ଇସଲାମାବାଦ : ଭାରତର ୧୨ଟି ପରମାଣୁ ବୋମା ମୁତୟନ ହୋଇଥିବା ଜାଣିବା ପରେ ପାକିସ୍ତାନୀ ଛାନିଆଁ ହୋଇ ଯାଇଛି। ସଙ୍ଗେ ସଙ୍ଗେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଲେଫ୍ଟିନାଣ୍ଟ ଜେନେରାଲ ଆମେର ରାଜାଙ୍କୁ ଚିଫ୍ ଅଫ୍ ଦ ଜେନେରାଲ ଷ୍ଟାଫ୍ ଅଫ୍ ଦ ପାକିସ୍ତାନୀ ଆର୍ମି ନିଯୁକ୍ତ କରିଛନ୍ତି। ତାଙ୍କୁ ୪ଷ୍ଟାର ଜେନେରାଲର ମାନ୍ୟତା ଦିଆଯାଇଛି। ଆମେରଙ୍କୁ ପାକିସ୍ତାନର ନ୍ୟାସନାଲ ଷ୍ଟାଟେଜିକ କମାଣ୍ଡର କମାଣ୍ଡର ନିଯୁକ୍ତ କରାଯାଇଛି। ଏହି ପଦକୁ ପାକିସ୍ତାନର ବିବାଦୀୟ ୨୭ ତମ ସମ୍ୱିଧାନ ସଂଶୋଧନ ଅନୁସାରେ ଗଠନ କରାଯାଇଛି। ଏହି ସଂଶୋଧନ ମାଧ୍ୟମରେ ପାକିସ୍ତାନ ସେନାର ଚେନ ଅଫ୍ କମାଣ୍ଡରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏହା ପୂର୍ବରୁ ପାକିସ୍ତାନରେ ପରମାଣୁ ବୋମାର କମାଣ୍ଡ ଚେୟାରମ୍ୟାନ ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ କମେଟି ପାଖରେ ରହି ଥାଏ।

ପାକିସ୍ତାନୀ ସମ୍ବାଦପତ୍ର 'ଡନ୍' ର ରିପୋର୍ଟ ଅନୁସାରେ, ଲେଫ୍ଟନାଣ୍ଟ ଜେନେରାଲ ଆମେରଙ୍କ ନିଯୁକ୍ତି, ପୁନଃ-ନିଯୁକ୍ତି ଏବଂ ସେବା ସମ୍ପ୍ରସାରଣର ସମ୍ପୂର୍ଣ୍ଣ ନିଷ୍ପତ୍ତି ଫିଲ୍ଡ ମାର୍ଶଲ ଅସୀମ ମୁନୀରଙ୍କ ସୁପାରିଶରେ ହିଁ ହେବ, ଯିଏ କି 'ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ୍' ଅଛନ୍ତି। 'ଅପରେସନ୍ ସିନ୍ଦୂର' ପରେ ପାକିସ୍ତାନୀ ସେନାରେ CDF ପଦବୀକୁ ମଧ୍ୟ ୨୭ତମ ସମ୍ବିଧାନ ସଂଶୋଧନ ଅନୁସାରେ ସୃଷ୍ଟି କରାଯାଇଛି। ଏହି ପଦବୀକୁ ନ୍ୟାୟିକ ସମୀକ୍ଷାରୁ ବାହାରେ ରଖା ଯାଇଛି। ଏହାଦ୍ୱାରା ଅସୀମ ମୁନୀର ଦେଶରେ ସେନାପ୍ରମୁଖ ରହି ମଧ୍ୟ ସବୁଠାରୁ ଅଧିକ ଶକ୍ତିଶାଳୀ ହୋଇ ଯାଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଆମେରଙ୍କ ରାଙ୍କ୍ ମଧ୍ୟ ଜଣେ ଆର୍ମି ଚିଫଙ୍କ ସହ ସମାନ ହୋଇ ଯାଇଛି।

ପାକିସ୍ତାନୀ ସେନାରେ ବଡ଼ ପରିବର୍ତ୍ତନ

ପାକିସ୍ତାନୀ ବିଶ୍ଳେଷକଙ୍କ କହିବାନୁସାରେ, ଏହା ପାକିସ୍ତାନୀ ସେନା ନେତୃତ୍ୱରେ ଏକ ବହୁତ ବଡ଼ ପରିବର୍ତ୍ତନ। ଶହବାଜ ଶରିଫ୍, ଲେଫ୍ଟନାଣ୍ଟ ଜେନେରାଲ ଆମେରଙ୍କ ନିଯୁକ୍ତି ଆଦେଶ ଜାରି କରିବା ସହ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପାକିସ୍ତାନୀ ସମ୍ବିଧାନ ଅନୁସାରେ, ଏବେ ଜଣେ 'ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍' ମଧ୍ୟ ନିଯୁକ୍ତ ହେବାର ଅଛି। ଲେଫ୍ଟନାଣ୍ଟ ଜେନେରାଲ ଆମେରଙ୍କ ନିକଟରେ ଏବେ ପାକିସ୍ତାନୀ ସେନାର ସବୁଠାରୁ ବଡ଼ ଦାୟିତ୍ୱ ରହିବ, ଯାହା ଅଧୀନରେ ପାକିସ୍ତାନର କ୍ଷେପଣାସ୍ତ୍ର ଏବଂ ପରମାଣୁ ବୋମା ଆସିବ।

ପାକିସ୍ତାନୀ ବିଶେଷଜ୍ଞଙ୍କ କହିବାନୁସାରେ , ମୁନୀର ସେନା ନିଜର ସାମରିକ ପ୍ରସ୍ତୁତିକୁ ଆହୁରି ମଜବୁତ କରିବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ଏହି ନୂଆ ପଦବୀ ସୃଷ୍ଟି କରାଯାଇଛି। ସାରା ବିଶ୍ୱ ଏବଂ ଆଞ୍ଚଳିକ ସ୍ତରରେ ଅସ୍ଥିରତା ଚାଲିଥିବା ସମୟରେ, ପାକିସ୍ତାନୀ ସେନାର 'ଚେନ୍ ଅଫ୍ କମାଣ୍ଡ'ରେ ସ୍ଥିରତା ଆଣିବା ପାଇଁ ଏହି ନିଯୁକ୍ତି କରାଯାଇଛି। ଏହି ନିଯୁକ୍ତି କେବଳ ଘରୋଇ ଜନତା ନୁହଁନ୍ତି, ବରଂ ସାରା ବିଶ୍ୱକୁ ଏକ ସନ୍ଦେଶ ଦେବା ପାଇଁ କରାଯାଇଛି, ଯାହାର ଇସାରା ଭାରତ ଆଡ଼କୁ ରହିଛି। ନିକଟରେ ସିପ୍ରିର ଏକ ରିପୋର୍ଟ ଆସି ଥିଲା ଯେ, ଭାରତ ନିଜର ୧୨ଟି ପରମାଣୁ ବୋମାକୁ ପରମାଣୁ ଜାହାଜରେ ନିୟୋଜିତ କରି ସାରିଛି।

ପାକିସ୍ତାନୀ ପରମାଣୁ ବୋମା ଓ ମିସାଇଲ୍ ଉପରେ ମୁନୀରଙ୍କ ନିୟନ୍ତ୍ରଣ –

ଅନ୍ୟପଟେ ,ପାକିସ୍ତାନରେ ଏହି ସମୟରେ ଅସୀମ ମୁନୀର ଏବଂ ତାଙ୍କ ସେନା ବିରୋଧରେ ମୌଲାନା ଡିଜେଲ ମୋର୍ଚ୍ଚା ଖୋଲି ଦେଇଛନ୍ତି। ମୌଲାନା ଫଜଲୁର ରହମାନ୍ ଏକ ଅସାଧାରଣ ପଦକ୍ଷେପ ନେଇ ଖୋଲାଖୋଲି ଭାବେ ମୁନୀରଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହା ପୂର୍ବରୁ ମୌଲାନା ସେନାକୁ ସମର୍ଥନ କରୁଥିଲେ, କିନ୍ତୁ ଏବେ ସେନା ସହ ତାଙ୍କର ମୁହାଁମୁହିଁ ପରିସ୍ଥିତି ବଢ଼ିବାରେ ଲାଗିଛି।

ଆହୁରି ମଧ୍ୟ ପଢନ୍ତୁ - ଭାରତ ସମେତ ୬୦ ଦେଶକୁ ଟ୍ରମ୍ପଙ୍କ ଟାରିଫ୍ ଝଟ୍‌କା; ଆଣିଲେ 'ଫୋର୍ସଡ଼ ଲେବର' ଅଭିଯୋଗ, କେତେ ଦେବାକୁ ପଡ଼ିବ ଶୁଳ୍କ

ବିଶ୍ୱାସ କରାଯାଉଛି ଯେ, ପାକିସ୍ତାନ ଉପରେ ନିଜର ହାତ ମୁଠାକୁ ମଜବୁତ କରିବା ପାଇଁ ଅସୀମ ମୁନୀର, ଶେହବାଜ ଶରୀଫଙ୍କ ଦ୍ୱାରା ଏହି ନିଯୁକ୍ତି କରାଇଛନ୍ତି। ପାକିସ୍ତାନୀ ସେନାର 'ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ' ଅଧିନରେ ହିଁ ସମସ୍ତ କ୍ଷେପଣାସ୍ତ୍ର ଏବଂ ସାମରିକ ଅସ୍ତ୍ରଶସ୍ତ୍ର ଆସିଥାଏ। ଏହାର ମୁଖ୍ୟାଳୟ ରାୱଲପିଣ୍ଡିର ଚକଲାଲା ଠାରେ ରହିଛି। ଏହା ପରମାଣୁ ମିସାଇଲଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ।