ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

IPL ଖେଳିବେ ପାକିସ୍ତାନର ଏହି ପ୍ଲେୟାର, କହିଲେ ମୁଁ ଯୋଗ୍ୟ

Published By : Ankita S | March 11, 2025 1:09 PM

ନୂଆଦିଲ୍ଲୀ,୧୧/୦୩ : ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫଟାଫଟ କ୍ରିକେଟ ଇଣ୍ଡଆନ ପ୍ରିମିୟର ଲିଗ୍ ୨୦୨୫ । ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଜଣେ ପାକିସ୍ତାନ ପ୍ଲେୟାର ଆଇପିଏଲ ଖେଳିବାକୁ ଯାଉଛନ୍ତି । ଚଳିତ ସଂସ୍କରଣ ନୁହେଁ ୨୦୨୬ ସଂସ୍କରଣ ଖେଳିବେ ପାକିସ୍ତାନର ଜଣେ ପ୍ଲେୟାର । ଆଇପିଏଲକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ କ୍ରିକେଟର ମହମ୍ମଦ ଆମିର । ଆଇପିଏଲ ପାଇଁ ପାକିସ୍ତାନ ଛାଡି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିବା ପ୍ରକ୍ରିୟାରେ ଅଛନ୍ତି  ମହମ୍ମଦ ।

ଏକ ରିପୋର୍ଟ ଅନୁସାରେ ମହମ୍ମଦ ଆମିର କହିଛନ୍ତି ୨୦୨୬ ଆଇପିଏଲ ଖେଳିବାକୁ ଆଶା କରୁଛି । ଏ ନେଇ ସେ ପାକିସ୍ତାନ ଛାଡି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିବାକୁ ଚାହୁଁଛନ୍ତି । ଆମିର ଜଣେ ଘାତକ ବୋଲର । ସେ ପାକିସ୍ତାନ ପାଇଁ ଅନେକ ମ୍ୟାଚ ଖେଳି ଭଲ ପ୍ରଦର୍ଶନ କରିଛନ୍ତି ।  ମାତ୍ରସେ ଏବେ ଆଇପିଏଲ ଖେଳିବାକୁ ଚାହୁଁଛନ୍ତି । ପାକିସ୍ତାନ ଖେଳାଳିଙ୍କୁ ଆଇପିଏଲକୁ ବିସିସିଆଇ ବ୍ୟାନ କରିଛି । ଏହା ପରେ ବି ମହମ୍ମଦ ଆଇପିଏଲ ଖେଳିବାକୁ ଆଶା ରଖିଛନ୍ତି । ଇଣ୍ଡିଆନ ଏକ୍ସପ୍ରେସର ଗୋଟିଏ ଖବର ଅନୁସାରେ ଆସନ୍ତା ବର୍ଷ ମହମ୍ମଦଙ୍କ ପାଖରେ ଆଇପିଏଲ ଖେଳିବାର ସୁଯୋଗ ଅଛି ବୋଲି କହିଛନ୍ତି । ମହମ୍ମଦ ଆମିରଙ୍କ ପତ୍ନୀ ନରଜିସ ୟୁକେ ନାଗରିକ । ତେଣୁ ଏବେ ୟୁକେ ନାଗରିକତା ପାଇଁ ଆବେଦନ କରିଛନ୍ତି । ଯଦି ତାଙ୍କୁ ୟୁକେ ନାଗରିକତା ମିଳେ ତେବେ ସେ ପାକିସ୍ତାନ ଛାଡି ଦେବେ । ଏମିତି ସ୍ଥିତିରେ ନିୟମ ମୁତାବକ ଆଇପିଏଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଯିବେ ବୋଲି କହିଛନ୍ତି ।

ଆମିର ମହମ୍ମଦଙ୍କ କ୍ୟାରିୟର- ପାକିସ୍ତାନ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି ଆମିର ମହମ୍ମଦ । ୬୨ଟି ଟି-ଟ୍ବେଣ୍ଟି ମ୍ୟାଚରେ ୭୧ଟି ୱିକେଟ ନେଇଛନ୍ତି । ୬୧ଟି ଦିନିକିଆ ଖେଳି ୮୧ଟି ୱିକେଟ୍ ଅକ୍ତିଆର କରିଛନ୍ତି । ୩୬ଟି ଟେଷ୍ଟ ଖେଳିଛନ୍ତି । ଏହି ଫର୍ମାଟରେ ୧୧୮ଟି ୱିକେଟ ନେଇଛନ୍ତି । ତାଙ୍କ ନାମରେ ୭୫୧ରନ ରହିଛି ।

ଅଧିକ ପଢନ୍ତୁ...IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

କାହିଁକି ଖେଳନ୍ତି ନାହିଁ ପାକିସ୍ତାନ ପ୍ଲେୟାର- ୨୦୦୮ରୁ ଇଣ୍ଡିଆନ ପ୍ରିମିୟର ଲିଗ୍ ଆରମ୍ଭ ହୋଇଥିଲା । ଏଥିରେ ଦେଶ ବିଦେଶର ନାମିଦାମୀ କ୍ରିକେଟର ଭାଗ ନେଇଥାନ୍ତି । ଆଇପିଏଲ ୧୭ଟି ସଂସ୍କରଣ ସରିଲାଣି । ମାତ୍ର ଆପିଏଲରେ ପାକିସ୍ତାନ ପ୍ଲେୟାରଙ୍କୁ ବ୍ୟାନ କରାଯାଇଛି । ୨୦୦୮ରେ ଖେଳାଯାଇଥିବା ପ୍ରଥମ ସଂସ୍କରଣ ପରେ ମୁମ୍ବାଇରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହା ପରେ ପାକିସ୍ତାନ ପ୍ଲେୟାରଙ୍କ ଉପରେ ଆଇପିଏଲ ଖେଳିବାକୁ ବ୍ୟାନ କରିଥିବା ବିସିସିଆଇ । ଶେଷ ଥର ପାଇଁ ସୋଏବ ଅଖତର ଓ ସାଇନୀ ଆଫ୍ରିଦି ଆଇପିଏଲ ଖେଳିଥିଲେ ।

କହି ରଖୁଛୁ କି, ଆସନ୍ତା ୨୨ ତାରିଖରୁ ଆଇପିଏଲ ଆରମ୍ଭ ହେବ । ୧୦ ଟିମ୍ ମଧ୍ୟରେ ହେବ ଟକ୍କର । ମୋଟ ୭୦ଟି ଲିଗ୍ ମ୍ୟାଚ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ମେ ୨୫ ତାରିଖରେ ଫାଇନାଲ ଫାଇଟ୍ ହେବ । ୨୦୨୪ରେ କୋଲକାତା ଚାମ୍ପିଆନ୍ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.