ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

Pahalgam Attack: ପାକ୍‌ ସେନା ମୁଖ୍ୟଙ୍କ ପଳାୟନ ଚର୍ଚ୍ଚା, ପରିବାରକୁ ପଠାଇ ଦେଲେ ବିଦେଶ !

Published By : Rasmita Pradhan | April 29, 2025 8:31 AM

ନୂଆଦିଲ୍ଲୀ,୨୯/୦୪: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଛକାପଞ୍ଝା ସ୍ଥିତି ଲାଗିରହିଥିବା ବେଳେ ପାକ୍‌ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନୀରଙ୍କୁ ନେଇ ବିଭିନ୍ନ ରିପୋର୍ଟ ସାମ୍ନାକୁ ଆସୁଛି । ଜେନେରାଲ ମୁନୀର ଭାରତ ପକ୍ଷରୁ ଆକ୍ରମଣ ହେବା ଭୟରେ କେଉଁଆଡ଼େ ପଳାୟନ କରିଥିବା କୁହାଯାଉଛି । ସେ ବିଦେଶ ପଳାଇଥିବା ବି ଚର୍ଚ୍ଚା ହେଉଛି । ତେବେ ତାହା ପୂର୍ବରୁ ସେ ନିଜ ପରିବାର ଲୋକଙ୍କୁ ବିଦେଶ ପଠାଇ ଦେଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ବିଶେଷକରି ଭାରତୀୟ ଗଣମାଧ୍ୟମରେ ଏଭଳି ରିପୋର୍ଟମାନ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ‘ମୁନୀର-ଆଉଟ୍‌’ ଟ୍ରେଣ୍ଡ ଚାଲିଛି । 

ଆଉ କିଛି ରିପୋର୍ଟ ମୁତାବକ, ଜେନେରାଲ ମୁନୀର ରାୱଲପିଣ୍ଡିରେ ଏକ ବଙ୍କର ମଧ୍ୟରେ ଲୁଚିଛନ୍ତି । ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସେଠାରେ ହିଁ ସେ ରହିବେ ବୋଲି କୁହାଯାଉଛି । ଏଭଳି ଘଟଣା ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଏକ ଗ୍ରୁପ୍‌ ଫଟୋ ସେୟାର କରାଯାଇଛି । ଆବଟ୍ଟାବାଦରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମୁନୀରଙ୍କୁ ଦେଖିବାକୁ ମିଳିଛି । ଏପ୍ରିଲ ୨୨ରେ ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରେ ଭାରତ କଠୋର ଆଭିମୁଖ୍ୟ ଆପଣାଇଛି । 

ଭାରତ ତରଫରୁ ନିଶ୍ଚିତ ଯୁଦ୍ଧ ହେବା ନେଇ ମଧ୍ୟ ପାକ୍‌ ମନ୍ତ୍ରୀମାନେ ଆଶଙ୍କା କରୁଛନ୍ତି । ଏଭଳି ସ୍ଥିତିରେ କେବଳ ପାକ୍‌ ସେନା ମୁଖ୍ୟ କାହିଁକି ଅନ୍ୟ ଅଧିକାରୀମାନେ ମଧ୍ୟ ସେମାନଙ୍କ ପରିବାର ଲୋକଙ୍କୁ ବ୍ରିଟେନ୍‌ ଓ ନ୍ୟୁଜର୍ସି ପଠାଇ ଦେଇଥିବା ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ସେନାଧିକାରୀ ସେମାନଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଆମେରିକା, ବ୍ରିଟେନ୍‌ ଓ ଅନ୍ୟ ଦୂର ରାଷ୍ଟ୍ରକୁ ପଠାଇ ଦେଇଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଏକ କାର୍ଯ୍ୟକ୍ରମରେ ଜେନେରାଲ ମୁନୀର ଭାରତର କାଶ୍ମୀରକୁ ପାକିସ୍ତାନର ଗ୍ରୀବା ବୋଲି ଅଭିହିତ କରିଥିଲେ । ଏହାସହ ସେ ଦୁଇ-ରାଷ୍ଟ୍ର ଥିଓରି କଥା ବି କହିଥିଲେ ।

ଏହି ଖବରଟିକୁ ପଢନ୍ତୁ-ଯୁଦ୍ଧ ଭୟରେ ପାକ୍‌ ସେନାରେ ଗଣ ଇସ୍ତଫା;୨୫୦ ଅଫିସର, ୪୫୦୦ ସୈନ୍ୟ ଛାଡ଼ି ପଳାଇଲେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.