ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

Pahalgam Attack: ସୁଧୁରିବନି ପାକିସ୍ତାନ, UNSCରେ ଚୀନ ସହ ମିଶି କଲା ଗେମ୍ ପ୍ଲାନ, ଜାଣନ୍ତୁ କଣ ?

Published By : Ankita S | April 27, 2025 8:42 AM

ନୂଆଦିଲ୍ଲୀ,୨୭/୦୪:  ଜମ୍ମୁ କାଶ୍ମୀର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଛି ଜାତିସଂଘ ସୁରକ୍ଷା ପରିଷଦ । ଏହି ସମୟରେ ଅଜବ ଘଟଣା ଦେଖିବାକୁ ମିଳିଛି । ୟୁଏନଏସସିର ଏହି ନିନ୍ଦା ପ୍ରସ୍ତାବରେ ପାକିସ୍ତାନ ସାମିଲ ହୋଇଛି ହେଲେ ତାର ବନ୍ଧୁ ଚୀନ ସହ ମିଶି ଭାରତ ବିରୋଧରେ ଏକ ଗେମ୍ ଖେଳିଛି । ଭାରତଠୁ ବଞ୍ଚିବା ପାଇଁ ପାକିସ୍ତାନ ଏହି ଚାଲ ଚଲାଇଛି ।

ଜାତିସଂଘ ସୁରକ୍ଷା ପରିଷଦ ତାର ବୟାନରେ ଆତଙ୍କୀବାଦକୁ ନିନ୍ଦନୀୟ ବୋଲି କହିଥିଲା । ଏପରି କାଣ୍ଡ ପାଇଁ ଯିଏ ଦାୟୀ ତାଙ୍କୁ କାଠଗଡାକୁ ଆଣିବା ଅନ୍ତରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲା । ୨୦୧୯ରେ ହୋଇଥିବା ପୁଲୱାମା ଆକ୍ରମଣରେ ଦେଇଥିବା ବୟାନଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ପୁଲୱାମା ଆତଙ୍କୀ ଘଟଣାରେ ୟୁଏନଏସସି ସବୁ ଦେଶକୁ ଏଥିରେ 'ଭାରତ ସରକାର'ଙ୍କ ସହିତ ସକ୍ରିୟ ରୂପରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲା । ମାତ୍ର ଏଥର କେବଳ ସମସ୍ତ ସମ୍ବଦ୍ଧିତ ଅଧିକାରୀଙ୍କ ସହିତ ସହଯୋଗ କରିବାକୁ କୁହାଯାଇଛି ।

ଚୀନ ସହ ମିଶି ଗେମ୍ ପ୍ଲାନ- ଆମେରିକା ଦ୍ୱାରା ପ୍ରସ୍ତାବିତ ବୟାନ ଉପରେ ପାକିସ୍ତାନ ଚୀନ ସହ ମିଶି ଗେମ୍ ପ୍ଲାନ କରିଛି । ଏହା ପୂର୍ବରୁ ଗତମାସରେ ଜାଫର ଏକ୍ସପ୍ରେସ୍ ଟ୍ରେନ୍ ହମଲା ଏହଂ ପୂର୍ବରୁ ଏକାଧିକ ଆତଙ୍କୀ ଆକ୍ରମଣକୁ ନିନ୍ଦା କରି ଜାତିସଂଘ ସୁରକ୍ଷା ପରିଷଦ ସମସ୍ତ ଦେଶଠୁ ସ୍ଥାନୀୟ ସରକାର ସହିତ ସକ୍ରିୟ ରୂପରେ ସହଯୋଗ ଲୋଡ଼ିଥିଲା । ଇସଲାମାବାଦକୁ ଲାଗିଥିବ ସମ୍ବଦ୍ଧିତ ଦେଶ ସହିତ ସହଯୋଗ ଆଲୋଚନା ଭାରତ ସରକାରକୁ ତାଉପରେ ଚାପ ପକାଇପାରେ । ଭାରତ ପାଇଁ ଏହା ସୁଯୋଗ ସୃଷ୍ଟି କରିପାରେ । ଶନିବାର ପାକିସ୍ତାନ  ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବୟାନରେ ମଧ୍ୟ ଦେଖିବାକୁ ମିଳିଥିଲା । ନିରପେକ୍ଷ ଯାଞ୍ଚ ପାଇଁ ପାକ୍ ପ୍ରସ୍ତୁତ ଥିବା କହିଥିଲେ ଶାହବାଜ ।

ଅଧିକ ପଢନ୍ତୁ...Pahalgam Attack: ବିଦେଶରେ ବିରୋଧ ପ୍ରଦର୍ଶନ, ବେକ କାଟିବାକୁ ଧମକ ଦେଲେ ପାକ୍‌ ଦୂତାବାସ ଅଧିକାରୀ

ପହଲଗାମ ଆକ୍ରମଣକୁ UNSCର ନିନ୍ଦା- ଜମ୍ମୁ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି । ଭାରତକୁ ସମର୍ଥନ କରିଥିଲା ଜାତିସଂଘ । ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଉତ୍ତରଦାୟୀ କରିବା ଉଚିତ ଏବଂ ଜଘନ୍ୟକାଣ୍ଡ ପରିଚାଳନାକାରୀଙ୍କୁ କଠୋରରୁ ଅତି  କଠୋର ଦଣ୍ଡ ମିଳିବା ଉଚିତ୍ ବୋଲି ଜାତିସଂଘ ସୁରକ୍ଷା ପରିଷଦ କହିଥିଲେ । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ୧୫ ରାଷ୍ଟ୍ରର ପରିଷଦ ଏକ ପ୍ରେସ୍ ବବୃତି ଜାରି କରି ଏହି ଘଟଣାକୁ କଡା ନିନ୍ଦା କରିଛି । ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ରମାନେ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଯିଏ ଦାୟୀ ତାକୁ କଠୋର ଦଣ୍ଡ ଦେବା ଉପରେ ଗୁରୁତ୍ୱ ଦେଇଛି ।  ସମସ୍ତ ରାଷ୍ଟ୍ରଠାରୁ ଜାତିସଂଘ ସୁରକ୍ଷା ପରିଷଦ ସହଯୋଗ ଲୋଡ଼ିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.