ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଆଜି ଏସସିଓ ବୈଠକରେ ଦେବେ ଯୋଗ

Published By : Anindita Ratha | October 16, 2024 11:18 AM

ନୂଆଦିଲ୍ଲୀ,୧୬/୧୦: ପାକିସ୍ତାନ ଗସ୍ତରେ  ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର।  ସେ ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଥିବା ବେଳେ ଆଜି ୨୩ତମ ସାଙ୍ଘାଇ କୋର୍ପରେସନ ଅର୍ଗାନାଇଜେସନ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ  ଏହି ବୈଠକରେ SCO ସଦସ୍ୟ ରାଷ୍ଟ୍ର ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି। ବିଶେଷ କରି ଅର୍ଥନୈତିକ, ବାଣିଜ୍ୟିକ, ସାମାଜିକ-ସାଂସ୍କୃତିକ ତଥା ମାନବିକ ସହଯୋଗ ଉପରେ ଗୁରୁତ୍ୱ ଦେଇପାରନ୍ତି SCO ସଦସ୍ୟ ରାଷ୍ଟ୍ର। ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଙ୍ଗୋଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। 

ଗତକାଲି ଇସଲାମବାଦ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହ ରାତ୍ର ଭୋଜନ କରିଥିଲେ। ଏଥିରେ ଜୟଶଙ୍କରଙ୍କ ସମେତ ବିଭିନ୍ନ ସଦସ୍ୟ ଦେଶରୁ ଆସିଥିବା ନେତା ଓ ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ।  ୯ ବର୍ଷ ପରେ ଭାରତର କୌଣସି ବୈଦେଶିକ ବ୍ୟାପାର ମନ୍ତ୍ରୀ ପାକିସ୍ତାନ ଗସ୍ତ କରିଛନ୍ତି। ଏହା ପୂର୍ବରୁ ୨୦୧୫ରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନ ଯାଇଥିଲେ। ତେବେ ଭାରତ-ପାକିସ୍ତାନ ତିକ୍ତତା ଏବଂ ଆତଙ୍କବାଦ ଅନୁପ୍ରବେଶ ପ୍ରସଙ୍ଗକୁ ନେଇ ଲଗାତାର ଭାବେ ବିଶ୍ୱସମୁଦାୟ ଆଗରେ ପାକିସ୍ତାନକୁ ଶାଣିତ ଢଙ୍ଗରେ କଟାକ୍ଷ କରି ଆସୁଛନ୍ତି ଏସ ଜୟଶଙ୍କର। ଏସବୁ ମଧ୍ୟରେ ତାଙ୍କର ଏହି ଗସ୍ତ ଖୁବ୍ ଗୁରୁତ୍ୱ ବହନ କରୁଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.