ନୂଆଦିଲ୍ଲୀ, ୨୨/୦୫: ଭାରତୀୟ ବିମାନ ପାଇଁ ନିଜ ବାୟୁସୀମା ବନ୍ଦ ରଖିବା ପାଇଁ ପାକିସ୍ତାନ  ନେଇଥିବା ନିଷ୍ପତ୍ତିକୁ ମାସେ ଲାଗି ବଢ଼ାଇଛି। ଏପ୍ରିଲ ୨୨ର ପହଲଗାମ ଆତଙ୍କବାଦୀ ଆକ୍ରମଣ ଜବାବରେ ପାକିସ୍ତାନ ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକ୍‌ ସରକାର  ଏହି କଟକଣା ଲଗାଇଥିଲେ । ପ୍ରଥମେ  ମେ’ ୨୩ ପର୍ଯ୍ୟନ୍ତ କଟକଣା ଲାଗୁ  କରାଯାଇଥିଲା ।

 ଅନ୍ତର୍ଜାତୀୟ  ବେସାମରିକ ବିମାନ ଚଳାଚଳ  ସଙ୍ଗଠନ (ଆଇସିଏଓ) ନିୟମ  ଅନୁସାରେ କୌଣସି ଦେଶ ଏକା  ଥରକରେ ନିଜ ବାୟୁସୀମା କଟକଣା ମାସେରୁ ଅଧିକ ଦିନ ପର୍ଯ୍ୟନ୍ତ ଲଗାଇ  ପାରିବେ ନାହିଁ । ତେଣୁ ପାକିସ୍ତାନ ମାସେ ପରେ ପୁନଃ ଏହି କଟକଣା  ଅବଧି ବଢ଼ାଇଥିବା ରିପୋର୍ଟ ପ୍ରକାଶ  ପାଇଛି । ଭାରତ ମଧ୍ୟ ପାକିସ୍ତାନ ପାଇଁ ଏପ୍ରିଲ ୩୦ରୁ ନିଜ ବାୟୁସୀମାକୁ ବନ୍ଦ ରଖିବାକୁ ଘୋଷଣା କରିଥିଲା ।  ତେବେ ଭାରତ ଏହି କଟକଣା ଅବଧି ବଢ଼ାଇବ କି ନା ତାହା ଜଣାପଡ଼ିନାହିଁ ।