ନୂଆଦିଲ୍ଲୀ,୨୬/୨ : ପାକିସ୍ତାନର ରାଓ୍ବଲପିଣ୍ଡିରେ ନିକଟରେ ହୋଇଥିବା ଏକ ବିବାହ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ୍ ହୋଇଛି । ଏଠାରେ ୭୦ବର୍ଷର ହକିମ ବାବର ୨୨ବର୍ଷୀୟ ମହିଳାଙ୍କୁ ବିବାହ କରିଛନ୍ତି । ବୟସରେ ପ୍ରାୟ ୪୮ବର୍ଷର ବ୍ୟବଧାନ ହେବାରୁ ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି ।

ବିବାହ ପରେ ଦମ୍ପତ୍ତି ପ୍ରଫେଶନାଲ ବ୍ରାଇଡାଲ ଫଟୋ ଶୁଟ୍ କରିଛନ୍ତି । ଫଟୋ ଏବଂ ଭିଡ଼ିଓରେ ବର କନ୍ୟା ଅଲଗା ଅନ୍ଦାଜରେ ପୋଜ ଦେଉଥିବା ନଜର ଆସିଛନ୍ତି । ଏକ କ୍ଲିପରେ କନ୍ୟା ଫିଲ୍ମ ଏକ ଥା ଟାଇଗରର ଗୀତର ‘ଦିଲ ଦିୟା ଗଲ୍ଲା’କୁ ଗୁଣୁଗୁଣାଉଥିବା ଦେଖାଯାଉଛନ୍ତି ତ ବର ବି ତାଙ୍କ ସହ ଶ୍ବର ମିଶାଉଥିବା ନଜର ଆସିଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଳାଗିଛି । ଏକ୍ସରେ ଏହି ଫଟୋ ଯେମିତି ପଡ଼ିଛି ତ ଭାଇରାଲ ହୋଇଯାଇଛି । କମେଣ୍ଟ ସେକ୍ଶନରେ ମଜାଦାର ରିଆକ୍ସନ ବି ଦେଖିବାକୁ ମିଳିଛି । କିଛି ଜଣ ଲଭ୍ ମ୍ୟାରେଜ କହିଥିବାବେଳେ ଅନ୍ୟ କିଛି ଜଣ ବୟସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।