ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଗତ ୨୫ ବର୍ଷରେ ଆଇଏମଏଫ୍‌ ପାଖରୁ ୨୨ ବିଲିୟନ୍‌ ଡଲାର ଋଣ ଆଣିଛି ପାକିସ୍ତାନ, ହେଲେ ପ୍ରତିରକ୍ଷା ଲାଗି ଖର୍ଚ୍ଚ କରିଛି ୧୮୫ ବିଲିୟନ୍‌ ଡଲାର

Published By : Tapas Panda | May 12, 2025 10:14 PM

Image Courtesy: humenglish

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନ ପାଇଁ ୨.୩ ବିଲିୟନ ଡଲାରର ଏକ ନୂତନ ପ୍ୟାକେଜକୁ ଅନୁମୋଦନ କରିଛି। ଏଥିମଧ୍ୟରୁ, ବିସ୍ତାରିତ ପାଣ୍ଠି ସୁବିଧା (EFF) ଅଧୀନରେ ତୁରନ୍ତ ୧ ବିଲିୟନ ଡଲାର ଦିଆଯିବ ଏବଂ ୧.୩ ବିଲିୟନ ଡଲାର RSF ମାଧ୍ୟମରେ ଆସିବ । ସୀମାପାର ଆତଙ୍କବାଦ ପାଇଁ ପାକିସ୍ତାନର ନିରନ୍ତର ସମର୍ଥନକୁ ଭିତ୍ତି କରି ଭାରତ ପ୍ୟାକେଜରେ ଭୋଟ ନ ଦେବାକୁ ସ୍ଥିର କରିଛି । ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ବିଭିନ୍ନ ସମୟରେ ଆଇଏମଏଫ୍‌ ପାଖରୁ ଭିକ୍ଷା ମାଗୁଥିବା ଦେଖିବାକୁ ମିଳେ ।  ଆର୍ଥିକ ଦୁର୍ଦ୍ଦଶା, କମଜୋର ବୈଦେଶିକ ମୁଦ୍ରା ଭଣ୍ଡାର ଏବଂ ଦାୟିତ୍ବ ପୂରଣ କରିବାରେ ଅକ୍ଷମତା ଦର୍ଶାଇ ଋଣ ମାଗେ ପାକିସ୍ତାନ ।

 ସେପଟେ ପାକିସ୍ତାନର ଆର୍ଥିକ ଅବସ୍ଥା କିମ୍ବା ବୈଦେଶିକ ସହାୟତା ଯାହା ହେଉ ନା କାହିଁକି, ତାହାର ପ୍ରତିରକ୍ଷା ବଜେଟ୍ କିନ୍ତୁ ସବୁବେଳେ ଉର୍ଦ୍ଧରେ ରହିଆସିଛି । ୧୯୯୯ ରୁ ୨୦୨୩ ପର୍ଯ୍ୟନ୍ତ ପାକିସ୍ତାନ ଆଇଏମଏଫ୍‌ ପାଖରୁ  ୨୨ ବିଲିୟନ ଡଲାରରୁ ଅଧିକ ଋଣ ପାଇଛି । ଏହି ପାଣ୍ଠି ଦେଶର ସଂଘର୍ଷପୂର୍ଣ୍ଣ ଅର୍ଥନୀତିକୁ ସ୍ଥିର କରିବା ପାଇଁ ଦିଏ ଆଇଏମଏଫ । କିନ୍ତୁ ଏହି ସମୟ ମଧ୍ୟରେ ପାକିସ୍ତାନ ଏହାର ପ୍ରତିରକ୍ଷା ଶକ୍ତି ବଢ଼ାଇବା ପାଇଁ ୧୮୦ ବିଲିୟନ୍‌ ଡଲାରରୁ ଅଧିକ ଖର୍ଚ୍ଚ କରିଛି ।

ପ୍ରତିବର୍ଷ IMF ପାଣ୍ଠି ଅପେକ୍ଷା ପାଞ୍ଚରୁ ଦଶ ଗୁଣ ଅଧିକ ପ୍ରତିରକ୍ଷା ବଜେଟ୍‌ ଲାଗି ଖର୍ଚ୍ଚ କରୁଛି ପାକିସ୍ତାନ । ଉଦାହରଣ ସ୍ୱରୂପ, ୧୯୯୯ ମସିହାରେ, ପାକିସ୍ତାନ IMF ଠାରୁ ପ୍ରାୟ ୬୧୧ ନିୟୁତ ଡଲାର ପାଇଥିଲା । କିନ୍ତୁ ପ୍ରତିରକ୍ଷା ପାଇଁ ୩.୦୮ ବିଲିୟନ ଡଲାର ଖର୍ଚ୍ଚ କରିଥିଲା । ବର୍ଷ ପରେ ବର୍ଷ ଏହି ଧାରା ଜାରି ରହିଛି । ଯେତେ ଅଧିକ ସହାୟତା ଆସେ, ସେତେ ଅଧିକ ସାମରିକ ଶକ୍ତି ପାଇଁ ଖର୍ଚ୍ଚ କରେ ପାକିସ୍ତାନ  । ୨୦୨୩ରେ ପାକିସ୍ତାନକୁ ଆଇଏମଏଫ ୧.୨ ବିଲିୟନ ଡଲାର ଦେଇଥିଲା। କିନ୍ତୁ ସେହି ବର୍ଷ ପାକିସ୍ତାନର ପ୍ରତିରକ୍ଷା ବଜେଟ ୮.୫୨ ବିଲିୟନ ଡଲାର ଥିଲା । ଯାହା ଆଇଏମଏଫ ସହାୟତାର ପ୍ରାୟ ସାତ ଗୁଣ ଅଧିକ ଥିଲା । 

୨୦୨୧ରେ, ଆଇଏମଏଫ ପାକିସ୍ତାନକୁ ଟିକସ ବୃଦ୍ଧି ଏବଂ ଶକ୍ତି ସବସିଡି ହ୍ରାସ କରିବାକୁ କହିଥିଲା। ଏହା ବଦଳରେ, ଦେଶ ଏହାର ପ୍ରତିରକ୍ଷା ବଜେଟ ୧୧.୮୪ ବିଲିୟନ ଡଲାରକୁ ବୃଦ୍ଧି କରିଥିଲା । ଅର୍ଥାଭାବରୁ ଲୋକେ ଡହଳ ବିକଳ ହେଉଥିବା ବେଳେ ଦେଶର ପ୍ରତିରକ୍ଷା ବଜେଟ୍‌ରେ ହାତ ମାରିନାହାନ୍ତି ପାକିସ୍ତାନ ସରକାର । ଯେକୌଣସି ପରିସ୍ଥିତିରେ ପାକିସ୍ତାନ ସରକାର ଦେଶର ପ୍ରତିରକ୍ଷା ବଜେଟ୍‌କୁ ବଢ଼ାଇଛନ୍ତି । ୧୫ ବର୍ଷର ପ୍ୟାଟର୍ଣ୍ଣକୁ ଦେଖିଲେ ଆଇଏମଏଫ ସହାୟତା ମିଳୁ ବା ନମିଳୁ ପାକିସ୍ତାନ କିନ୍ତୁ ନିଜ ରକ୍ଷା ବଜେଟ୍‌ରେ କୌଣସି ସାଲିସ କରିନାହିଁ । ଉଦାହରଣ ସ୍ବରୂପ, ୨୦୦୫, ୦୬ ଏବଂ ୦୭ରେ ପାକିସ୍ତାନକୁ ଆଇଏମଏଫ୍‌ ପାଖରୁ କିଛି ଅର୍ଥ ମିଳିନଥିଲା । ଏହା ସତ୍ତ୍ୱେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍‌ ଯଥାକ୍ରମେ ୪.୫୯ ବିଲିୟନ୍‌ ଡଲାର, ୪.୯୭ ବିଲିୟନ ଡଲାର ଏବଂ ୫.୩୪ ବିଲିୟନ୍‌ ଡଲାର ଥିଲା ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.