ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ହାନିଆ ଆମିରଙ୍କଠୁ ନେଇ ଫୱାଦ ଖାନ ଯାଏଁ...ପହଲଗାମ୍‌ ହମ୍‌ଲାକୁ ନେଇ କହିଲେ ଏମିତି

Published By : Krishna Priya | April 25, 2025 10:45 AM

ନୂଆଦିଲ୍ଲୀ ୨୫/୦୪: ପହଲଗାମ ଆତଙ୍କୀବାଦ ଆକ୍ରମଣଙ୍କୁ ନେଇ ସାରା ବିଶ୍ୱ ଶୋକ ବ୍ୟକ୍ତ କରୁଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ, ସମସ୍ତେ ପ୍ରାଣ ହରାଇଥିବା ନିରୀହ ନାଗରିକଙ୍କ ପ୍ରତି ଦୁଃଖ ଏବଂ ସମବେଦନା ପ୍ରକାଶ କରିଛନ୍ତି। ଏଥିରୁ ବାଦ ପଡିନି ପାକିସ୍ତାନ। ଏହି ଘଟଣାକୁ ନେଇ ପାକିସ୍ତାନର ଫିଲ୍ମ ତାରକାମାନେ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କଠାରୁ ଆରମ୍ଭ କରି ଫୱାଦ ଖାନଙ୍କ ପର୍ଯ୍ୟନ୍ତ, ସମସ୍ତେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାକୁ ଦୃଢ ନିନ୍ଦା କରିଛନ୍ତି।

ଅଭିନେତା ଫୱାଦ ଖାନ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ପହଲଗାମ୍‌ର ଘୃଣ୍ୟ ଆକ୍ରମଣ ଖବର ଶୁଣି ମୁଁ ଦୁଃଖିତ । ପୀଡ଼ିତଙ୍କ ସହ ମୋର ସମ୍ବେଦନା ରହିଛି । ଏହି ଜଟିଳ ସମୟରେ ସେମାନଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ମୁଁ ପ୍ରାର୍ଥନା କରୁଛି ।"

ଅଭିନେତ୍ରୀ ହାନିୟା ଆମିର ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଇନ୍‌ଷ୍ଟାରେ ଏକ ପୋଷ୍ଟ୍‌ ଶେୟାର କରି ଲେଖିଛନ୍ତି, “ଦୁର୍ଘଟଣା ଯେଉଁଠି ବି ହେଉ, ତାହା ସମସ୍ତଙ୍କ ପାଇଁ ଦୁର୍ଘଟଣା । ସଦ୍ୟ ଘଟଣାର ପୀଡ଼ିତଙ୍କ ସହ ମୋର ସମବେଦନା ଅଛି । ଯନ୍ତ୍ରଣା, ଶୋକ ଓ ଏହି ଆଶାରେ ଅଛି ଯେ ଆମେ ସମସ୍ତେ ଏକ । ଆଶା କରୁଛି ଆମେ ସମସ୍ତେ ମାନବିକତାକୁ ଚୟନ କରିବା ।"

ସେହିପରି ସନମ୍ ତେରୀ କସମ୍ ଅଭିନେତ୍ରୀ ମାୱରା ହୋକେନ୍ ଲେଖିଛନ୍ତି, "ପ୍ରଭାବିତ ପରିବାର ପ୍ରତି ମୋର ଗଭୀର ସମବେଦନା... ଜଣଙ୍କ ବିରୁଦ୍ଧରେ ଆତଙ୍କବାଦୀଙ୍କ କାର୍ଯ୍ୟ ସମସ୍ତଙ୍କ ବିରୁଦ୍ଧରେ ଆତଙ୍କବାଦ... ବିଶ୍ୱରେ ଏ କ’ଣ ଘଟୁଛି।"

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.