ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଆତଙ୍କ ପ୍ରୀତିକୁ ଲୁଚାଇ ପାରିଲାନି ପାକିସ୍ତାନ, ଅପରେସନ ସିନ୍ଦୂରରେ ଧ୍ୱଂସ ହୋଇଥିବା ଲସ୍କରର ମହଲକୁ ପୁଣି କରିବ ତିଆରି

Published By : Prameya | May 15, 2025 8:51 PM

ନୂଆଦିଲ୍ଲୀ : ପାକିସ୍ତାନ ପୁଣି ଥରେ ଦୁନିଆ ସାମ୍ନାରେ ନିଜର ଅସଲ ଭାବନାର ଖୋଲା ପ୍ରମାଣ ଦେଇ ସାରିଛି। ଭାରତ ଦ୍ୱାରା ଚଲାଯାଇ ଥିବା ଅପରେସନ ସିନ୍ଦୂରରେ ଧ୍ୱଂସ କରାଯାଇ ଥିବା ଆତଙ୍କବାଦୀ ଲସ୍କର-ଏ-ତୈୟବାର ଆଡ୍ଡାକୁ ଏବେ ଆଉ ଥରେ ତିଆରି କରିବା ଦାୟିତ୍ୱ ନିଜେ ପାକିସ୍ତାନ ସରକାର ନେଇଛି। ଏହି ଘୋଷଣା ନିଜେ ଶହବାଜ ସରିଫ୍‌ଙ୍କ ମନ୍ତ୍ରୀ ରାଣା ତନବୀର ହୁସୈନ କରିଛନ୍ତି।

ରାଣା ତନବୀର ସେଠାରେ ସର୍ବସାଧାରଣରେ କହିଛନ୍ତି ଯେ ସରକାର ଏହି ସବୁ ସ୍ଥାନକୁ ନିଜ ଖର୍ଚ୍ଚରେ ପୁଣି ତିଆରି କରିବ। କେବଳ ଏତିକି ନୁହେଁ , ସେ ଏହା ମଧ୍ୟ କହିଛନ୍ତି ଯେ ନିଜେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଓ ପାକିସ୍ତାନୀ ସେନା ମୁଖ୍ୟ ଅସିମ ମୁନିର ଏହି ନିର୍ମାଣ କାର୍ଯ୍ୟରେ ବ୍ୟକ୍ତିଗତ ଆର୍ଥିକ ସାହାଯ୍ କରିବେ। ପାକିସ୍ତାନର ମିଡ଼ିଆ ମଧ୍ୟ ଏହି ବୟାନକୁ ମୁଖ୍ୟ ଖବର ଭାବେ ପ୍ରକାଶିତ କରିଛି।

ଉଲ୍ଲେଖନୀୟ ଯେ, ଭାରତୀୟ ସେନା ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରର ୯ଟି ପ୍ରମୁଖ ଠିକଣା ଉପରେ ହମଲା କରି ଲସ୍କର-ଏ-ତୈୟବାର ଅନେକ ଆଡ୍ଡାକୁ  ଧ୍ୱଂସ କରିଦେଇ ଥିଲା। ଏହି ହମଲାରେ ୧୦୦ରୁ ଅଧିକ ଆତଙ୍କୀଙ୍କୁ ମାରି ଦିଆଯାଇ ଥିଲା। ଏହି ଅଭିଯାନ ପରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ଖୁବ୍‌ ବଢି ଯାଇଥିଲା, କିନ୍ତୁ ପରେ ଯୁଦ୍ଧ ବିରତି ଉପରେ ଉଭୟ ଦେଶର ସହମତି ହୋଇଥିଲା।

ସୂଚନା ଯେ, ମୁରିଦକେ ଲାହୋର ଠାରୁ ପାଖାପାଖି ୩୩ କିଲୋମିଟର ଦୂରରେ ଅଛି, ସେଠାରେ ଲସ୍କର-ଏ-ତୈୟବାର ମୁଖ୍ୟାଳୟ ମରକଜ-ଏ-ତୈୟବା ନାମରେ ରହିଛି। ରିପୋର୍ଟ୍ସ ମୁତାବିକ , ୨୦୦ ଏକରରେ ବିସ୍ତୃତ ଏହି ପରିସରରେ ଆତଙ୍କୀଙ୍କୁ ଟ୍ରେନିଂ ଦିଆ ଯାଉ ଥିବା , ତାଙ୍କୁ ନିଯୁକ୍ତି ଦିଆଯାଉ ଥିଲା ଏବଂ ସେଠାରୁ ଭାରତ ଉପରେ ହମଲାର ଷଡ଼ଯନ୍ତ୍ର ରଚା ଯାଉ ଥିଲା। 

ଏହା ସେହି ସ୍ଥାନ ଯେଉଁଠାରୁ ୧୯୮୦ରେ ପାକିସ୍ତାନର ଆଇଏସଆଇର ସାହାଯ୍ୟରେ ହାଫିଜ୍‌ ସଇଦ ଲସ୍କର-ଏ –ତୈୟବାର ମୂଳଦୁଆ ପକାଇ ଥିଲା। ଏବେ ଯେତେବେଳେ ପାକିସ୍ତାନ ନିଜେ ଏହି ଧ୍ୱଂସପ୍ରାପ୍ତ ଆଡ୍ଡା ଗୁଡ଼ିକୁ ଆଉ ଥରେ ଠିଆ କରାଇବା କଥା କହୁଛି , ତ ଏଥିରେ ସ୍ପଷ୍ଟ ହେଉଛି ଯେ, ସେ ଆତଙ୍କ ବିରୋଧରେ ଲଢେଇର କେବଳ ନାଟକ କରୁଛି, ବାସ୍ତବରେ ସେ ହିଁ ସେମାନଙ୍କୁ ପାଳିପୋଷି ରଖୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.