ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଆଉଥରେ ଆଫଗାନ ଶରଣାର୍ଥିମାନଙ୍କୁ ଦେଶରୁ କାଢିବା ପାଇଁ ପ୍ରସ୍ତୁତି ଚଳାଇଛି। ଇସଲାମାବାଦରେ ଥିବା ଆଫଗାନ ଦୁତାବାସରେ ଏ ସମ୍ପର୍କରେ ପାକିସ୍ତାନ ଚେତାବନି ଦେଇଛି ବୋଲି ସୂଚନା ମିଳିଛି। ଯେ କୈଣସି ପରିସ୍ଥିତିରେ ଆଫଗାନ ଶରଣାର୍ଥିମାନଙ୍କୁ ଦେଶରୁ କଢାଜିବ ବୋଲି ଆଫଗାନ ଦୁତାବାସକୁ ପାକିସ୍ତାନ ସୂଚନା ପ୍ରଦାନ କରିଛନ୍ତି। 

ଆଫଗାନ ଦୁତାବାସ ପାକିସ୍ତାନର ଏହି ନିଷ୍ପତ୍ତିକୁ କଡା ନିନ୍ଦା କରିଛି। ଇସଲାମାବାଦ ଓ ରାୱଲପିଣ୍ଡିରେ କେତେକ ଆଫଗାନ ନାଗରିକମାନଙ୍କୁ ଗିରଫ କରାଯାଇଛି। ତେବେ ପୋଲିସ ସେମାନହ୍କୁ ଗିରଫ କରି ଏହି ଦୁଇଟି ସହର ଛାଡି ପାକିସ୍ତାନର ଅନ୍ୟ ପ୍ରନ୍ତରଗୁଡିକୁ ଚାଲିଯିବାକୁ ନିର୍ଦେଶ ଦେଇଛି ବୋଲି ଦୁତାବାସ ସୂଚନା ପ୍ରଦାନ କରିଛି।

ଆଫଗାନିସ୍ତାନ ନାଗରିକ ମାନଙ୍କୁ ବିନା କୌଣସି ଓୌପଚାରିକତାରେ ଗିରଫ କରାଯାଇଛି। ଏନେଇ ଆଫଗାନିସ୍ତାନର ଦୁତାବାସକୁ ଆଦୈ ସୂଚନା ପ୍ରଦାନ କାରଯାଇନଥିଲା। ତେବେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର କିଛି ବରିଷ୍ଠ ଅଧିକାରୀ ଏହାକୁ ନେଇ ଭିନ୍ନ ମତ ପ୍ରକାଶ କରିଛନ୍ତି। କେବଳ ରାୱଲପିଣ୍ଡି କି ଇସ୍ଲାମାବାଦ ନୁହେଁ ଭବିଷ୍ୟତରେ ସମଗ୍ର ଦେଶରୁ ସମସ୍ତ ଆଫଗାନି ଶରଣାର୍ଥିମାନଙ୍କୁ ବାହାର କରାଯିବ ବୋଲି କହିଛନ୍ତି। 

ପାକିସ୍ତାନରେ ଅବୈଧ ରୁପେ ରହୁଥିବା ହଜାର ହଜାର ଆଫଗାନ ଶରଣାର୍ଥୀମାନଙ୍କ ଛଡା ୟୁଏନଏଚଆରସିରେ ଶରଣାର୍ଥି ରୁପେ ପ୍ରାୟ ୧୪.୫ ଲକ୍ଷ ଆଫଗାନିସ୍ତାନ ନାଗରିକ ପଞ୍ଜିକୃତ ରହିଛନ୍ତି। ଆପଣଙ୍କୁ ଜଣାଇରଖୁ କି ୧୯୮୦ ମସିହାରେ ସୋଭିଏତ ସଂଘ ଆଫଗାନିସ୍ଥାନ ଉପରେ କବ୍ଜା କରିନେଇଥିଲା। ଏହାପରେ ଲକ୍ଷଲକ୍ଷ ଆଫଗାନ ନାଗରିକ ପଡୋଶୀ ପାକିସ୍ଥାନରେ ଶରଣ ନେଇଥିଲେ। ୨୦୨୧ ମସିହାରେ ତାଲିବାନ ଆଫଗାନିସ୍ତାନ ଉପରେ କବ୍ଜା କରିବା ପରେ ପାକିସ୍ତାନରେ ଶରଣାର୍ଥି ମାନଙ୍କ ସଂଖ୍ୟ ବଢିଯାଇଥିଲା। ତେବେ ପୂର୍ବରୁ ମଧ୍ୟ ପାକିସ୍ତାନ ସରକାର ଶରଣାର୍ଥି ମାନଙ୍କୁ ଦେଶରୁ କାଢିବାକୁ ଯୋଜନା କରିଥିଲେ। କିନ୍ତୁ ଏଥିରେ ସରକାରଙ୍କୁ ସଫଳତା ମିଳିପାରି ନଥିଲା।