ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ପାକିସ୍ତାନ ମେଜର ନିହତ; ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ କରିଥିଲେ ବନ୍ଦୀ

Published By : Anindita Ratha | June 25, 2025 1:41 PM

ନୂଆଦଲ୍ଲୀ,୨୫/୦୬: ପାକିସ୍ତାନକୁ ବଡ଼ ଝଟକା। ପାକିସ୍ତାନ ସେନାର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍‌ର ଜଣେ ବରିଷ୍ଠ ଅଧିକାରୀ ମେଜର ମୁଇଜଙ୍କ ମୃତ୍ୟୁ । ଦକ୍ଷିଣ ୱାଜିରିସ୍ତାନରେ ତେହେରିକ-ଏ-ତାଲିବାନ୍ ପାକିସ୍ତାନର ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିବା ସୂଚନା । 

ସୂଚନା ଅନୁସାରେ, ପାକିସ୍ତାନ ସେନାର ମେଜର ମୁଇଜ ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍ ସମୟରେ ଭାରତୀୟ ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବନ୍ଦୀ କରିଥିବା ନେଇ ଦାବି କରିଥିଲେ। ସେ ଦକ୍ଷିଣ ୱାଜିରିସ୍ତାନରେ ତେହରୀକ-ଏ-ତାଲିବାନ ପାକିସ୍ତାନ ଆତଙ୍କବାଦୀଙ୍କ ସହ ଏକ ମୁକାବିଲାରେ ନିହତ ହୋଇଛନ୍ତି। ଏହି ଘଟଣା ମଙ୍ଗଳବାର ଦକ୍ଷିଣ ୱାଜିରିସ୍ତାନର ସାରାଓଘା ଅଞ୍ଚଳରେ ଘଟିଥିବା ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ହୋଇଛି। ପାକିସ୍ତାନ ସେନାର ଇଣ୍ଟର-ସର୍ଭିସେସ ପବ୍ଲିକ୍ ରିଲେସନ୍ସ  ଅନୁଯାୟୀ, ୨୪ ଜୁନ୍ ୨୦୨୫ରେ ସାରାଓଘାରେ ଗୁଇନ୍ଦା ତଥ୍ୟ ଆଧାରିତ ଅପରେସନ ଚାଲିଥିବା ବେଳେ ଟିଟିପି ଆତଙ୍କବାଦୀମାନେ ସେନା ଉପରେ ଆକ୍ରମଣ କରିଥିଲେ। ଏହି ମୁକାବିଲାରେ ମେଜର ମୁଇଜ ଏବଂ ଲାନ୍ସ ନାୟକ ଜିବ୍ରାନୁଲ୍ଲାହ ନିହତ ହୋଇଥିଲେ। ଏହି ଅପରେସନରେ ୧୧ଜଣ ଟିଟିପି ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ୭ ଜଣ ଆହତ ହୋଇଥିବା ଆଇଏସପିଆର ଦାବି କରିଛି। ମେଜର ମୁଇଜ ପାକିସ୍ତାନ ସେନାର ଏଲିଟ ସ୍ପେଶାଲ ସର୍ଭିସ ଗ୍ରୁପରେ କାର୍ଯ୍ୟ କରୁଥିଲେ ଏବଂ ଅନେକ ଆତଙ୍କବାଦୀ ବିରୋଧୀ ଅପରେସନରେ ତାଙ୍କ ସାହସିକତା ପାଇଁ ପରିଚିତ ଥିଲେ। ସେ ଏହି ଅପରେସନର ନେତୃତ୍ୱ ନେଉଥିବା ବେଳେ ଟିଟିପିର ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.