ପ୍ରମୂଖ ଖବର
  • Operation Sindoor; ଆହୁରି ଶକ୍ତିଶାଳୀ ହେବ ସେନା, ପ୍ରତିରକ୍ଷା ବଜେଟ୍‌ରେ ହୋଇପାରେ ଅତିରିକ୍ତ ବ୍ୟୟବରାଦ
  • ||
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଶସ୍ତା ଚକ୍କରରେ ଚୀନ୍ ଠାରୁ ଫାଇଟର ଜେଟ୍‌ କିଣୁଛି ପାକିସ୍ତାନ ; ଏବେ ସେୟାରରେ ହଲଚଲ୍‌ , ଖୁବ୍ କ୍ଷତି

Published By : Prameya | May 15, 2025 7:02 PM

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 'ଅପରେସନ ସିନ୍ଦୂର'ର ସଫଳ ସମାପ୍ତରେ ଦିଆଯାଇ ଥିବା କଡ଼ା ଶବ୍ଦର ବାର୍ତ୍ତା ପରେ, ଚୀନର ପ୍ରତିରକ୍ଷା କମ୍ପାନୀ ଏଭିକ ଚେଙ୍ଗଦୁ ଏୟାରକ୍ରାଫ୍ଟର ସେୟାରରେ, ତିନି ଦିନରେ ୧୨ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଆଜି ଗୁରୁବାର ମଧ୍ୟ ଏହି ସେୟାରରେ ୭ ପ୍ରତିଶତରୁ ଅଧିକ ହ୍ରାସ ଘଟିଥିଲା। କହି ରଖୁଛୁ କି , ପିଏମ ମୋଦିଙ୍କ ବାର୍ତ୍ତା ପରେ ମଙ୍ଗଳବାର ଚାଇନା ପ୍ରତିରକ୍ଷା କମ୍ପାନୀର ସେୟାରରେ ଖୁବ୍‌ ହ୍ରାସ ଘଟିଛି,  ଅନ୍ୟପଟେ ଭାରତୀୟ ପ୍ରତିରକ୍ଷା ସେୟାରରେ ବୃଦ୍ଧି ଘଟିଛି। ଏଭିକେ ଚେଙ୍ଗଦୁ ଏୟାରକ୍ରାଫ୍ଟ ଜେ-୧୦ ଫାଇଟର ବିମାନର ନିର୍ମାତା ,ଯାହା ବିଷୟରେ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ୍‌ ଡାର୍‌ କହିଛନ୍ତି ଯେ, ଏହାର ବ୍ୟବହାର ତାଙ୍କ ବାୟୁ ସେନା ଦ୍ୱାରା କରାଯାଏ। 

କହି ରଖୁଛୁ କି , ଜେଟ୍‌ ନିର୍ମାତାଙ୍କ ସେୟାରରେ ଗୁରୁବାର ସାଂଘାଇରେ ୬.୭ ପ୍ରତିଶତରୁ ହ୍ରାସ ଘଟିଛି ଏବଂ ଏହା ୮୪.୩୪ ୟୁଆନକୁ ଖସି ଆସିଛି। ଚୀନ ପ୍ରତିରକ୍ଷା ଷ୍ଟକରେ ବ୍ୟାପକ ଦୁର୍ବଳତା ମଧ୍ୟରେ ଏହି ବିକ୍ରୟ ହ୍ରାସ ପାଇଛି। ଯେଉଁଥିରେ ହ୍ୟାଙ୍ଗ ସେଙ୍ଗ ଚାଇନା ଏ ଏୟରୋସ୍ପେସ୍‌ ଆଣ୍ଡ ଡିଫେନ୍ସ ଇଣ୍ଡେକ୍ସରେ ଗୁରୁବାର ୧.୭ ପ୍ରତିଶତ ହ୍ରାସ ଘଟିଛି। ଏହା ଲଗାତାର ୩ୟ ସେସନ, ଯେଉଁଥିରେ କ୍ଷତି ହୋଇଛି। ରିପୋର୍ଟ ମୁତାବିକ , ଅପରେସନ ସିନ୍ଦୂର ବେଳେ ଭାରତୀୟ ଫାଇଟର ଜେଟ୍‌ ଆଗରେ ଜେ-୧୦ ଫାଇଟର ବିମାନର ସ୍ଥିତି ସଙ୍ଗୀନ ହୋଇଯାଇ ଥିଲା। 

ଚୀନ ଠାରୁ ପାକିସ୍ତାନ ଶସ୍ତାରେ କିଣୁଛି ଅସ୍ତ୍ର – 

କହି ରଖୁଛୁ କି, ପାକିସ୍ତାନ ଦ୍ୱାରା ନିକଟରେ ଏଚକ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ ଓ ପିଏଲ-୧୫ ମିସାଇଲ ଭଳି ଚାଇନା ନିର୍ମିତ ଅସ୍ତ୍ରର ଅଧିଗ୍ରହଣ ଦେଶର ପ୍ରତିରକ୍ଷା କ୍ରୟ ରଣନୀତିରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଡ଼କୁ ସଙ୍କେତ କରିଥାଏ, ଆମେରିକା ଓ ୟୁରୋପ ପାକିସ୍ତାନକୁ ସେନା ପ୍ରଯୁକ୍ତିବିଦ୍ୟାର ମହତ୍ତ୍ୱପୂର୍ଣ୍ଣ ସପ୍ଲାୟର୍ସ ହୋଇ ରହିଛନ୍ତି। ଜିୟୋପୋଲିଟିକାର ଏକ ରିପୋର୍ଟ ଅନୁସାରେ, ୨୦୨୨ରେ ଚାଇନା ସେନା ଉପକରଣର ସବୁଠୁ ବଡ଼ ଆମଦାନୀ ପାକିସ୍ତାନ। ପାକିସ୍ତାନ ଆର୍ଥିକ ଓ ଭୂ-ରାଜନୀତିକ କାରଣରୁ ଶସ୍ତା ଚାଇନା ସେନା ସାମଗ୍ରୀ କିଣି ଥାଏ। ଏଥିରେ କୌଣସି ଆଶ୍ଚର୍ଯ୍ୟର କଥା ନାହିଁ ଯେ, ଚୀନରୁ କିଣିଥିବା ତାର ଏଚକ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ ଅପରେସନ ସିନ୍ଦୂର ବେଳେ ଭାରତୀୟ ମିସାଇଲର ହମଲାରୁ ରକ୍ଷା ପାଇବାରେ ବିଫଳ ରହିଛି। 

ପାକିସ୍ତାନ ଭଳି ଦେଶ ଦ୍ୱାରା ଚାଇନା ନିର୍ମିତ ଅସ୍ତ୍ରର କ୍ରୟ ବୃଦ୍ଧିର ମୁଖ୍ୟ କାରଣ ଏହାର ମୂଲ୍ୟ। ଏମିତି ଦୁନିଆରେ ଯେଉଁଠି ପ୍ରତିରକ୍ଷା ବଜେଟ୍‌ ଅନେକ ସୀମିତ ହୋଇଥାଏ, ସେନା ଟେକନିକ୍‌ କିଣିବାର ଆର୍ଥିକ ବୋଝ ଅଧିକ ହୋଇପାରେ। ବାୟୁ ପ୍ରତିରକ୍ଷା ସିଷ୍ଟମ, ଫାଇଟର ଜେଟ୍‌ ଓ ମିସାଇଲ ସହ ଚାଇନା ସିଷ୍ଟମ ଅନେକ ସମୟରେ ଆମେରିକା , ୟୁରୋପ ବା ରୁଷ୍‌ର ସମକକ୍ଷ ସିଷ୍ଟମ ତୁଳନାରେ ଖୁବ୍‌ ଶସ୍ତା ହୋଇଥାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.