ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପହଲଗାମ୍ ପ୍ରତିଶୋଧର ଆସିବ ବଡ଼ ନିଷ୍ପତ୍ତି, ସେପଟେ ପାକିସ୍ତାନର ହଜିଲାଣି ନିଦ

Published By : Harapriya Biswal | April 30, 2025 4:44 PM

ନୂଆଦିଲ୍ଲୀ,୩୦।୪: ପହଲଗାମ୍ ଆତଙ୍କୀ ହମଲା ପରେ ଏବେ ପାକିସ୍ତାନର କାଉଣ୍ଟଡାଉନ୍ ଆରମ୍ଭ। ଭାରତ ନେବ ବଡ଼ କାର୍ଯ୍ୟାନୁଷ୍ଠାନ। ସଫା ହେବେ ଆତଙ୍କୀ । ବୁଧବାର ସକାଳ ୧୧ଟାରୁ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ବୈଠକ। ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରଥମେ ବସିଥିଲା ସିସିଏସ୍ ବା କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ । ଏଥିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସାମିଲ ହୋଇଥିଲେ। ସିସିଏସ୍ ବୈଠକ ପରେ ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ସିସିପିଏ ବା କ୍ୟାବିନେଟ୍ କମିଟି ଅନ୍ ପଲିଟିକାଲ ଆଫେୟାର୍ସ ବୈଠକ ହୋଇଥିଲା। ସିସିପିଏ ଦେଶର ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଓ ଆର୍ଥିକ ମାମଲାର ସମୀକ୍ଷା କରିଥାଏ। ଏହା ପାଖରେ ନିଷ୍ପତ୍ତି ନେବାର ଅଧିକାର ରହିଥାଏ। ପୁଲଓ୍ବାମାରେ ‌ହୋଇଥିବା ଆତଙ୍କୀ ହମଲା ପରେ ଏହି ବୈଠକ ହୋଇଥିଲା। ଏହାପରେ କ୍ୟାବିନେଟର ଆର୍ଥିକ ମାମଲାର କମିଟି ବା ସିସିଇଏ ବୈଠକ ହୋଇଥିଲା। ତା ପରେ ଶେଷରେ ବସିଥିଲା କ୍ୟାବିନେଟ୍ ବୈଠକ। ଏଥିରେ ସରକାର ଜାତି ଜନଗଣନା କରିବେ ବୋଲି ସହମତି ପ୍ରକାଶ ପାଇଛି।

ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ଯେଉଁଥିରେ ପିଏମ୍ ମୋଦି ଦେଶର ତିନି ସେନାକୁ ପ୍ରଦାନ କରିଥିଲେ ପୂର୍ଣ୍ଣ କ୍ଷମତା। ପିଏମ୍ ମୋଦି କହିଥିଲେ, ଆକ୍ରମଣର ଟାର୍ଗେଟ ଏବଂ ସମୟ ଉଭୟ ସେନା ସ୍ଥିର କରୁ। ‘ ସେନା ଉପରେ ମୋର ସପୂର୍ଣ୍ଣ ଭରସା ରହିଛି। ପହଲଗାମ୍ ହମଲା ପରେ ଭାରତ ପାକିସ୍ତାନ ସହ ସବୁ ଦ୍ବିପାକ୍ଷିକ ସମ୍ପର୍କ ଛିନ୍ନ କରିଛି। ଏହାପରେ ପାକିସ୍ତାନର ନିଦ ହଜିଯାଇଛି । ଭୟରେ ଥରୁଛି ପାକିସ୍ତାନ । ଶୋଇପାରୁନାହାନ୍ତି ପାକିସ୍ତାନର ମନ୍ତ୍ରୀ । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସୂଚନା ମନ୍ତ୍ରୀ କରିଛନ୍ତି ସାମ୍ବାଦିକ ସମ୍ମିଳନୀ। ଏଥିରେ ସେ କହିଥିଲେ, ଭାରତୀୟ ସେନା ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆକ୍ରମଣ କରିପାରେ । 

ପହଲଗାମ୍ ଆକ୍ରମଣ ପରେ ଲଗାତାର ଷଷ୍ଠ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ । ରାତିସାରା ଏଲଓସିରେ କରିଛି ଘନ ଘନ ଗୁଳିମାଡ। ଭାରତ ମଧ୍ୟ ଏହାର ପାଲଟା ଜବାବ୍ ଦେଇଛି। ଭାରତ-ପାକିସ୍ତାନ ବିବାଦକୁ ନେଇ ଚିନ୍ତା ପ୍ରକାଶ କରିଛି ଜାତିସଂଘ। ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦରେ ହସ୍ତକ୍ଷେପ କରିଛି ୟୁଏନ୍ । ଜାତିସଂଘର ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗୁଟେରେସ୍ ଆଜି ସକାଳେ ଦୁଇ ଦେଶର ନେତାଙ୍କ ସହ କଥା ହୋଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ୍ ଏବଂ ଭାରତର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସେ ଫୋନ୍ ଯୋଗେ କଥା ହୋଇଛନ୍ତି ଗୁଟରେସ୍।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.