ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆମେରିକାରେ ପାକିସ୍ତାନୀ କୁଟନୀତିଜ୍ଞ ଅପମାନିତ: ଭିସା ଥାଇ ବି ମିଳିଲାନି ଏଣ୍ଟ୍ରି, ଏୟାରପୋର୍ଟରୁ ଫେରାଇଦେଲେ

Published By : Prameya | March 11, 2025 3:39 PM

ନୂଆଦିଲ୍ଲୀ,୧୧।୩: ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନ ପାଇଁ ଲଜ୍ଜାଜନକ ଘଟଣା। ପାକିସ୍ତାନର କୁଟନୀତିଜ୍ଞଙ୍କୁ ଆମେରିକାରେ ମିଳିଲାନି। ଏବେ ଏହାକୁ ନେଇ ଆମେରିକା କିମ୍ବା ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଔପଚାରିକ ସୂଚନା ଦିଆଯାଇନାହିଁ। ତେବେ କୁହାଯାଉଛ ଯେ, ପାକ୍ କୁଟନୀତିଜ୍ଞଙ୍କ ପାଖରେ ଯାତ୍ରା ସମ୍ପର୍କିତ ସମସ୍ତ ଜରୁରୀ ଦସ୍ତାବିଜ ଥିବା ପରେ ମଧ୍ୟ ଅନୁମତି ମିଳିଲାନି।

ରିପୋର୍ଟ ଅନୁସାରେ, ପାକ୍ ରାଷ୍ଟ୍ରଦୂତ କେକେ ଏହସାନ୍ ଭାଗାନଙ୍କୁ ଆମେରିକାର ଲସ୍ ଆଞ୍ଜେଲସ୍‌ ଏୟାରପୋର୍ଟରୁ ଫେରାଇ ନିଆଯାଇଛି। ଖବର ରହିଛି ଯେ, ତାଙ୍କ ପାଖରେ ବୈଧ ଭିସାକୁ ନେଇ ସବୁ ଜରୁରୀ କାଗଜପତ୍ର ଥିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ଆମେରିକାକୁ ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଇମିଗ୍ରେସନ୍ ଅଧିକାରୀ ତାଙ୍କୁ ରୋକିବା ପରେ ଗ୍ରହଣ କରିଥିଲେ କାଯ୍ୟାନୁଷ୍ଠାନ। କୁହାଯାଉଛି ଯେ, ବିବାଦସ୍ପଦ ଭିସା ନୀତି କାରଣରୁ ଭାଗାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ଆମେରିକା ଏହି କାର୍ଯ୍ୟାନୁଷ୍ଠାନର କାରଣ ସ୍ପଷ୍ଟ କରିନି।

ଇଣ୍ଡିଆଟୁଡେର ରିପୋର୍ଟ ଅନୁସାରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ରାଷ୍ଟ୍ରଦୂତ କେକେ ଭାଗାନଙ୍କୁ ଆମେରିକାରୁ ଡିପୋର୍ଟ କରାଯାଇଛି। ତାଙ୍କ ଉପରେ ଏକ ଇମିଗ୍ରେସନ୍ ଆପତ୍ତି ରୁଜୁ କରାଯାଇଥିଲା। ଏହି କାରଣରୁ ତାଙ୍କୁ ଡିପୋର୍ଟ କରାଯାଇଛି।’ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଓ ସଚିବ ଅମିନ ବଲୋଚ ଏ ସମ୍ପର୍କରେ ସୂଚିତ କରି ଦିଆଯାଇଛି। ଅନ୍ୟପକ୍ଷେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିଜ କନସୁଲେଟ୍‌କୁ ମାମଲାର ଯାଞ୍ଚ କରିବାର ନିର୍ଦେଶ ଦେଇଛି। ଉଲ୍ଲେଖନୀୟ ଯେ, ଭାଗାନ ଜଣେ ଅନୁଭବୀ କୁଟନୈତିଜ୍ଞ। ସେ ପାକିସ୍ତାନର ବୈଦେଶିକ ସେବାରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିସାରିଛନ୍ତି। ସେ ଲସ୍ ଆଞ୍ଜେଲସ୍‌ରେ ପାକିସ୍ତାନ କନସୁଲେଟ୍‌ରେ କାଉସିଲ ଜେନେରାଲ ଥିଲେ।  ଖବର ଅନୁସାରେ, ଭାଗାନ ସମ୍ଭାବିତ ରୂପରେ ରାଜଧାନୀ ଇସଲାମାବାଦ ଫେରିପାରନ୍ତି ଓ ପୁରା ସ୍ଥିତି ଉପରେ ବିବରଣୀ ଦେଇ ପାରନ୍ତି। ଏପର୍ଯ୍ୟନ୍ତ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.