ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତ ଭୟରେ UNSC ଶରଣରେ ପାକିସ୍ତାନ, ଆଜି ବସିବ ସୁରକ୍ଷା ପରିଷଦ ବୈଠକ

Published By : Ankita S | May 5, 2025 10:40 AM

ନୂଆଦିଲ୍ଲୀ,୦୫/୦୫: ଭାରତର ଯୁଦ୍ଧ ପ୍ରସ୍ତୁତିରେ ଛାନିଆ ପାକିସ୍ତାନ । ଜାତିସଂଘ ଶରଣରେ ପଶିଛି ପାକିସ୍ତାନ । ଇସଲାମାବାଦର ଅନୁରୋଧରେ ଆଜି ଅପରାହ୍ନରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିବ । ରୁଦ୍ଧଦ୍ୱାର ବୈଠକ ହେବ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ନେଇ ହୋଇପାରେ ଆଲୋଚନା । ପକିସ୍ତାନ ୟୁଏନଏସସିର ଅସ୍ଥାୟୀ ସଦସ୍ୟ ରହିଛି ।

ଭାରତ ଭୟରେ ପାକିସ୍ତାନ- ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ଆକ୍ସନରେ ପାକିସ୍ତାନ ଛାନିଆ ହୋଇଛି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକ ଡାକିବାକୁ ନିବେଦନ କରିଥିଲା । ଆଜି ୟୁଏନଏସସି ବୈଠକ ବସିବ । ଏହି ମାମଲାରେ ରୁଦ୍ଧ ଦ୍ୱାର ଆଲୋଚନା ହେଉ ବୋଲି ଏବେ ପାକିସ୍ତାନ ୟୁଏନଏସସିକୁ ଅନୁରୋଧ କରିଛି ।

ପହଲଗାମ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ପାକିସ୍ତାନର ଅନୁରୋଧରେ ଭାରତ ପାକିସ୍ତାନ ଉତ୍ତେଜନା ହ୍ରାସ କରିବାକୁ ସୁରକ୍ଷା ପରିଷଦ ବିଚାର ବିମର୍ଶ କରିବ । ୟୁଏନଏସସିରେ ହେବାକୁ ଥିବା ରୁଦ୍ଧ ଦ୍ୱାର ବୈଠକ ସାର୍ବଜନିନ ହେବ ନାହିଁ । ପାକିସ୍ତାନ ବର୍ତ୍ତମାନ ୟୁଏନଏସସିର ସ୍ଥାୟୀ ସଦସ୍ୟ ନାହିଁ । ଜୁଲାଇରେ ୧୫ ଦେଶ ବିଶିଷ୍ଟ ସଂଯୁକ୍ତ ରାଷ୍ଟ୍ର ସଂସ୍ଥାର ଅଧକ୍ଷତା କରିବ ।

ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସୀମ ଇସ୍ତଫିଖାର ଅହମ୍ମଦ ଗଣମାଧ୍ୟମ ସହ ଆଲୋଚନା କରି କହିଥିଲେ କି, ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କୀ ହମଲାର ପୃଷ୍ଠଭୂମିରେ ହେଉଛି । ପହଲଗାମ ଆତଙ୍କୀ ହମଲା ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହା କ୍ଷେତ୍ରୀୟ ଏବଂ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ  ବିପଦ । ପାକିସ୍ତାନ ସମେତ ୟୁଏନଏସସିର ଯେକୌଣସି ସଦସ୍ୟ ପାଇଁ ଏହି ବୈଠକ ଏବଂ ଚର୍ଚ୍ଚା ଗମ୍ଭୀର ସ୍ଥିତି ଉପରେ ବିଚାର ହେବା ଦିଗରେ ଗୁରୁତ୍ୱ ଦେବା ଉଚିତ୍ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.