ଇସଲାମାବାଦ,୧୦।୧୨: ପାକିସ୍ତାନ ସେନାର ଜେନେରାଲଙ୍କ ଏକ ଭିଡିଓ ଏବେ ସାମନାକୁ ଆସିବା ପରେ ବିବାଦ ବଢିଛି। ଏହି ଭିଡିଓରେ ପାକିସ୍ତାନର ଇଣ୍ଟର ସର୍ଭିସେ୍ସ ପବ୍ଲିକ୍ ରିଲେସନ୍ସର ଡାଇରେକ୍ଟର ଜେନେରାଲ ଓ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ଶରିଫ୍ ଚୌଧୁରୀ ଜଣେ ମହିଳା ସାମ୍ବାଦିକାଙ୍କୁ ଆଖି ମାରୁଥିବାର ଦେଖିବାକୁ ମିଳୁ। ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଆହୁରି ପଢନ୍ତୁ: ଗୁଳିକାଣ୍ଡ ପରେ ଟ୍ରମ୍ପ ଭୟଭୀତ ! ଏକାଥରକେ ୮୫ ହଜାର ଭିସା କଲେ ରଦ୍ଦ, ନିଜର ସୁରକ୍ଷା ପ୍ରତି ଆମେରିକା ସମ୍ପୂର୍ଣ୍ଣ ସତର୍କ
ରିପୋର୍ଟ ଅନୁସାରେ, ଭାଇରାଲ ଭିଡିଓ କଥିତ ଭାବରେ ଏକ ପ୍ରେସ୍ କନଫ୍ରେନ୍ସର ବୋଲି କୁହାଯାଉଛି। ଏହି ପ୍ରେସ୍ କନଫ୍ରେନ୍ସରେ ମହିଳା ସାମ୍ବାଦିକା ଅବସା କୋମଲ ଜେନେରାଳ ଚୌଧୁରୀଙ୍କୁ ପାକ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ନେଇ ପ୍ରଶ୍ନ ପଚାରୁଛନ୍ତି। ସାମ୍ବାଦିକା ଜଣକ କହୁଛନ୍ତି, ଆପଣ ଆଜି କହୁଛନ୍ତି ସେ (ଇମ୍ରାନ୍ ଖାନ୍) ଜାତୀୟ ସୁରକ୍ଷା ପାଇଁ ବିପଦ, ଦେଶ ବିରୋଧି ଓ ଦିଲ୍ଲୀର ଇଶାରାରେ କାମ କରନ୍ତି। ଏହା ପୂର୍ବରୁଠାରୁ କେତେ ଅଲଗା କିମ୍ବା କ’ଣ ଆମେ ଏହା ଉପରେ କୌଣସି ଡେଭଲପମେଣ୍ଟର ଆଶା କରିବୁ କି ?
Believe me, he is a top rank army officer in uniform.... pic.twitter.com/GDjduiCY8m
— OsintTV 📺 (@OsintTV) December 9, 2025
ଏହି ଗମ୍ଭୀର ପ୍ରଶ୍ନର ଅତି ମଜାଳିଆ ଅନ୍ଦାଜରେ ଉତ୍ତର ଦେଇ ଜେନେରାଲ କହିଥିଲେ, ଆଉ ଏକ ପଏଣ୍ଟ ମଧ୍ୟ ଯାଡି ଦିଅ। ତାହା ହେଲା ସେ ଜଣେ ମାନସିକ ରୋଗୀ।’ ଏହାପରେ ପାକ୍ ଜେନେରାଲ ହସିବା ସହ ମହିଳା ସାମ୍ବାଦିକାଙ୍କୁ ଦେଖି ଆଖି ମାରିଦେଇଥିଲେ। ଏହାର ଭିଡିଓ ଏବେ ଇଣ୍ଟରନେଟ୍ ଖୁବ୍ ଭାଇରାଲ ହେଉଛି।
ଆହୁରି ପଢନ୍ତୁ...ନାଟୋ ଓ ୟୁରୋପୀୟ ସଂଘ ନେତାଙ୍କୁ ଭେଟିବା ପରେ ଜେଲେନସ୍କିଙ୍କ କଡ଼ା ବାର୍ତ୍ତା, କହିଲେ ‘ରୁଷକୁ ଦେବୁନି ଗୋଟେ ଇଞ୍ଚ ଜମି’
ପାକିସ୍ତାନୀ ଜେନେରାଲଙ୍କ ଏହି ଭିଡିଓ ଭାଇରାଲ ହେବାପରେ ୟୁଜର୍ସ ତାଙ୍କୁ ଖୁବ୍ ଟାର୍ଗେଟ କରିଛନ୍ତି। ଲୋକେ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ୟୁଜର କହିଛନ୍ତି, କିପରି ଜଣେ ସେନା ଜେନେରାଲ ସାର୍ବଜନୀକ ରୂପରେ ଏଭଳି ବ୍ୟବହାର କରିପାରିଲେ ? ଆଉ କେହି କେହି ତାଙ୍କୁ ନିଜର ପଦବୀ ଏବଂ ବର୍ଦ୍ଦୀର ସମ୍ମାନ କରିବା ଦରକାର ବୋଲି କହିଛନ୍ତି। ପାକିସ୍ତାନର ସେନା ଜେନେରାଲ ଏଭଳି କହିବା ଦେଖି ଲାଗୁଛି ତାଙ୍କ ଦେଶ କିଭଳି ସ୍ଥିତିରେ ରହିଛି।