଡର ନିୟମାବଳୀରେ ଉଲ୍ଲଂଘନ ହୋଇଥିବା କହିଥିଲା। ଏହା ସହ ଖେଳାଳିମାନେ କିପରି ଆଗକୁ ପଡ଼ିଆ ମଧ୍ୟରେ ରାଜନୈତିକ ବାର୍ତ୍ତା ପ୍ରସାରଣରୁ ଦୂରେଇ ରହିବେ ସେଥିପାଇଁ ଏକ ନିଷ୍ପତ୍ତି ଗ୍ରହଣ କରିଥିଲା। ଜମାଲଙ୍କ ଏହି ବିବାଦୀୟ ପଦକ୍ଷେପ ପାଇଁ ତାଙ୍କୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନର ଚୂଡାନ୍ତ ଦଳରେ ସ୍ଥାନ ଦିଆଯାଇ ନଥିଲାବୋଲି ଜଣାପଡ଼ିଛି। ତେବେ ଆପଣଙ୍କୁ ଜଣାଇରଖୁ ଯେ ଗ୍ରୁପ୍-ଷ୍ଟେଜରେ ଦୁଇଟି ମ୍ୟାଚ୍ ରୁ ଦୁଇଟି ହାରିବା ପରେ ପାକିସ୍ତାନ ଶେଷରେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା।

କେବଳ ଜମାଲ ନୁହେଁ ଆହୁରି ଅନେକ ଖେଳାଳିଙ୍କ ଉପରେ ପିସିବି ଆଚରଣ ସଂହିତା ଭାଙ୍ଗିବା ଅଭିଯୋଗରେ ଏପରି ଆକ୍ସନ ଗ୍ରହଣ କରିଛି। ସେମାନଙ୍କ ମଧ୍ୟରେ ସଇମ ଆୟୁବ, ସଲମାନ ଅଲ୍ଲୀ ଅଘା ଓ ଅବଦୁଲ୍ଲା ସାଫିକ୍କ ଆଦି ରହିଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆରେ ହୋଇଥିବା ମ୍ୟାଚ୍ ପରେ ଉପୋରୋକ୍ତ ଖେଳାଳି ମାନେ ପାକିସ୍ଥାନକୁ ଫେରିବାକୁ ଡେରି କରିବାରୁ ସେମାନଙ୍କ ଉପରେ ପିସିବି ୫ ଲକ୍ଷ ପାକିସ୍ଥାନୀ ଟଙ୍କା ଜୋରିମାନା ଲଗାଇଥିଲା। ସେହିଭଳି ସାଉଥ ଆଫ୍ରିକା ଯାତ୍ରାରେ ଦଳରେ ଶୃଙ୍ଖଳା ରକ୍ଷା ନକରିବା ପାଇଁ ପିସିବି ସୁଫିୟାନ ମୁକିମ, ଅବ୍ବାସ ଆଫ୍ରିଦି ଓ ଉସମାନ ଖାନଙ୍କ ଉପରେ ୨୦୦ ଆମେରିକୀୟ ଡଲାରର ଜୋରିମାନା ଲଗାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.