ନୂଆଦିଲ୍ଲୀ,୨୨।୯: ପଡୋଶୀ ଦେଶ ପାକିସ୍ତାନ ବାୟୁସେନୋର ଅଦ୍ଭୁତ କାର୍ଯ୍ୟକଳାପ। ଭୁଲରେ ନିଜର ଲୋକଙ୍କ ଉପରକୁ କଲା ଏୟାରଷ୍ଟ୍ରାଇକ। ସୋମବାର ଖୈବର ପଖତୁନଖଓ୍ବା ପ୍ରଦେଶରେ ପାକିସ୍ତାନୀ ବାୟୁସେନାର ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଭୋର ସମୟରେ ଘଟିଛି। ପାକିସ୍ତାନୀ ଯୁଦ୍ଧ ବିମାନ ତିରାହ ଘାଟିରେ ଥିବା ମତ୍ରେ ଦାରା ଗାଁ ଉପରେ ୮ଟି ବମ୍ ମାଡ଼ କରିଥିଲା, ଯାହାଫଳରେ ଗାଁ ଓ ଆଖପାଖ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଛି। ଏହା ଏଲ୍ଏସ୍-୬ କାଟାଗୋରୀର ବିନାଶକାରୀ ବମ୍ ଥିଲା, ଯାହାକି ଚୀନ୍ ଜେଏଫ୍-୧୭ ଯୁଦ୍ଧ ବିମାନରୁ ମାଡ଼ କରାଯାଇଥିଲା। ମୃତ ସବୁ ଲୋକ ପାକିସ୍ତାନୀ ନାଗରିକ ଥିଲେ।
ଏହି ବୋମାମାଡ଼ରେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଯେତେବେଳେ ଗାଁ ଲୋକ ଶୋଇଥିଲେ, ସେତେବେଳେ ଜୋରଦାର ବିସ୍ଫୋରଣ ହୋଇଥିଲା ଓ ସେଥିରେ ତାଙ୍କ ନିଦ ଭାଙ୍ଗି ଯାଇଥିଲା। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ଗାଁର ବହୁତ ବଡ଼ ଅଞ୍ଚଳ ପ୍ରଭାବିତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବୋମା ମାଡ଼ ଏତେ ତୀବ୍ର ଥିଲା ଯେ ଏହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ଅନେକ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା, ଏବଂ ଗାଁ ରାସ୍ତାଗୁଡ଼ିକ ଭଗ୍ନାବଶେଷରେ ଭର୍ତ୍ତି ହୋଇଯାଇଥିଲା। ମୃତଦେହ ସବୁଠି ବିଛାଡ଼ି ପଡ଼ିଥିଲା, ଏବଂ ଆହତମାନଙ୍କ କାନ୍ଦିର ଚିତ୍କାର ଶୁଣାଯାଉଥିଲା। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକ ଗାଁର ଧ୍ୱଂସାବଶେଷର ଏକ ଭୟଙ୍କର ଚିତ୍ର ଦେଖାଉଛି କରୁଛି। ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ବି ଅତ୍ୟନ୍ତ କଷ୍ଟକର ହେଉଛି।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଘଟଣାସ୍ଥଳରୁ ବିଚଳିତ କଲା ଭଳି ଫଟୋ ଓ ଭିଡିଓରେ ପିଲାଙ୍କ ସହିତ ବହୁ ଲୋକଙ୍କ ମୃତଦେହ ଦେଖିବାକୁ ମିଳିଛି। ଉଦ୍ଧାରକାରୀ ଦଳ ଧ୍ବଂସାବଶେଷ ତଳୁ ମୃତଦେହକୁ ବାହାର କରୁଛି। ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ସ୍ଥାନୀୟ ବାସିନ୍ଦାମାନେ ନିଜେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଧ୍ୱଂସାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଏହି ଆକ୍ରମଣ ସମ୍ପର୍କରେ ପାକିସ୍ତାନୀ ସେନା କିମ୍ବା ସରକାରଙ୍କ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। ମାନବାଧିକାର ସଂଗଠନଗୁଡ଼ିକ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଆକ୍ରମଣ କେବଳ ପାକିସ୍ତାନର ଆଭ୍ୟନ୍ତରୀଣ ଅସ୍ଥିରତାକୁ ଦେଖାଉଛି କେବଳ ତାହା ନୁହେଁ, ବରଂ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛି