ପ୍ରମୂଖ ଖବର
  • ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଏସସିଓ ସମ୍ମିଳନୀରେ ହେବେ ସାମିଲ
  • ||
  • ପଟ୍ଟାମୁଣ୍ଡାଇ: ଘରେ ଭିତରେ ଜିଅନ୍ତା ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକମେଲ୍ କରୁଥିବା ଅଭିଯୋଗ
  • ||
  • କେନ୍ଦୁଝର: ୩୦୦୦ ଟଙ୍କା ଲାଞ୍ଚ ନେବା ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରାଙ୍କୁ ବେଳେ ମାଡ଼ି ବସିଲା ଭିଜିଲାନ୍ସ; ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ
  • ||
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

ପାକିସ୍ତାନ ଭାଙ୍ଗିଲା ଆଇଏମଏଫ୍‌ର ଭରସା, ପୂରଣ କରିପାରିଲାନି ପ୍ରତିଶ୍ରୁତି : ତଥାପି ଆଗାମୀ କିସ୍ତି ପାଇବାର ରଖିଛି ଆଶା

Published By : Harapriya Biswal | August 6, 2025 7:49 PM

ନୂଆଦିଲ୍ଲୀ,୬।୮: ସାରା ଦୁନିଆରଠାରୁ ସାହାଯ୍ୟର ଭରଷାରେ ଚାଲିଛି କାଙ୍ଗାଳ ପାକିସ୍ତାନ। ଏପରିକି ଇଣ୍ଟରନ୍ୟାସନାଲ ମନିଟରିଂ ଫଣ୍ଡ (ଆଇଏମଏଫ୍)ରୁ ୭ ବିଲିୟନ ଡଲାର(ପ୍ରାୟ ୫୮,୧୦୦ କୋଟି ଟଙ୍କା) ଲୋନ୍ ନେଇଛି। ବଦଳରେ ଆଇଏମଏଫର କିଛି ଟାର୍ଗେଟକୁ ତାକୁ  ହାସଲ କରିବାର ଥିଲା। କିନ୍ତୁ ପାକିସ୍ତାନ ନିଜର ପ୍ରତିଶୃତି ପାଳନ କରିପାରିନି। ପାକିସ୍ତାନ ୫ଟିରୁ ତିନୋଟି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି। ଏହାପରେ ବି ସେ ଆଇଏମ୍ଏଫ୍ରୁ ଆଗାମୀ କିସ୍ତିର ଆଶା ରଖିଛି। ଆଇଏମ୍ଏଫ୍ ସେପ୍ଟେମ୍ବର ମାସରେ ସମୀକ୍ଷା କରିବ।   

‘ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍’ର ରିପୋର୍ଟ ଅନୁସାରେ, ପାକ୍ ଅର୍ଥମନ୍ତ୍ରଣାଳୟ ସୂଚନା ସାମନାକୁ ଆସିଛି। ପାକିସ୍ତାନ ଆଇଏମ୍ଏଫ୍ର ଯେଉଁ ତିନୋଟି ପ୍ରମୁଖ ଲକ୍ଷ୍ୟକୁ ପୂରଣ କରିବାରେ ବିଫଳ ରହିଛି। ତା ଭିତରୁ ପ୍ରଥମେ ଥିଲା ରାଜ୍ୟ ଗୁଡିକ ଠାରୁ୧.୨ ଟ୍ରିଲିୟନ୍ ସଞ୍ଚୟ କରିବ, ଯାହାକି ବଢୁଥିବା ଖର୍ଚ୍ଚର କାରଣରୁ ସମ୍ଭବ ହୋଇପାରିନି। ଦ୍ବିତୀୟଟି ହେଲା ଫେଡରାଲ ବୋର୍ଡ ଅଫ୍ ରେଭିନ୍ୟୁ (ଏଫ୍ବିଆର) ଦ୍ବାରା ଧାର୍ଯ୍ୟ କରାଯାଇଥିବା ୧୨.୩ ଟ୍ରିଲିୟନ୍ ମୋଟ ରାଜସ୍ବର ଲକ୍ଷ୍ୟ ହାସଲ ନକରି ପାରିବା। ଏହାଛଡା ପାକିସ୍ତାନ ଖୁଚୁରା ବେପାରୀଙ୍କଠାରୁ  ଟ୍ୟାକ୍ସ ନେବା  ପାଇଁ ଆରମ୍ଭ ହୋଇଥିଲା ‘ତାଜିର ଦୋସ୍ତ ସ୍କିମ୍’। ଏହା ଅନୁସାରେ ୫୦ ବିଲିୟନ ଅର୍ଥ ଆଦାୟରେ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। 

ରିପୋର୍ଟ ଅନୁସାରେ, ଅର୍ଥମନ୍ତ୍ରଣାଳୟ ପୁରା ବର୍ଷର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଚେଷ୍ଟା କରିଛି। କିନ୍ତୁ ଫେଡରାଲ ସରକାରଙ୍କ ନିୟନ୍ତ୍ରଣ ବାହାରେ ରାଜ୍ୟ ସରକାର ଆଇଏମ୍ଏଫ୍କୁ  ଦେଇଥିବା ପ୍ରତିଶ୍ରୁତି ଅନୁସାରେ ୧.୨ ଟ୍ରିଲିୟନ ସଞ୍ଚୟ କରିପାରିନଥିଲା। ପାକିସ୍ତାନ ସରକାରଙ୍କୁ ଆଶା ରହିଛି କିଛି ଟାର୍ଗେଟ ପୂରଣ କରିନଥିଲେ ବି ଆଇଏମ୍ଏଫର ଆଗାମୀ ସମୀକ୍ଷାରେ ବିଶେଷ ଅସୁବିଧା ହେବନି। ସମୀକ୍ଷା ସେପ୍ଟେମ୍ବରରେ ହୋଇପାରେ ଓ ସେ ପର୍ଯ୍ୟନ୍ତ ପାକିସ୍ତାନକୁ ୧ ଅରବ ଡଲାରର ଆଗାମୀ କିସ୍ତି ମିଳିବାର ଆଶା ରହିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.