ନୂଆଦିଲ୍ଲୀ – ଗାଜାରେ ଜାରି ହିଂସା ଓ ମାନବୀୟ ସଙ୍କଟ ମଧ୍ୟରେ , ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି ସ୍ଥାପିତ କରିବାର ପ୍ରୟାସ ଲଗାତାର ବଢି ଚାଲିଛି। ଏହି କ୍ରମରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କୁ ଗାଜା ପାଇଁ ଗଠିତ ବୋର୍ଡ ଅଫ୍ ପିସ୍‌ରେ ସାମିଲ ହେବାର ଆନୁଷ୍ଠାନିକ ନିମନ୍ତ୍ରଣ ପଠାଇଛନ୍ତି। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏହି ନିମନ୍ତ୍ରଣର ଅଫିସିଆଲି ସ୍ପଷ୍ଟ କରିଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : କାଶ୍ମୀରରୁ ଦିଲ୍ଲୀ ଯାଏ ବିପଦର ସଙ୍କେତ ... ବରଫ ବିନା ଶୂନଶାନ ହିମାଳୟ , ତାପମାତ୍ରା ବୃଦ୍ଧି ବଦଳାଇଲା ଚିତ୍ର

ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତି ଅନୁସାରେ , ପାକିସ୍ତାନ ଗାଜାରେ ଶାନ୍ତି ଓ ସୁରକ୍ଷା ପାଇଁ କରାଯାଉ ଥିବା ଅନ୍ତର୍ଜାତୀୟ ପ୍ରୟାସରେ ସକ୍ରିୟ ଭୂମିକା ତୁଳାଇବାକୁ ଚାହେଁ। ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ପାକିସ୍ତାନ ପାଲେଷ୍ଟାଇନ ପ୍ରସଙ୍ଗର ସ୍ଥାୟୀ ଓ ନ୍ୟାୟସଙ୍ଗତ ସମାଧାନ ପାଇଁ ସଂଯୁକ୍ତ ରାଷ୍ଟ୍ରର ପ୍ରସ୍ତାବ ଅନୁରୂପ ସବୁ ପ୍ରୟାସକୁ ସମର୍ଥନ କରିବ।

ଗାଜାରେ ଦୀର୍ଘ ଦିନରୁ ଚାଲି ଥିବା ହିଂସାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଆମେରିକା ସମେତ ଅନେକ ବୈଶ୍ୱିକ ଶକ୍ତି କୂଟନୀତିକ ସ୍ତରରେ ମିଳିତ ପ୍ରୟାସ କରୁଛି। ବୋର୍ଡ ଅଫ୍ ପିସ୍ ସ୍ଥାପନର ଉଦ୍ଦେଶ୍ୟ ଗାଜାର ସ୍ଥାୟୀ ଶାନ୍ତି ,ସୁରକ୍ଷା ବ୍ୟବସ୍ଥା ଓ ଭବିଷ୍ୟତର ରାଜନୀତିକ ସମାଧାନ ପାଇଁ ବୈଶ୍ୱିକ ନେତାଙ୍କୁ ଗୋଟିଏ ମଞ୍ଚକୁ ଆଣିବା।

ପାକିସ୍ତାନ ସର୍ବଦା ପାଲେଷ୍ଟାଇନ ପକ୍ଷର ସମର୍ଥନ କରିଛି ଏବଂ ଦୁଇ-ରାଷ୍ଟ୍ର ସମାଧାନର କଥା କହିଛନ୍ତି। ଏଥିରେ ଗାଜା ଶାନ୍ତି ବୋର୍ଡରେ ପାକିସ୍ତାନର ପାର୍ଟନରସିପ୍‌କୁ ମଧ୍ୟ ପୂର୍ବର ମାମଲାରେ ତାର କୂଟନୀତିକ ଭୂମିକା ଓ ପ୍ରଭାବ ରୂପେ ଦେଖାଯାଉଛି।