ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପାକିସ୍ତାନକୁ ଘାରିଛି ଭାରତର ପ୍ରତିଜବାବ ଭୟ, PoKକୁ ଘରୋଇ ଉଡ଼ାଣ କଲା ବାତିଲ

Published By : Tapas Panda | April 30, 2025 9:37 PM

Image Courtesy: abplive

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭୟରେ ଆତଙ୍କୀସ୍ତାନ ପାକିସ୍ତାନ । ଭାରତ ପଟୁ ସମ୍ଭାବ୍ୟ ଆକ୍ରମଣ ଭୟରେ ଥିବା ପାକିସ୍ତାନ ବୁଧବାର ଗିଲଗିଟ୍‌ ଏବଂ ସ୍କାର୍ଦୁକୁ ଘରୋଇ ବିମାନ ଉଡ଼ାଣ ବାତିଲ କରିଦେଇଛି । ଜଣେ ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ, ଜାତୀୟ ବାୟୁକ୍ଷେତ୍ର ସୁରକ୍ଷା ପ୍ରୋଟୋକଲ ସମୀକ୍ଷା କରିବା ପରେ ଉତ୍ତର ଅଞ୍ଚଳକୁ ବିମାନ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ପାକିସ୍ତାନର ଉତ୍ତର ଅଞ୍ଚଳକୁ ଅନ୍ୟ ସମସ୍ତ ବିମାନ ଚଳାଚଳକୁ ମଧ୍ୟ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।

ପିଓକେକୁ ଘରୋଇ ଉଡ଼ାଣ ବନ୍ଦ କରାଯାଇ ଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉପରେ ସରକାର କଡ଼ା ନଜର ରଖୁଛନ୍ତି । ସୂଚନା ଅନୁଯାୟୀ, ପାକିସ୍ତାନ ସିଭିଲ ଆଭିଏସନ୍ ଅଥୋରିଟି (CAA) କୁ ସମସ୍ତ ବିଦେଶୀ ବିମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ  ଭାରତୀୟ ବିମାନ ପାଇଁ ପାକିସ୍ତାନ ନିଜର ଆକାଶ ସୀମା ବନ୍ଦ କରିସାରିଛି। ଏହି ପରିପ୍ରେକ୍ଷୀରେ ଏକ ନୋଟିସ୍ ଫର ଏୟାରମ୍ୟାନ୍ ଜାରି କରାଯାଇଛି ।  ଫଳରେ ଏକ ମାସ ପାଇଁ ପାକିସ୍ତାନ ଆକାଶ ଦେଇ ଭାରତୀୟ ବିମାନ ଉଡ଼ାଣ କରିପାରିବ ନାହିଁ । ଏହି ପ୍ରତିବନ୍ଧକ  ଭାରତୀୟ ସାମରିକ ଏବଂ ଭିଆଇପି ବିମାନ ପାଇଁ ଲାଗୁ ହୋଇଛି । 

ଏପ୍ରିଲ ୨୨ରେ, ଜମ୍ମୁ କାଶ୍ମୀରର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ରେ ୨୬ ଜଣ ପ୍ରାଣ ହରାଇଥିଲେ । ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ନୂଆଦିଲ୍ଲୀ ଇସଲାମାବାଦ ବିରୋଧରେ ଅନେକ କଠୋର କୂଟନୈତିକ ଏବଂ ରଣନୈତିକ ପଦକ୍ଷେପ ନେଇଛି । ସେପଟେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ କେତେକ ନିଷ୍ପତ୍ତି ଗ୍ରହଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.