ନୂଆଦିଲ୍ଲୀ,୧୨।୭: ପାକିସ୍ତାନ ସହ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟ ଚୁକ୍ତି କଲା ରୁଷ। ଏହାକୁ ନେଇ ଦୀର୍ଘ ମାସ ଧରି ଚର୍ଚ୍ଚା ହେଉଥିଲା। ଶୁକ୍ରବାର ପାକିସ୍ତାନ ଓ ରୁଷ ମିଳିତ ଭାବରେ ଏହି ଚୁକ୍ତିର ଘୋଷଣା କରିଛନ୍ତି, ଯାହା ଅନୁସାରେ, କରାଚୀରେ ଏକ ଅତ୍ୟାଧୁନିକ ଷ୍ଟିଲ ମିଲ୍‌ର ସ୍ଥାପନା କରାଯିବ। ଏହି ପ୍ରୋଜେକ୍ଟ ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ଔଦୋଗିକ ସହଯୋଗର ଏକ ନୂଆ ଯୁଗର ଆରମ୍ଭ ଭାବରେ ଦେଖାଯାଉଛି। ଏହି ଡିଲ୍‌ ଦ୍ବାରା ପାକିସ୍ତାନର ଅର୍ଥବ୍ୟବସ୍ଥା ସୁଧୁରିବ ବୋଲି ଆଶା କରାଯାଉଛି। ଏହା ସହ ଔଦଗିକ ବିକାଶ ଓ ରୋଜଗାର ନେଇ ସୁଯୋଗ ମିଳିବ।

ଏହି ଚୁକ୍ତି ଶୁକ୍ରବାର ମସ୍କୋରେ ପାକିସ୍ତାନ ଦୂତାବାସରେ ଆୟୋଜିତ ଏକ ସମାରୋହରେ ହୋଇଥିଲା। ପାକିସ୍ତାନର ଉଦ୍ୟୋଗ ଓ ଉତ୍ପାଦନ ମନ୍ତ୍ରଣାଳୟର ସଚିବ ସେଫ୍ ଅଞ୍ଜୁମ ଓ ରୁଷର ଔଦଗିକ ଇଞ୍ଜିନିୟରିଂ ମହାନିର୍ଦେଶକ ଓ୍ବାଦିମ ଭୋଲିଚକୋ ଏହା ଉପରେ ସାକ୍ଷର କରିଛନ୍ତି। ଏହି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ହାରୁନ ଅଖତର ଖାନ୍ ଓ ରୁଷରେ ପାକିସ୍ତାନ ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜମାଲି ମଧ୍ୟ ଉପସ୍ଥିତ ଥିଲେ।

ପାକିସ୍ତାନୀ ଖବର କାଗର ‘ଡନ୍’ର ରିପୋର୍ଟ ଅନୁସାରେ, ରୁଷ ପ୍ରଥମ ଥର ପାକିସ୍ତାନରେ ଷ୍ଟିଲ୍ ମିଲ୍‌ (ପିଏମ୍‌ଏସ୍ ) ତିଆରି କରିବା ନେଇ ଚୁକ୍ତିକୁ ଅନ୍ତିମ ରୂପ ଦେଇଛି। ଏହି ପ୍ରକଳ୍ପ ପାକିସ୍ତାନ ଷ୍ଟିଲ୍‌ ମିଲ୍ସର ପୁନଃରୁଦ୍ଧାର ଓ ଆଧୁନୀକିକରଣର ଅଂଶ। ଯିଏକି ଦୀର୍ଘ ସମୟ ଧରି ଆର୍ଥିକ ଚ୍ୟାଲେଞ୍ଜର ସାମନା କରୁଛି। ଏହି ଚୁକ୍ତି ଅନୁସାରେ, ପିଏସ୍‌ଏମ୍‌ ନା କେବଳ ଦ୍ବିତୀୟ ଥର ଛିଡା ହେବ, ବଂର କରାଚୀରେ ୭୦୦ ଏକର ଭୂମିର ଏକ ନୂଆ ଅତ୍ୟାଧୁନିକ ଇସ୍ପାତ ୟୁନିଟ୍‌ ସ୍ଥାପିତ କରାଯିବ। ଏହି ଡିଲ୍‌ର ଆନୁମାନିକ ଖର୍ଚ୍ଚ ୨.୬ ବିଲିୟନ ଡଲାର (ପ୍ରାୟ ୨୨,୦୦୦ କୋଟି ଟଙ୍କା) ଯାହାକି ପାକିସ୍ତାନର ଅର୍ଥବ୍ୟବସ୍ଥାରେ ଏକ ବଡ଼ ନିବେଶ ବୋଲି ମନେକରାଯାଉଛି।