ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

Pahalgam Attack: ବିଦେଶରେ ବିରୋଧ ପ୍ରଦର୍ଶନ, ବେକ କାଟିବାକୁ ଧମକ ଦେଲେ ପାକ୍‌ ଦୂତାବାସ ଅଧିକାରୀ

Published By : Ankita S | April 26, 2025 11:44 AM

ନୂଆଦିଲ୍ଲୀ,୨୬/୦୪: ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କୀ ହମଲାକୁ ନେଇ ସବୁଠି କ୍ରୋଧର ନିଆଁ ଜଳୁଛି । ପ୍ରତିଶୋଧ ନିଆଁରେ ଜଳୁଛନ୍ତି ଦେଶବାସୀ । ଏହି ଆକ୍ରମଣକୁ ନେଇ ବିଦେଶରେ ବି ବିରୋଧ ପ୍ରଦର୍ଶନ ହୋଇଛି । ସାରା ବିଶ୍ୱରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପାକିସ୍ତାନ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଛି । ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ପହଲଗାମ ଆତଙ୍କୀ ଆକ୍ରମଣ ବିରୋଧରେ ପ୍ରଦର୍ଶନ କରିଥିଲେ । ଲଣ୍ଡନ ସ୍ଥିତ ପାକିସ୍ତାନ ହାଇକମିଶନ ବାହାରେ ଜୋରଦାର ନାରାବାଜି କରିଛନ୍ତି । ଏହାପରେ ପାକିସ୍ତାନ ଦୂତାବାସ ଆତଙ୍କୀ ଇଙ୍ଗିତ କରୁଥିବା ଦେଖିବାକୁ ମିଳିଛି ।

ଲଣ୍ଡନ ସ୍ଥିତ ପାକିସ୍ତାନ ହାଇକମିଶନ ବାହାରେ ଗର୍ଜନ କରିଛନ୍ତି ପ୍ରବାସୀ ।  ନାରାବାଜି ଦେବା ସହ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ହାତରେ ଭାରତୀୟ ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ନିରୀହ ଭାରତୀୟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପୀଡ଼ିତାଙ୍କ ନ୍ୟାୟ ଦାବି କରିଛନ୍ତି ପ୍ରବାସୀ ଭାରତୀୟ । ଲଣ୍ଡନସ୍ଥିତ ପାକିସ୍ତାନ ହାଇକମିଶନ ବାହାରେ ବିକ୍ଷୋଭକାରୀମାନେ ଆତଙ୍କବାଦ ବିରୋଧରେ ସ୍ଲୋଗାନ ଦେବା ସହ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀ ସଗଂଠନକୁ ସମର୍ଥନ ନେଇ ପାକିସ୍ତାନକୁ ସମାଲୋଚନା କରିଛନ୍ତି । 'ଭାରତ ମାତା କି ଜୟ' ଓ 'ପାକିସ୍ତାନ ମୁର୍ଦ୍ଦାବାଦ' ସ୍ଲୋଗାଲ ଦେବା ସହ 'ମୁଁ ହିନ୍ଦୁ' ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭାରତୀୟ ।

ଅଧିକ ପଢନ୍ତୁ...Pahalgam Attack: ଆଉ ନାହିଁ ଦୟାମାୟା... ଆତଙ୍କୀଙ୍କ ଠିକଣା ଖୋଜି ଖୋଜି ଧ୍ଵସ୍ତ କରୁଛି ସୁରକ୍ଷା ବାହିନୀ

'ଭାରତୀୟଙ୍କ ବେକ କାଟିବାକୁ ଧମକ' - ପହଲଗାମ ହମଲା ବିରୋଧରେ ପ୍ରଦର୍ଶନ ବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର କରିଥିବା ଦେଖିବାକୁ ମିଳିଛି । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ହାତରେ ଧରି ଭାରତୀୟଙ୍କ ବେକ କାଟି ଦେବାକୁ ଧମକ ଦେଇଛନ୍ତି ପାକ୍ ଦୂତାବାସ ଅଧିକାରୀ । ଲଣ୍ଡନ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟ ପ୍ରତିବାଦ କରୁଥିବା ବେଳେ ପାକିସ୍ତାନ ଦୂତାବାସ ଏହି ପ୍ରକାର ଆତଙ୍କୀ ଇଙ୍ଗିତ କରିଥିଲେ । ଏପରି କରିବା ପାକ୍‌ର ଅସଲ ଚେହେରାକୁ ପଦାରେ ପକାଇଛି । ଆଗକୁ ଏହା ପାକିସ୍ତାନକୁ ମହଙ୍ଗା ପଡିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.