ପ୍ରମୂଖ ଖବର
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପାକିସ୍ତାନର ମୁଲତାନରେ ଏଲପିଜି ଟ୍ୟାଙ୍କର ବିସ୍ପୋରଣ, ୬ ମୃତ, ୩୧ ଆହତ…

Published By : Ladu Kishor | January 27, 2025 4:33 PM

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନର ହମିଦପୁର କାନୋରା ଅଞ୍ଚଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଏକ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲ୍ପିଜି) ବୋଝେଇ ଟ୍ୟାଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ନାବାଳିକା ଝିଅ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହ ୩୧ ଜଣ ଆହତ ହୋଇଛନ୍ତି। ସୋମବାର ଦିନ ଏକ ବାଣିଜ୍ୟିକ ଇଷ୍ଟେଟରେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀ ମାନେ କହିଛନ୍ତି।  

ଜିଓ ନ୍ୟୁଜର ରିପୋର୍ଟ ଅନୁଯାୟୀ, ଏଲପିଜି ଟ୍ୟାଙ୍କରରେ ଏହି ବିସ୍ଫୋରଣ ଯୋଗୁଁ ନିଆଁ ବ୍ୟାପିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କ୍ଷତିଗ୍ରସ୍ତ ଗାଡ଼ିର ଭଗ୍ନାବଶେଷ ନିକଟସ୍ଥ ଆବାସିକ ଅଞ୍ଚଳରେ ପଡ଼ିଥିଲା, ଯାହା ଫଳରେ ଆଖପାଖ ଅଞ୍ଚଳ ଗୁଡ଼ିକ ବହୁତ କ୍ଷତିଗ୍ରସ୍ତ ହୋଇଛି। ଅଧିକାରୀ ମାନେ କହିଛନ୍ତି ଯେ ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା, କିନ୍ତୁ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ରିଲିଫ୍ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ଆହତ ମାନଙ୍କୁ ମୁଲତାନର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି, ଯାହା ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.