ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

Pahalgam Attack: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚେତାବନୀ; ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନ ପ୍ରସ୍ତୁତ

Published By : Bijay Swain | April 28, 2025 11:34 PM

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ଵାଜା ମହମ୍ମଦ ଆସିଫ ଦାବି କରିଛନ୍ତି ଯେ ଭାରତ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛି। ସେ କହିଛନ୍ତି, "ଯଦି ଭାରତ ଆମର ନାଗରିକଙ୍କୁ କ୍ଷତି ପହଞ୍ଚାଏ, ତେବେ ଭାରତୀୟ ନାଗରିକମାନେ ମଧ୍ୟ ସୁରକ୍ଷିତ ରହିବେ ନାହିଁ। ଏହା ହେବ ଆମର ପ୍ରତିଶୋଧମୂଳକ କାର୍ଯ୍ୟ।" ଏହି ବିବାଦୀୟ ବୟାନ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି।

ଏପ୍ରିଲ ୨୨ ତାରିଖରେ ଜାମ୍ମୁ ଓ କାଶ୍ମୀରର ପହଲଗାମର ବୈସରଣ ମେଡୋରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଆକ୍ରମଣର ଦାୟିତ୍ଵ ପାକିସ୍ତାନ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଏକ ସହଯୋଗୀ ସଂଗଠନ ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ’ (TRF) ନେଇଥିଲା। ଭାରତ ଏହି ଆକ୍ରମଣକୁ ପାକିସ୍ତାନ ସମର୍ଥିତ ବୋଲି ଅଭିଯୋଗ କରି କୂଟନୈତିକ ଓ ରଣନୀତିକ ପଦକ୍ଷେପ ଗ୍ରହଣ କରିଛି। ଏହା ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା, ଅଟାରୀ-ବାଘା ସୀମାକୁ ବନ୍ଦ କରିବା ଏବଂ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ବାତିଲ କରିବା ଆଦି ସାମିଲ ରହିଛି।

ପାକିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରି ଦାବି କରିଛି ଯେ ପହଲଗାମ ଆକ୍ରମଣ ଭାରତର ଏକ ‘ମିଛ ଅପରେସନ’ ହୋଇପାରେ। ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଦାର ଆକ୍ରମଣକାରୀଙ୍କୁ ‘ସ୍ଵାଧୀନତା ସଂଗ୍ରାମୀ’ ବୋଲି ଅଭିହିତ କରି ବିବାଦ ସୃଷ୍ଟି କରିଛନ୍ତି। ସେ ଆହୁରି କହିଛନ୍ତି ଯେ ପାକିସ୍ତାନ ୨୪ କୋଟି ଲୋକଙ୍କ ଜଳ ଆବଶ୍ୟକତା ପାଇଁ ସିନ୍ଧୁ ଜଳ ଚୁକ୍ତିକୁ ବଜାୟ ରଖିବାକୁ ଚାହୁଁଛି। ଯଦି ଭାରତ ଏହି ଚୁକ୍ତିକୁ ଉଲଘଂନ କରେ ତେବେ ପାକିସ୍ତାନ ଏହା ବିପକ୍ଷରେ ପରମାଣୁ ବମର ବ୍ୟବହାର କରିବ।

ଏପ୍ରିଲ ୨୫ ତାରିଖରୁ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲଓସି)ରେ ଗୁଳିଚାଳନା ଆରମ୍ଭ କରିଦେଇଛି। ଯାହା ଆଜିଯାଏ ମଧ୍ୟ ଜାରି ରହିଛି। ଭାରତୀୟ ସେନା ମଧ୍ୟ ଏହାର ଉପଯୁକ୍ତ ଜବାବ ଦେଉଛି। ପାକିସ୍ତାନ ନିଜ ସେନାକୁ ଏଲଓସି ନିକଟରେ ହାଇ ଆଲର୍ଟରେ ରଖିଛି। ଯାହା ଭାରତର ସମ୍ଭାବ୍ୟ ପ୍ରତିଶୋଧମୂଳକ କାର୍ଯ୍ୟକୁ ନେଇ ପାକିସ୍ତାନର ଥିବା ଆଶଙ୍କାକୁ ସୂଚାଉଛି।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁରକ୍ଷା ପ୍ରସ୍ତୁତି ସମ୍ପର୍କରେ ଅବଗତ କରିଛନ୍ତି। ସେ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ନିଶ୍ଚିତ ଭାବେ ଦଣ୍ଡିତ କରାଯିବ। ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ କାବୁ କରିବା ପାଇଁ ସୁରକ୍ଷା ବାହିନୀ ଅପରେସନ ଜାରି ରଖିଛି। ଯେଉଁଥିରେ ଅନେକ ସନ୍ଦିଗ୍ଧଙ୍କ ଘର ନଷ୍ଟ ମଧ୍ୟ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.