ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଉରି, ପୁଞ୍ଝ ଏବଂ କୁପୱାଡ଼ାରେ ପାକିସ୍ତାନର ଗୁଳି ଚାଳନା, ଜବାବ ଦେଉଛି ଭାରତୀୟ ସେନା

Published By : Gurupada Nath | May 9, 2025 10:51 PM

ନୂଆଦିଲ୍ଲୀ,୯/୫ :  ପାକିସ୍ତାନ ତାର କାର୍ଯ୍ୟରୁ ନିବୃତ୍ତ ହେଉ ନାହିଁ। ସେ ଲଗାତର ଭାବେ ଗୁଳି ଚଳାଇ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାରେ ଲାଗିଛି । ପାକିସ୍ତାନ ଆଜି ଉରି, ପୁଞ୍ଝ ଏବଂ କୁପୱାଡ଼ାରେ ଛୋଟ ଅସ୍ତ୍ର ଏବଂ ତୋପ ବ୍ୟବହାର କରି ଗୁଳି ଚଳାଇଛି। ମାତ୍ର ଭାରତୀୟ ସେନା ପାକିସ୍ତାନର କାର୍ଯ୍ୟକଳାପର ଉଚିତ ଜବାବ ଦେଉଛି। ଶୁକ୍ରବାର ଉରି ସେକ୍ଟରରେ ପାକିସ୍ତାନୀ ଗୁଳିମାଡ଼ ଦ୍ୱାରା ପ୍ରଭାବିତ ଗାଁ ଗୁଡ଼ିକୁ ପରିଦର୍ଶନ କରିବା ପରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଥିଲେ ଯେ ସୈନିକଙ୍କ ମନୋବଳ ଉଚ୍ଚ ଅଛି ଏବଂ ଭାରତୀୟ ସେନା ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ଜମ୍ମୁ ଏବଂ କଶ୍ମୀର ପ୍ରଶାସନ ନିଶ୍ଚିତ କରୁଛି ଯେ ଉରିରେ ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବ ।

ସିହ୍ନା ବାରମୁଲ୍ଲାରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ସୁରକ୍ଷା ବଳର ମନୋବଳ ବହୁତ ଉଚ୍ଚ ଏବଂ ସେମାନେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ସେ କହିଥିଲେ କି ମୁଁ ସୀମାବର୍ତ୍ତୀ ଅଞ୍ଚଳର ସେହି ଗାଁଗୁଡ଼ିକୁ ଯାଇଥିଲି ଯେଉଁଠାରେ କ୍ଷତି ହୋଇଛି । ଆହତ ଏବଂ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। କ୍ଷତିର ଆକଳନ କରାଯାଉଛି। ସିହ୍ନା କହିଛନ୍ତି ଯେ ଅତିରିକ୍ତ ସୁରକ୍ଷା ବଙ୍କର ଆବଶ୍ୟକ, ଯାହା ଆଗାମୀ ଦିନରେ ନିର୍ମାଣ କରାଯିବ। ସେ କହିଛନ୍ତି ଯେ ଆହତମାନଙ୍କୁ ଚିକିତ୍ସା କରାଯାଉଛି। ମୁଁ ସେମାନଙ୍କୁ ଦେଖା କରିବାକୁ ଯାଇଥିଲି ଏବଂ ସମସ୍ତଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେମାନଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ। ପୂର୍ବରୁ ଉପରାଜ୍ୟପାଳ ଉରିରେ ସୈନିକମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଦେଶ ପ୍ରତି ସେମାନଙ୍କ ସେବାକୁ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ ଦେଶ ସବୁବେଳେ ଆପଣଙ୍କ ପାଇଁ ଗର୍ବିତ। ଯେତେବେଳେ ଦେଶ କୌଣସି ସମସ୍ୟାର ସମ୍ମୁଖୀନ ହୋଇଛି ଆପଣ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଗତ ତିନି ରାତିରେ ପାକିସ୍ତାନୀ ସେନା ଆକ୍ରମଣ ଯୋଗୁଁ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ସିହ୍ନା ଉରି ସେକ୍ଟରର ଗାଁଗୁଡ଼ିକୁ ମଧ୍ୟ ଗସ୍ତ କରିଥିଲେ। ପ୍ରଭାବିତ ପରିବାରକୁ ତୁରନ୍ତ ସହାୟତା ଯୋଗାଇବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.