ନୂଆଦିଲ୍ଲୀ,୪।୧୦: ଆରବ ସାଗରରେ ଏକ ନୂତନ ବନ୍ଦର ନିର୍ମାଣ ଏବଂ ପରିଚାଳନା କରିବାକୁ ଆମେରିକାକୁ ପାକିସ୍ତାନ ପ୍ରସ୍ତାବ ଦେଇଛି । ବ୍ରିଟିଶ ଖବରକାଗଜ ଫାଇନାନ୍ସିଆଲ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ୍ ଅସୀମ ମୁନିରଙ୍କ ପରାମର୍ଶଦାତାମାନେ ଆମେରିକୀୟ ଅଧିକାରୀମାନଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି।

ଏହି ପ୍ରସ୍ତାବ ଅନୁଯାୟୀ, ଆମେରିକୀୟ ନିବେଶକ ବେଲୁଚିସ୍ତାନ ପ୍ରଦେଶର ପାସନି ସହରରେ ଏକ ବନ୍ଦର ଟର୍ମିନାଲ ନିର୍ମାଣ କରିବ ଏବଂ ପରିଚାଳନା କରିବ। ଫଳରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପହଁଞ୍ଚିବାରେ ସହଜ କରିବ।

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ଶେଷ ଭାଗରେ ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ ପୂର୍ବରୁ ଦେଖିବାକୁ ମିଳିଥିଲା। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ଉପସ୍ଥିତ ଥିଲେ। ସେ କୃଷି, ପ୍ରଯୁକ୍ତିବିଦ୍ୟା, ଖଣି ଏବଂ ଶକ୍ତି କ୍ଷେତ୍ରରେ ଆମେରିକୀୟ ନିବେଶ ମାଗିଥିଲେ।   ଆମେରିକୀୟ ଅଧିକାରୀଙ୍କ ସହ ପ୍ରାରମ୍ଭିକ ଆଲୋଚନା ସମୟରେ ପାକିସ୍ତାନ ନିବେଶକଙ୍କୁ ଆକର୍ଷିତ କରିବା ଏବଂ ଦୀର୍ଘକାଳୀନ ସହଭାଗୀତା ଗଠନ କରିବା ଉପରେ ଆଲୋଚନା କରିଥିଲା। ଏହି ପ୍ରସ୍ତାବକୁ ପାକିସ୍ତାନର ଆର୍ଥିକ କୂଟନୀତି ପାଇଁ ଏକ ନୂତନ ଦିଗ ଭାବରେ ଦେଖାଯାଉଛି, ବିଶେଷକରି ଯେତେବେଳେ ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଗ୍ୱାଦର ବନ୍ଦରରେ ଦବ୍‌ଦବା ରହିଛି।